ଆସନ୍ତା କାଲି ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ.ରମଣ ସିଂହ

- ଆସନ୍ତା ୧୦ରେ ଆସିବେ ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା
ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦାନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିବା ପାଇଁ ଆସନ୍ତା କାଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଡ.ରମଣ ସିଂହ ଓଡିଶା ଆଗମନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂହ ଆସନ୍ତା କାଲି ସକାଳ ୧୧ଟାରେ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ଅର୍ନ୍ତଗତ ବୁର୍ଡାଠାରେ, ଅପରାହ୍ନ ୧୨.୩୦ମିନିଟରେ ଝାରସୁଗୁଡା ଜିଲ୍ଲା ଲଖନପୁର ଅନ୍ତର୍ଗତ କଣ୍ଡାଇକେଲାଠାରେ ଏବଂ ଅପରାହ୍ନ ୨.୩୦ମିନିଟରେ ସୁନ୍ଦରଗଡ ଜିଲ୍ଲା ସବଡେଗାଠାରେ ସାଧାରଣ ସଭାରେ ଯୋଗ ଦେଇ ଜନ ସମାବେଶକୁ ଉଦ୍ବୋଧନ ଦେବେ । ଏହା ପରେ ଶ୍ରୀ ସିଂହ ରାୟପୁର ଫେରି ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।
ସେହିପରି ପୂର୍ବତନ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଓ ବିଶିÂ ଆଦିବାସୀ ନେତା ଶ୍ରୀ ଅର୍ଜୁନ ମୁଣ୍ଡା ଆସନ୍ତା ୧୦ ତାରିଖରେ ଓଡିଶା ଗସ୍ତ କରି ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରଚାର କରିବେ । ଶ୍ରୀ ମୁଣ୍ଡା ଆସନ୍ତା ୧୦ ତାରିଖ ସକାଳ ୯.୧୫ ମିନିଟରେ କେନ୍ଦୁଝର ଜିଲ୍ଲା ପାଟଣା ଅନ୍ତର୍ଗତ ତୁରୁମୁଙ୍ଗାଠାରେ, ସକାଳ ୧୦.୩୦ ମିନିଟରେ ମୟୁରଭଂଜ ଜିଲ୍ଲା ଉଦଳା ଅନ୍ତର୍ଗତ କୁଚିଳାଡିହ ପଡିଆଠାରେ, ସକାଳ ୧୧.୧୦ ମିନିଟରେ ବଇଶିଙ୍ଗା ଅନ୍ତର୍ଗତ ଦହିବାଡି ପଡିଆଠାରେ, ଅପରାହ୍ନ ୧୨.୧୦ ମିନିଟରେ ବାଙ୍ଗିରିପୋଷି ଷ୍ଟାଡିଅମ ପଡିଆଠାରେ ଏବଂ ଅପରାହ୍ନ ୧ଟାରେ ରାଇରଙ୍ଗପୁର ଅନ୍ତର୍ଗତ ପଣ୍ଡୁପାଣି ଖେଳ ପଡିଆଠାରେ ଅନୁÂିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେଇ ଜନ ସମାବେଶକୁ ଉଦ୍ବୋଧନ ଦେବେ । ଏହାପରେ ଶ୍ରୀ ମୁଣ୍ଡା ଜାମସେଦପୁର ଫେରି ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

Share in top social networks!