ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଶିକ୍ଷାର ପ୍ରସାର ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ ଆରୋପ

jamirଶିକ୍ଷା ହିଁ ସକଳ ବିକାଶର ଚାବିକାଠି । ତେଣୁ ବିକାଶରେ ସକ୍ରିୟ ଅଂଶୀଦାର ହେବାକୁ ଶିକ୍ଷାର ପ୍ରସାରକୁ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ଡ଼.ଏସ୍.ସି. ଜମିର୍ ପରାମର୍ଶ ଦେଇଛନ୍ତି । ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଦିବାସୀ ମହିଳା ସ୍ୱୟଂ ସହାୟିକା ଗୋÂୀର ସଭ୍ୟାମାନଙ୍କୁ ରାଜ୍ୟପାଳ କହିଲେ ଯେ ସାଧୁତା ଓ କର୍ତ୍ତବ୍ୟନିÂା ହେଉଛି ଜନଜାତି ଲୋକମାନଙ୍କର ଚାରିତି୍ରକ ବୈଶିଷ୍ଟ୍ୟ । ଏହାକୁ ବଜାୟ ରଖିବା ସହିତ ବର୍ତ୍ତମାନ ଉପଲବ୍ଧ ସୁବିଧା, ସୁଯୋଗ, ସାମର୍ଥ୍ୟ ଓ ସଂଭାବନାର ସଫଳ ଉପଯୋଗ ନିମନ୍ତେ ଉଦ୍ୟମ କରିବା ଦରକାର । ଅର୍ଥନୈତିକ ସ୍ୱାବଲମ୍ବନ ପାଇଁ ସ୍ୱୟଂ ସହାୟିକା ଗୋÂୀର ଭୂମିକାକୁ ପ୍ରଂଶସା କରି ରାଜ୍ୟପାଳ ପରଂପରା ଓ ପ୍ରଗତି ମଧ୍ୟରେ କ୍ରିୟାଶୀଳ ସମନ୍ୱୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଆଦିବାସୀ ମେଳାରେ ଅଂଶଗ୍ରହଣ କରୁଥିବା ୧୭ ଗୋଟି ମହିଳା ସ୍ୱୟଂ ସହାୟିକା ଗୋÂୀର ସଭ୍ୟାମାନେ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟପାଳ ସେମାନଙ୍କର ଉପôାଦିତ ସାମଗ୍ରୀ ଦେଖିବା ସହ ବିକ୍ରୀବଟା ଓ ଅନ୍ୟାନ୍ୟ ଅଭାବ ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ମାଲକାନଗିରି, କୋରାପୁଟ, ସମ୍ବଲପୁର, କଳାହାଣ୍ଡି, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାର ବଣ୍ଡା, ଡ଼ିଡ଼ାଇ, ପରଜା, କିଶାନ, ଲୋଧା, ମୁଣ୍ଡା, ସାଉଁଟି, ହୋ, ଭୋତରା ଓ ଖଡ଼ିଆ ସଂପ୍ରଦାୟର ମହିଳାମାନେ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ସେମାନେ ନିଜ ଅଂଚଳର କେତେକ ମୌଳିକସମସ୍ୟା ସଂପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ସବୁର ବିହିତ ପ୍ରତିକାର ନିମନ୍ତେ ରାଜ୍ୟପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ. ବେଣୁଗୋପାଳ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରଥ, ରାଜ୍ୟପାଳଙ୍କ ଅତିରିକ୍ତ ଶାସନ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଲେଖା ନିୟନ୍ତ୍ରକ ସୌମ୍ୟ ନାରାୟଣ ପାଣିଗ୍ରାହୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭାଗର ସ୍ୱତନ୍ତ୍ର ପଦାଧିକାରୀ ତ୍ରିଲୋଚନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Share in top social networks!