ରମଣ ସିଂହଙ୍କ ପ୍ରଚାର ନେଇ ବିଜେଡିର ପ୍ରତିବାଦ ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

- ଓଡିଶା ଲୋକ ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାରୀ ଓ ହତ୍ୟାକାରୀ ଆଭିମୁଖ୍ୟକୁ ସମାଧି ଦେବେ
- ପଂଚାୟତ ନିର୍ବାଚନରେ ହିଂସ୍ର ହୋଇ ଉଠିଛନ୍ତି ନବୀନ
- ପ୍ରଶାସନକୁ ବ୍ୟବହାର କରି ବିରୋଧୀଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି
- ସାମ୍ବିଧାନିକ ସାଧାରଣ ସୌଜନ୍ୟତା ଦେଖାଇ ବିରୋଧୀଙ୍କୁ ସମ୍ମାନ ଦେଇ ଶିଖନ୍ତୁ ନବୀନ
ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କର ଓଡିଶାରେ ପ୍ରଚାରକୁ ବିରୋଧ କରି ବିଜେଡିର ଜଳ ସତ୍ୟାଗ୍ରହ ଓ ଜଳ ଆରତୀ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର
ଦେଇ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟରେ ଏବେ ନିର୍ବାଚନ ବାତାବରଣ ଅଛି । ଓଡିଶାର ସାଧାରଣ ଜନତା ବିଜେଡିର ଦୁର୍ନୀତି, ଭ୍ରଷ୍ଟାଚାରୀ ଓ ହତ୍ୟାକାରୀ ଆଭିମୁଖ୍ୟକୁ ସମାଧ ିଦେବେ ।

ମାତ୍ର ଶ୍ରୀ ପ୍ରଧାନ କହିଛନ୍ତି ତାଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛୋଟିଆ ଅନୁରୋଧ ଅଛି । ପ୍ରଜାତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାରେ ବିରୋଧୀକୁ ସମ୍ମାନ ଦେବାର ସାଧାରଣ ସୌଜନ୍ୟତାକୁ ନବୀନ ପାଳନ କରନ୍ତୁ ଏହା ହିଁ ଅପେକ୍ଷା । ଏହାଛଡା ରାଜନୈତିକ ଭାବରେ ସେ କଣ କରିବେ ତାହା ତାଙ୍କର ଇଚ୍ଛା ।

ସେ କହିଛନ୍ତି ବିଜେଡି ଏକ ରାଜନୈତିକ ଦଳ ଭାବରେ କେମିତି ଓ କିଭଳି ପ୍ରତିବାଦ କରିବ ଏହା ଏହି ଦଳର ନିଜସ୍ୱ ଅଧିକାର । ମୁଖ୍ୟମନ୍ତ୍ରୀ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ହିଂସ୍ର ହୋଇ ଉଠିଛନ୍ତି ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି । ପ୍ରଶାସନକୁ ବ୍ୟବହାର କରି ପ୍ରତିଦ୍ୱନ୍ଦିଙ୍କୁ ହତ୍ୟା କରିବାକୁ ପଛାଉ ନାହାନ୍ତି । ଓଡିଶାର ଜନତା ଏଥର ତାଙ୍କୁ ସମାଧି ଦେବେ ବୋଲି ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!