ଆଚରଣ ବିଧି ଉଲ୍ଲଘଂନ ନେଇ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କଲା ବିଜେପି

16473792_1813291942221148_2799411253415632077_n

- ଭୋଟ୍ ଗଣତିର ଲିଖିତ ରିପୋର୍ଟ ଯୋଗାଇବା ପାଇଁ ଦାବୀ

ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛି ଏବଂ କାର୍ଯ୍ୟାନୁÂାନ ନେବାକୁ ଦାବି କରିଛି । ଏନେଇ ଦଳ ପକ୍ଷରୁ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ରାଜ୍ୟ ଉପସଭାପତି ମନମୋହନ ସାମଲ କହିଛନ୍ତି ଯେ ନିର୍ବାଚନ ପରେ ଗଣନା ପରେ କେଉଁ ପ୍ରାର୍ଥୀ କେତେ ଭୋଟ୍ ପାଇଲେ ତାହାର ଏକ ତାଲିକା ରାଜନୈତିକ ଦଳ ମାନଙ୍କୁ ଦିଆଯାଉନାହିଁ । କାଗଜ ଅଭାବ ଯୋଗୁଁ ହାର୍ଡ କପି ଦିଆଯାଇନଥିବା କୁହାଯାଉଛି । ମାତ୍ର ଏହା ଦିଆନଗଲେ ଗଣତି ପରେ କିଛି ପ୍ରମାଣ ରହିବ ନାହିଁ । ରାଜ୍ୟ ସରକାର ଯଦି କାଗଜ ଯୋଗାଇବାରେ ହେଳା କରିବେ ତେବେ ନିର୍ବାଚନରେ ସ୍ୱଚ୍ଛତା ରହିବ ନାହିଁ ଏବଂ ଏହାର ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବ । ଏସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇଛୁ । ଏଥିରେ ରୋକ୍ ନଲାଗିଲେ ନିର୍ବାଚନରେ ହେରଫେର ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ ଅଧିକାଂଶ ସ୍ଥାନରେ ନୋମିନେସନ୍ ଦାଖଲ ପରେ ମଧ୍ୟ ନୂଆ ଭୋଟର ତାଲିକା ଦେଖିବାକୁ ମିଳୁଛି । ତାର କପି ମଧ୍ୟ ପ୍ରଦାନ କରିଛୁ । ମତଦାନର ସକାଳ ପର୍ଯ୍ୟନ୍ତ ଭୋଟର ଲିଷ୍ଟରେ ହେରଫେର ନେଇ ସରକାରୀ ଦଳର ଯେଉଁ ମସୁଧା ଚାଲିଛି ତା ଉପରେ ରୋକ୍ ଲାଗିବାର ଆବଶ୍ୟକତା ରହିଛି ।
ଅନ୍ୟପକ୍ଷରେ ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ସମସ୍ତ ଉନ୍ନତିମୂଳକ କାମ ବନ୍ଦ ରଖିବା ପାଇଁ ନିର୍ବାଚନ କମିଶନଙ୍କ କଡାକଡି ନିଦେ୍ର୍ଧଶ ସତ୍ୱେ ବିଭିନ୍ନ ସ୍ଥାନରେ ୱାର୍କ ଅର୍ଡର ନଥାଇ ବିଦ୍ୟୁତ୍ କରଣ ପରି ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଛି । ସରକାରୀ ଦଳ ନିଜ କ୍ଷମତାର ଅପପ୍ରୟୋଗ କରି ଏପରି କରୁଥିବା ନେଇ ମଧ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ନିର୍ମାଣ କାମ ଗୁଡିକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିଦେ୍ର୍ଧଶ ଦେବା ନେଇ କମିଶନରଙ୍କ ସହିତ ଆଲୋଚନା କରାଯାଇଛି । ସେହିପରି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ସମୟ ଶେଷ ହୋଇଯାଇଥିଲେ ମଧ୍ୟ ପ୍ରାର୍ଥୀ ତାଲିକାରେ ପରିବର୍ତନ କରାଯାଉଥିବା ବିଜେପି ଅଭିଯୋଗ କରିଛି ।
ଏପରିକି ଖାଦ୍ୟ ସୁରକ୍ଷା ଆଇନରେ ଗତ ୧୫ ମାସ ଧରି ଖାଦ୍ୟ ଶସ୍ୟ ପାଇ ଆସୁଥିବା ହିତାଧିକାରୀ ମାନଙ୍କୁ ହଠାତ୍ ଏଥିରୁ ବଂଚିତ କରାଯାଇଛି । ନିର୍ବାଚନ କମିଶନ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ହିତାଧିକାରୀ ତାଲିକାରେ ପରିବର୍ତନ କରାଯାଇ ପାରିବ ନାହିଁ ବୋଲି ନିଦେ୍ର୍ଧଶ ଦେଇଥିଲେ ମଧ୍ୟ ଏହାକୁ ଅବମାନନା କରାଯାଇଥିବା ନେଇ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛୁ । କମିଶନ ମଧ୍ୟ ଏହି ମାମଲାର ଅନୁଧ୍ୟାନ କରିବାସହ କାର୍ଯ୍ୟାନୁÂାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସାମଲ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ସଜ୍ଜନ ଶର୍ମା ସାମିଲ୍ ଥିଲେ ।

Share in top social networks!