ଧଉଳୀ-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟାରେ ଶାସ୍ତ୍ରୀୟ, ସମରକଳା ଓ ଲୋକ ନୃତ୍ୟର ପରାକାଷ୍ଠା

manipuri ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୩ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍ ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ।
ଅନ୍ତିମ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା କଲିକତାରୁ ଆସିଥିବା ବିମ୍ବାବତୀ ଦେବୀ ଓ ସାଥୀଙ୍କ ଦ୍ବାରା ମଣିପୁରୀ ନୃତ୍ୟ । ତାଙ୍କର ପ୍ରସ୍ତୁତିରେ ଥିଲା ଦେବତାମୟୀ ଅର୍ଥାତ ଦେବତାମାନଙ୍କର ଆତ୍ମା । ଏହି ପ୍ରସ୍ତୁତିରେ ସେମାନେ ମଣିପୁରୀ ଶାସ୍ତ୍ରୀୟ, ଲୋକ ଏବଂ ସମରକଳା ନୃତ୍ୟ ସହିତ ମଣିପୁରୀ ସ୍ଥାନୀୟ ଓ ପରମ୍ପରାଗତ ସଙ୍ଗୀତକୁ ଏକା ସାଙ୍ଗରେ ପରିବେଷଣ କରିଥିଲେ ।
ସଂଧ୍ୟାର ଦ୍ବିତୀୟ କାର୍ଯ୍ୟକ୍ରମ ଥିଲା ସମକାଳୀନ ସମରକଳା ନୃତ୍ୟ । ଜନାର୍ଦ୍ଦନ ରାଜ ୟୂରସ ଓ ସାଥୀଙ୍କ ଦ୍ବାରା ଅଗ୍ନି ଓ ଭଷ୍ମ ଉପରେ ସମକାଳୀନ ସମରକଳା ନୃତ୍ୟ ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । ଅଗ୍ନିର ବିଭିନ୍ନ ପ୍ରକାର ଯଥା କଳାଅଗ୍ନି, ଶୁଦ୍ଧଅଗ୍ନି, ସୀତାଅଗ୍ନି, କୋପାଅଗ୍ନି ଏବଂ ଜଣାଅଗ୍ନିକୁ ନେଇ ତାଙ୍କର ସମସ୍ତ ପରିବେଷଣ ଥିଲା ।
ଅନ୍ତିମ ପରିବେଷଣ ଥିଲା ମହାରାଷ୍ଟ୍ରର ଲୋକନୃତ୍ୟ ଲାବଣୀ । ପ୍ରମିଳା କଉଟିକିରାଓ ସୂର୍ଯ୍ୟବଂଶୀ ଓ ସାଥୀଙ୍କ ଦ୍ବାରା ମହାରାଷ୍ଟ୍ରର ବିଭିନ୍ନ ପାରମ୍ପାରିକ ସଙ୍ଗୀତକୁ ନେଇ ଲାବଣୀ ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧିରଖିଥିଲା ।
ସଂଧ୍ୟାର ଅତିଥିମାନେ ଥିଲେ ପୂର୍ବତନ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଭାପତି ଡ଼. ଲଲିତ ମାନସିଂହ, ବିଶିଷ୍ଟ ଓଡ଼ିଶୀ ସଙ୍ଗୀତ ବିଶାରଦ ଗୁରୁ ରାମହରି ଦାସ, ଇମ୍ପାର ନିର୍ଦ୍ଦେଶକ ପରମିତା ମହାପାତ୍ର, ଦକ୍ଷତା ଉନ୍ନୟନ ପ୍ରାଧିକାରୀର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣୀ ମିଶ୍ର ଓ ଇଂ ଶ୍ରୀନିବାସ ଘଟୁଆରୀ ।

Share in top social networks!