ତରଭା ହତ୍ୟାକାଣ୍ଡ ଘଟଣା ବିରୋଧରେ ବିଜେପିର ସବ୍ଡିଭିଜନସ୍ତରୀୟ ପ୍ରତିବାଦ ଓ ବିକ୍ଷୋଭ

ସାରା ରାଜ୍ୟରେ ପ୍ରତିବାଦକୁ ବିପୁଳ ସମର୍ଥନ
bjpsubdivsion ତରଭା ହତ୍ୟାକାଣ୍ଡ ପ୍ରତିବାଦରେ ଢେଙ୍କାନାଳରେ ବିଜେପିର ୧୨ ଘଂଟିଆ ବନ୍ଦ ଡାକରାକୁ ଅଭୂତପୂର୍ବ ସଫଳତା ମିଳିବା ପରେ ବିଜେପି ପକ୍ଷରୁ ମଙ୍ଗଳବାର ଦିନ ଆହ୍ୱାନ କରାଯାଇଥିବା ରାଜ୍ୟର ପ୍ରାୟ ସବୁ ସବଡିଭିଜନ ମୁଖ୍ୟାଳୟରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭାକୁ ମିଳିଛି ବିପୁଳ ସମର୍ଥନ । ଢେଙ୍କାନାଳ ଜିଲ୍ଲା ସଭାପତି ବିଭୂତି ପ୍ରଧାନଙ୍କ ନେତୃତ୍ୱରେ ଢେଙ୍କାନାଳ ସଦର, ସମ୍ବଲପୁର ସଦର, ବରଗଡ଼ ଜିଲ୍ଲାର ୩ଟି ସବ୍ଡିଭିଜନ, ସବୁର୍ଣ୍ଣପୁର ଜିଲ୍ଲା ସଦର ଓ ବୀରମହାରାଜପୁର, ବାଲେଶ୍ୱର ଜିଲ୍ଲା ସଦର, ଝାରସୁଗୁଡ଼ା ଜିଲ୍ଲା ସଦର, କେନ୍ଦୁଝରର ଜିଲ୍ଲା ସଦର, ଆନନ୍ଦପୁର ଓ ଚମ୍ପୁଆ, ଦେବଗଡ଼ ଜିଲ୍ଲା ସଦର, ବଲାଙ୍ଗୀର ଜିଲ୍ଲା ସଦର ଏବଂ ରାଜ୍ୟର ଅଧିକାଂଶ ସବ୍ଡିଭିଜନରେ ବିଜେପି କର୍ମୀଙ୍କ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନକୁ ମିଳିଛି ସାଧାରଣ ଲୋକଙ୍କ ବିପୁଳ ସମର୍ଥନ ।
ପ୍ରତିବାଦ ଓ ବିକ୍ଷୋଭ ସଭାରେ ସଭିଙ୍କ ମୁହଁରେ ଥିଲା ସେଇ ଗୋଟିଏ ନାରା-ବିଜେପିର ରାଜନୈତିକ ଆହ୍ୱାନକୁ ସାମ୍ନା କରିବା ପରିବର୍ତେ ହିଂସାର ରାସ୍ତା ଆପଣାଉଛି ବିଜେଡି । ଏସବୁ ପ୍ରତିବାଦ ସଭାରେ ବିଜେପିର ଦାବି ଥିଲା-ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ କାହିଁକି? ହତ୍ୟାକାରୀ ପୋଲିସ କର୍ମଚାରୀ ସ୍ଥାନୀୟ କ୍ଷମତାଶାଳୀ ବିଜେଡି ପରିବାରର ସଦସ୍ୟ । ଏହି କ୍ଷମତାଶାଳୀ ପରିବାରକୁ ଗଣତାନ୍ତ୍ରିକ ଉପାୟରେ ରାଜନୈତିକ ଆହ୍ୱାନ ଦେବାରୁ ବିଜେପିର ସକ୍ରିୟ କର୍ମୀ ସଲମନ ରାଉତଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଘଟଣାର ତିନି ଦିନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା ।
ବିଜେପି ଆହୁରି ମଧ୍ୟ ତରଭା ବିଜେଡିର ଛାମୁଆ ନେତାମାନଙ୍କ ଗୁମର ଖୋଲିଛି । ଗିରଫ ହୋଇଥିବା ସଲମନ ରାଉତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କ ପରିବାର ବିଜୁ ଜନତା ଦଳର ସ୍ଥାନୀୟ ଅଂଚଳର ପ୍ରମୁଖ ନେତୃତ୍ୱ ନେଇଆସିଛି । ଏହି ପରିବାର ପାଖରେ କ୍ଷମତା ମଧ୍ୟ କେନ୍ଦ୍ରୀଭୂତ ହୋଇଛି । ଅଭିଯୁକ୍ତ ବ୍ୟୋମକେଶଙ୍କ କକା ହୃଦାନନ୍ଦ ବିଶ୍ୱାଳ ବର୍ତମାନ ବ୍ଲକର ଉପାଧ୍ୟକ୍ଷ ଥିବାବେଳେ ବାପା ମନମୋହନ ହେଉଛନ୍ତି ତରଭା ଗ୍ରାମ ପଂଚାୟତର ସରପଂଚ । ଦୀର୍ଘଦିନ ଧରି ଏକଚାଟିଆ ଭାବେ ଏହି ପରିବାର ବିଜେଡିର ଝଣ୍ଡା ଧରି ରାଜନୈତିକ ଆଧିପତ୍ୟ ବିସ୍ତାର କରିଆସୁଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ପତିଆରାକୁ ପଂଚାୟତ ନିର୍ବାଚନରେ ଶକ୍ତ ବିରୋଧ କରିବା କାରଣରୁ ବିଜେପି କର୍ମୀ ସଲମନଙ୍କୁ ଯୋଜନାବଦ୍ଧଭାବେ ଗୁଳି କରି ହତ୍ୟା କରାଯାଇଛି ।
ତରଭାରେ ସଲମନ୍ଙ୍କ ହତ୍ୟାର ତିନି ଦିନ ପରେ ରାଜ୍ୟ ବିଜେପିର ନେତାମାନେ ଦାବି କରିଛନ୍ତି-ସଲମନ ରାଉତଙ୍କ ହତ୍ୟା ଯୋଜନାବଦ୍ଧ ଓ ପ୍ରାୟୋଜିତ । ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶକୁ ଗିରଫ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡରେ ସେ ବ୍ୟବହାର କରିଥିବା ବନ୍ଧୁକ ଜବତ ହୋଇପାରିନାହିଁ କାହିଁକି? ସଲମନଙ୍କ ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ଅଭିଯୁକ୍ତ ଏବଂ ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ରକାରୀମାନଙ୍କୁ ମଧ୍ୟ ଏଯାଏ ଗିରଫ କରାଯାଇନାହିଁ କାହିଁକି ? ସଲମନଙ୍କ ହତ୍ୟାକାଣ୍ଡ ବାବଦରେ ରାଜ୍ୟ ବିଜେପି ନେତାମାନଙ୍କ ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ରାଜ୍ୟବାସୀ ମଧ୍ୟ ନବୀନ ଦଳର ଗୁଣ୍ଡାରାଜ କଥାକୁ ହୃଦବୋଧ କରୁଛନ୍ତି । ବିଜେପିର ଏହି ଦାବିଗୁଡ଼ିକୁ ରାଜ୍ୟବାସୀ ବିପୁଳ ସମର୍ଥନ ଦେଉଛନ୍ତି ।

Share in top social networks!