ଶାସକ ବିଜେଡି ପକ୍ଷରୁ ଆଚରଣ ବିଧି ଉଲ୍ଲଙ୍ଘନ ଓ ଆତଙ୍କରାଜ

କଂଗ୍ରେସ ଅଭିଯୋଗ କରୁଥିଲା, ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ସତ୍ୟ ପ୍ରମାଣିତ ହେଲା
ପଞ୍ଚାୟତ ନିର୍ବାଚନ ପ୍ରକିୟା •ଲୁଥିବା ବେଳେ ଶାସକ ବିଜୁଜନତା ଦଳପକ୍ଷରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଚରଣ ବିଧି ଉଲ୍ଲଙ୍ଘନ, ହତ୍ୟାକାଣ୍ଡ, ହିଂସା ଓ ଆତଙ୍କରାଜ ଚଳାଇଥିବା ବେଳେ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଯେଉଁ ଅଭିଯୋଗ କରାଯାଇ ଆସୁଥିଲା, ଗତକାଲି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଇଥିବା ନିଦେ୍ର୍ଧଶ ତାକୁ ସତ୍ୟ ପ୍ରମାଣିତ କରିଛି । ତେଣୁ ଏଭଳି ପରିସ୍ଥିତିରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଧଶ ଅନୁଯାୟୀ ରାଜ୍ୟର ସମସ୍ତ ସ୍ପର୍ଶକାତର ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ସିସିଟିଭି ନିୟୋଜିତ କରିବା ପାଇଁ ପିସିସିର ପ୍ରତିନିଧି ମଣ୍ଡଳୀ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି ।
ବରିÂ କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ମନୋରଞ୍ଜନ ଦାଶ, ଗିରିଜା ଶଙ୍କର ଦାଶ ଓ ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ନିଦେ୍ର୍ଧଶନାମାକୁ ହସ୍ତାନ୍ତର କରିଥିଲେ । ଗଞ୍ଜାମ ଜିଲ୍ଲାର ଶାସନ, ବ୍ରାହ୍ମଣପଦର, ଲାଲସିଂହ, ଖମାରପଲ୍ଲୀ, ବାଉଁଶୁଣୁନ୍ଦି, ବଡକୋଦଣ୍ଡା ଗ୍ରାମପଞ୍ଚାୟତର କେତେକାଂଶ ସରପଞ୍ଚ ପ୍ରାର୍ଥୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସେସବୁ ପଞ୍ଚାୟତରେ ବିଜୁ ଜନତା ଦଳର ଗୁଣ୍ଡାରାଜ ଓ ବାରମ୍ବାର ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି । ପ୍ରଶାସନ ନିକଟରୁ କୌଣସି ନ୍ୟାୟ ନ ମିଳିବା ପରେ ଆତଙ୍କିତ ସ୍ଥାନୀୟ ଜନସାଧାରଣ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ପିଟିସନ୍ରେ ନିର୍ବାଚନ ଆୟୋଗ ୪ ନମ୍ବର ପ୍ରତିପକ୍ଷ ଭାବରେ ପ୍ରତିନିଧିତ୍ୱ କରିଥିଲେ । ସେହି ରିଟ୍ ପିଟିସନ୍ର ଶୁଣାଣି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ ପଞ୍ଚାୟତବାସୀଙ୍କର ଆଶଙ୍କା ପରିପ୍ରେକ୍ଷୀରେ ଏକ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନିଶ୍ଚିତ କରାଇବା ପାଇଁ ମାନ୍ୟବର ନିର୍ବାଚନ ଆୟୋଗଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ଗଞ୍ଜାମ ଜିଲ୍ଲାର ଏହି ଛଅଗୋଟି ପଞ୍ଚାୟତ ଭାତ ହାଣ୍ଡିରୁ ମାତ୍ର ଗୋଟିଏ ଚିପିବା ସଦୃଶ । ରାଜ୍ୟର ପ୍ରାୟ ସମସ୍ତ ପଞ୍ଚାୟତଗୁଡିକରେ ଶାସକ ଦଳ ପକ୍ଷରୁ ଆଚରଣ ବିଧି ଉଲ୍ଲଙ୍ଘନ, ଶାସନକଳ, ପୋଲିସବଳ ଓ ଅର୍ଥବଳର ବହୁଳ ଅପବ୍ୟବହାର ଏବଂ ଆତଙ୍କରାଜ ଚାଲିଛି । ତେଣୁ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ନିର୍ବାଚନ ଆୟୋଗ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ପ୍ରତିନିଧି ମଣ୍ଡଳୀ ଦାବି କରିଥିଲେ । ସେହିପରି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ବଣ୍ଟା ଯାଉଥିବା ବିଭିନ୍ନ କାର୍ଯ୍ୟାଦେଶ ନିର୍ବାଚନ ଆଚରଣବିଧିର ଚରମ ଉଲ୍ଲଙ୍ଘନ ବୋଲି ଅଭିଯୋଗ କରିବା ସହ ସରକାରୀ ବଚସ୍କର ପାଲଟିଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ନିଆଯାଉ ବୋଲି କଂଗ୍ରେସ ଦାବି କରିଛି ।

(ଗିରିଜା ଶଙ୍କର ଦାଶ)
ମୁଖପାତ୍ର

Share in top social networks!