ଓଡ଼ିଶା ଅଣମୌସୁମୀ ସମୟରେ ପ୍ରଚୁର ପାଣି ପାଇବ : ବିଜେପି ସେଥିପାଇଁ ପ୍ରତିଶ୍ରୁତିବଦ୍ଧ

- ୫ବର୍ଷ କାଳ କେନ୍ଦ୍ରରେ ଜଳସମ୍ପଦ ମନ୍ତ୍ରୀ, ୧୭ ବର୍ଷକାଳ ରାଜ୍ୟରେ ଯେଉଁ ଦଳର ଜଳସମ୍ପଦ ମନ୍ତ୍ରୀ ଅଛନ୍ତି, ସେମାନେ ହୀରାକୁଦ ତଳେ ସମୁଦ୍ର ପର୍ଯ୍ୟନ୍ତ ଗୋଟିଏ ବି ବନ୍ଧ ତିଆରି କରିଛନ୍ତି କି ?
- ବିଜୁ ଜନତା ଦଳ ନିଜର ଅପାରଗତାକୁ ଲୁଚାଇବା ପାଇଁ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି
- ଉଭୟ ପ୍ରଧାନମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି-ଅଣମୌସୁମୀ ସମୟରେ ମହାନଦୀର ପାଣି ଓଡ଼ିଶା ପର୍ଯ୍ୟାପ୍ତ ପରିମାଣର ପାଣି ପାଇବ
ମହାନଦୀର ପାଣିକୁ ସୁରକ୍ଷା ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇଛନ୍ତି କି? ମହାନଦୀ ପାଣିରୁ ଏକରେ ଜମି ଜଳସେଚିତ ହୋଇଛି କି? ଯେଉଁ ଦଳର ପ୍ରତିନିଧି ୫ବର୍ଷ କାଳ କେନ୍ଦ୍ରରେ ଜଳସମ୍ପଦ ମନ୍ତ୍ରୀ ଏବଂ ୧୭ ବର୍ଷକାଳ ରାଜ୍ୟରେ ଜଳସମ୍ପଦ ମନ୍ତ୍ରୀ ଅଛନ୍ତି, ସେମାନେ ହୀରାକୁଦ ତଳେ ସମୁଦ୍ର ପର୍ଯ୍ୟନ୍ତ ଗୋଟିଏ ହେଲେ ବନ୍ଧ ତିଆରି କରିଛନ୍ତି କି ? ଓଡ଼ିଶା ଗସ୍ତରେ ବିଜେପିର ବରିÂ ନେତା ରମଣ ସିଂ ଆସିବାର ଅବ୍ୟବହିତ ପୂର୍ବରୁ ମହାନଦୀ ପ୍ରସଙ୍ଗରେ ପୁରୁଣା ରିପୋର୍ଟ ପ୍ରକାଶକୁ ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି ରାଜ୍ୟ ବିଜେପିର ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ।
ବିଜେଡିର ବିଭ୍ରାନ୍ତିକର ତଥ୍ୟର କଡ଼ା ଜବାବ୍ ଦେଇ ଶ୍ରୀ ଶର୍ମା କହିଛନ୍ତି-ଏମାନେ ରହିବେ ନା ନାହିଁ, ଦେଶ ରହିବ, ନଈ ରହିବ, ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟକୁ ପ୍ରଚୁର ପାଣି ମିଳିବ । ବିଜୁ ଜନତା ଦଳ ନିଜର ଅପାରଗତାକୁ ଲୁଚାଇବା ପାଇଁ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି । କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି-ମହାନଦୀ ପାଣିରୁ ଓଡ଼ିଶାର ଭାଗ ବୁନ୍ଦାଏ ବି କମିବ ନାହିଁ । ଓଡ଼ିଶା-ଛତିଶଗଡ଼ ସୀମାରେ ଜଳପ୍ରବାହ ମାପିବା ପାଇଁ ଗଜ୍ ଷ୍ଟେସନ ତିଆରି ହୋଇଛି । ଭାରତୀୟ ଜନତା ପାର୍ଟି, ନରେନ୍ଦ୍ର ମୋଦୀଙ୍କ ସରକାର ଏହାର ସମାଧାନ କରିବ, ଓଡ଼ିଶାବାସୀ ଆଶ୍ୱସ୍ତ ରହନ୍ତୁ । ଉଭୟ ପ୍ରଧାନମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି-ଅଣମୌସୁମୀ ସମୟରେ ମହାନଦୀର ପାଣି ଓଡ଼ିଶା ପର୍ଯ୍ୟାପ୍ତ ପରିମାଣର ପାଣି ପାଇବେ ବୋଲି ଶ୍ରୀ ଶର୍ମା କହିଛନ୍ତି ।

Share in top social networks!