ତରଭା ହତ୍ୟାକାଣ୍ଡ ପ୍ରସଙ୍ଗ:ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ବିଜେପିର ଦାବି

16473552_1813241208892888_4617393716589579913_n
- ଅଭିଯୁକ୍ତକୁ ସୁରକ୍ଷା ଯୋଗାଉଛି ପୋଲିସ୍ ପ୍ରଶାସନ
- ଗୁଳିକାଣ୍ଡ ଘଟାଇଥିବା କନେଷ୍ଟବଳ ଛୁଟିରେ ଥିବା ବେଳେ ସରକାରୀ
ବନ୍ଧୁକ ପାଖରେ ରଖିଲେ କେମିତି ?
ଭୁବନେଶ୍ୱର , ତା. ୦୮/୦୨: ଢେଙ୍କାନାଳ ଜିଲ୍ଲାର ତରଭା ରେ ବିଜେପି କାର୍ଯ୍ୟକର୍ତା ସଲମାନ ରାଉତଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ରାଜ୍ୟ ବିଜେପି ଦାବି କରିଛି । ମୃତ ସଲମାନଙ୍କ ଶବ ବ୍ୟବଚ୍ଚେଦ ପରେ ଗୁଳି କଢାଯାଇଥିିଲେ ମଧ୍ୟ ଏହାର ଖୋକା ଜବତ କରାଯାଇ ନାହିଁ । ଗୁଳି ଚଳାଯାଇଥିବା ବନ୍ଧୁକ ଟି ସର୍ଭିସ୍ ରିଭରବଲ କିନାହିଁ ବର୍ତମାନ ସୁଦ୍ଧା ପୋଲିସ୍ ତାହା ସ୍ପଷ୍ଟ କରିନାହିଁ । ଗିରଫ ଅଭିଯୁକ୍ତ ବ୍ୟୋମକେଶ ଜଣେ ସରକାରୀ ଚାକିରିଆ ହୋଇଥିବା ବେଳେ ସେ ଛୁଟି ପାଇ ଆସିଥିଲେ । ତେବେ ଛୁଟିରେ ଆସି ସାଥିରେ ବନ୍ଧୁକ ଆଣିବାକୁ ତାଙ୍କୁ କିଏ ଅନୁମତି ଦେଲା ତାହା ସ୍ପଷ୍ଟ ହେବା ଦରକାର ବୋଲି ବିଜେପି ଦାବି କରିଛି ।
ବୁଧବାର ଦିନ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ସମୀର ମ ହାନ୍ତି କହିଛନ୍ତି ଯେ ତରଭା ହତ୍ୟା ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦୁଟିଏ ବି ବିବୃତି ରଖୁ ନାହାନ୍ତି । ଅନ୍ୟପକ୍ଷରେ ତାଙ୍କ ପ୍ରବକ୍ତା ମାନେ କହୁଛନ୍ତି ବିଜେଡି ଦଳ ହିଂସାରେ ବିଶ୍ୱାସ କରେନାହିଁ । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଲଗାଇବା କାରଣରୁ ସଲମାନକୁ ହତ୍ୟା କରାଗଲା । ତାର କଣ ଦୋଷ ଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଅପରପକ୍ଷରେ ଅଭିଯୁକ୍ତ ବ୍ୟୋମକେଶ ବିଜେଡିର ପରିବାରର ସଦସ୍ୟ । ତାଙ୍କ କକା ଢେଙ୍କାନାଳ ସଦର ବ୍ଲକ୍ର ଭାଇସ୍ ଚେୟାରମ୍ୟାନ ଅଛନ୍ତି । ବିଜେଡି ସମର୍ଥକଙ୍କ ପରିବାର ଏ ହତ୍ୟା କଲେ । କେନ୍ଦୁଝରର ଯେଉଁ ଓଏସ୍ଏପି ରେ ଅଭିଯୁକ୍ତ ଚାକିରୀ କରୁଛି କମାଣ୍ଡାଂଟ କଣ ପାଇଁ ପଦକ୍ଷେପ ନେଉ ନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ପରୋକ୍ଷ ଭାବରେ ୧୪୪ ଧାରା ଲାଗୁ କରି ଢେଙ୍କାନାଳ ପୋଲିସ୍ ପ୍ରଶାସନ ହତ୍ୟାକାରୀକୁ ସୁରକ୍ଷା ଦେଇଛି ବୋଲି ଦଳ କହିଛି । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୃତକ ଘରକୁ ଗସ୍ତ କରିବା ବେଳେ ସେଠାରେ ୧୪୪ ଧାରା ଚାଲିଛି କେନ୍ଦ୍ରମନ୍ତ୍ରୀ କେମତି ଯିବେ ବୋଲି ପ୍ରଶାସନ କହିଥିଲା । ହତ୍ୟାକାରୀ କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ପୋଲିସ୍ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଜାଗତିଆର ହୋଇଛି । ପୋଲିସ୍ କେବଳ ଆର୍ମସ୍ ଆକ୍ଟ ଲଗାଇ ତାର ଦାୟିତ୍ୱ ସମ୍ପନ୍ନ କରି ଦେଇଛି । ଏହାର କାରଣ ସ୍ପଷ୍ଟ ହେବା ଦରକାର । ତଦନ୍ତ ଯଦି ଠିକ୍ ଭାବେ ନହୁଏ ହତ୍ୟାକାରୀକୁ ସୁରକ୍ଷା ଦେବା ପାଇଁ ଯୋଜନା ହେଉଛି ବୋଲି ଜଣାପଡିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପଂଚାୟତ ନିର୍ବାଚନ ପରୀପ୍ରେକ୍ଷୀରେ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ମୋହନାରେ ସରପଂଚ ପ୍ରାର୍ଥୀଙ୍କୁ ହତ୍ୟା କରାଯିବା , ବାଙ୍କୁଆଳରେ ପୋଷ୍ଟରମରାକୁ ନେଇ ହତ୍ୟାକାଣ୍ଡ , କିଶନ ନଗରରେ ଘର ପୋଡି , ବାଲେଶ୍ୱରରେ ଗଣ୍ଡଗୋଳ ଏବଂ ତରଭା ହତ୍ୟାକାଣ୍ଡ ଏହା ପ୍ରମାଣ କରୁଛି ବୋଲି ସେ କହିଛନ୍ତି ।

Share in top social networks!