ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଓଡ଼ିଶା ଡାକିଆଣି ନିର୍ବାଚନ ପ୍ରଚାରରେ ଲଗାଇବା ବିଜେପିର ଓଡ଼ିଶା ଲୋକଙ୍କ କଟା ଘା’ରେ ଚୂନ ଦେବା ଭଳି: BJD

shasibjd ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଓଡ଼ିଶା ଡାକିଆଣି ନିର୍ବାଚନ ପ୍ରଚାରରେ ଲଗାଇବା ବିଜେପିର ଓଡ଼ିଶା ଲୋକଙ୍କ କଟା ଘା’ରେ ଚୂନ ଦେବା ଭଳି । ମହାନଦୀ ଓଡ଼ିଶାର ଜୀବନ ରେଖା ଏବଂ ମହାନଦୀକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ଏକ ସ୍ପର୍ଶକାତର ପ୍ରସଂଗ । କୋଟି କୋଟି ଓଡ଼ିଆଙ୍କ ଜୀବନ ଓ ଜୀବିକା ମହାନଦୀ ସହିତ ଜଡ଼ିତ ।

କିନ୍ତୁ ସେହି ମହାନଦୀର ପାଣିକୁ ଶିଳ୍ପପତିମାନଙ୍କୁ ବିକ୍ରି କରି ରମଣ ସିଂହ କେବଳ ଓଡ଼ିଶା ନୁହେଁ, ଓଡ଼ିଶାର ଚାଷୀକୂଳ ପ୍ରତି ଅନ୍ୟାୟ କରିଛନ୍ତି । ବେଆଇନ୍‍ ଭାବରେ ମହାନଦୀର ଉପର ମୁଣ୍ଡରେ ଡ୍ୟାମ୍‍, ବ୍ୟାରେଜ୍‍ ଆଦି ନିର୍ମାଣ କରି ଓଡ଼ିଶାର ଲୋକମାନଙ୍କୁ ମହାନଦୀର ଜଳରୁ ବଞ୍ଚôତ କରିବାକୁ ଯାଉଛନ୍ତି । ସେଥିପାଇଁ ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି ଏବଂ ନିଜର ହକ୍‍ ହାସଲ ପାଇଁ ବିଜୁ ଜନତା ଦଳ ବିଭିନ୍ନ ସ୍ତରରେ ଏହି ପ୍ରସଂଗ ଉପସ୍ଥାପନ କରିବା ସହିତ ଓଡ଼ିଶା ସରକାର ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମହାନଦୀକୁ ନେଇ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ସେଥିପାଇଁ କେନ୍ଦ୍ର ଏନ୍‍ଡିଏ ସରକାର ଏବଂ ରମଣ ସିଂହ ଦାୟୀ । ଏହା ଓଡ଼ିଶାବାସୀ ଭଲ ଭାବରେ ବୁଝିସାରିଛନ୍ତି । ଓଡ଼ିଶାର ବିଜେପି କର୍ମକର୍ତ୍ତାମାନେ ରମଣ ସିଂହଙ୍କୁ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ପ୍ରଚାର ପାଇଁ ତାରକା ପ୍ରଚାରକ ହିସାବରେ ଡକାଇବା
ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା ଏବଂ ତାଙ୍କର ନ୍ୟାଯ୍ୟ ଅଧିକାର ଉପରେ କୁଠାରାଘାତ ।

ଓଡ଼ିଶା ବାରମ୍ବାର ଦାବି କରିଆସୁଛି ଯେ ରମଣ ସିଂହଙ୍କ ସରକାର ମହାନଦୀ ଉପରେ ନିର୍ମାଣ କରୁଥିବା ସମସ୍ତ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ବନ୍ଦ କରୁ ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ଟ୍ରିବୁ୍ୟନାଲ୍‍ ଗଠନ କରାଯାଇ ଏହାର ସମାଧାନ କରାଯାଉ । କିନ୍ତୁ ରମଣ ସିଂହ କେନ୍ଦ୍ର ସହିତ ସଲାସୁତୁରା କରି ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ବି ପ୍ରକଳ୍ପ କାର୍ଯ୍ୟ ଏ ପର୍ଯ୍ୟନ୍ତ ବନ୍ଦ କରିନାହାନ୍ତି, ଏପଟେ ଓଡ଼ିଶାରେ ବିଜେପି ପାଇଁ ଭୋଟ ମାଗିବାକୁ ଓଡ଼ିଶା ଆସୁଛନ୍ତି । ଓଡ଼ିଶା ମା’ ଓ ମାଟି ବିରୁଦ୍ଧରେ ଏଭଳି ଭୟଙ୍କର ଷଡ଼ଯନ୍ତ୍ର କରୁଥିବା ଜଣେ ବ୍ୟକ୍ତି ସହ ଭୋଟ ରାଜନୀତି ପାଇଁ ହାତ ମିଳାଇ ଓଡ଼ିଶାର ବିଜେପି ନେତୃବୃନ୍ଦ ନିଜ ଜନ୍ମମାଟି ତଥା ଓଡ଼ିଶାବାସୀଙ୍କ ସହିତ
ଚରମ ବିଶ୍ୱାସଘାତକତା କରିଛନ୍ତି ।

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ସମୟରେ ଭୋଟ ମାଗିବାର ଅଧିକାର ସବୁ ରାଜନୈତିକ ଦଳ ଏବଂ ନିର୍ବାଚନ ଲଢ଼ୁଥିବା ବ୍ୟକ୍ତି ବିଶେଷମାନଙ୍କର ରହିଛି । କିନ୍ତୁ ଓଡ଼ିଶାବାସୀ ଏବଂ ସେମାନଙ୍କ ଆଗାମୀ ପିଢ଼ିର ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେବା ପାଇଁ ଅନୁଚିତ ପନ୍ଥାର ଆଶ୍ରୟ ନେଉଥିବା ରମଣ ସିଂହଙ୍କର ଓଡ଼ିଶାବାସୀଙ୍କ ପାଖକୁ ଆସି ବିଜେପି ପାଇଁ ଭୋଟ ଭିକ୍ଷା କରିବାର କୌଣସି ନୈତିକ ଅଧିକାର ନାହିଁ । ଓଡ଼ିଶାବାସୀ ଠିକଣା ସମୟରେ ଏହାର ଉଚିତ୍‍ ଜାବବ ଦେବେ ।

ରମଣ ସିଂହଙ୍କ ଏହି ଗସ୍ତକୁ ସବୁସ୍ତରରେ ଦୃଢ଼ ବିରୋଧ କରାଗଲାଣି । ଓଡ଼ିଶାର ଜନସାଧାରଣଙ୍କର କ୍ଷୋଭ ଏବଂ ଆକ୍ରୋଶ ବିଭିନ୍ନ ଭାବରେ ପ୍ରକଟିତ ହେଲାଣି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ତଥା କ୍ଷୋଭକୁ ଆଖି ଆଗରେ ରଖି ଶାନ୍ତିପୂର୍ଣ୍ଣ ଭାବରେ ଓଡ଼ିଶାବାସୀଙ୍କ ଭାବାବେଗକୁ ପ୍ରକାଶ କରିବା ପାଇଁ କଟକ ଏବଂ ସମ୍ବଲପୁର ସହରାଞ୍ଚଳ ନିକଟସ୍ଥ ମହାନଦୀରେ ଆସନ୍ତାକାଲି ଦିବା ୧୦.୩୦ ଘଟିକାରୁ ରମଣ ସିଂହ ଓଡ଼ିଶା ମାଟିରେ ପାଦ ଦେଇ ଓଡ଼ିଶାରୁ ବିଦାୟ ନେବା ପର୍ଯ୍ୟନ୍ତ ସାରା ଦିନ ‘ଜଳ ସତ୍ୟାଗ୍ରହ’ ଏବଂ ସନ୍ଧ୍ୟାରେ ‘ଜଳ ଆଳତି’ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ଆଜି ବିଜୁ ଜନତା ଦଳ କାର୍ଯ୍ୟାୟଳରେ ଆୟୋଜିତ ସାମ୍ବାଦିକ
ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା କହିଛନ୍ତି ।

Share in top social networks!