ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର

bjpdpଆସନ୍ତାକାଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଂଚାୟତ ନିର୍ବାଚନ ପ୍ରଚାରରେ ରାଜ୍ୟର ପୃଥକ୍ ପୃଥକ୍ ୭ଟି ଅଂଚଳ ଗସ୍ତ କରିବେ । ଢେଙ୍କାନାଳର ରାଞ୍ଜା କ୍ରିକେଟ୍
ପଡ଼ିଆରେ ଅବତରଣ କରି ସକାଳ ୮.୨୦ରେ ଶ୍ରୀ ପ୍ରଧାନ ପ୍ରଥମେ ପହଂଚିବେ ତରଭା ଗାଁରେ । ନିର୍ବାଚନୀ ହିଂସାର ଶିକାର ହୋଇଥିବା ଶହୀଦ ସଲମନ ରାଉତଙ୍କ ପରିବାର ଲୋକଙ୍କୁ ଭେଟିବେ ଶ୍ରୀ ପ୍ରଧାନ । ଏହାପରେ ଗଂଜାମ ଜିଲ୍ଲା କାନିସୀ ହାଟ ପଡ଼ିଆଠାରେ ଅବତରଣ କରି ସକାଳ ୯.୫୫ରେ ଗୋପାଳପୁରଠାରେ ଆୟୋଜିତ ସାଧାରଣ ସଭାରେ ଉପସ୍ଥିତ ଜନତାଙ୍କୁ ସେ ଉଦ୍ବୋଧନ ଦେବେ । ଦିନ ୧୧.୧୦ରେ ପହଂଚିବେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ଆୟୋଜିତ ସାଧାରଣ ସଭାରେ ଯୋଗ
ଦେବେ । ଦିନ ୧୨.୨୫ରେ କଟକ ସଦର ମାଳିଆବାଙ୍କ, ବୋଧପୁରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ । ଦିନ ୧.୧୫ରେ ଶ୍ରୀ ପ୍ରଧାନ ଯାଜପୁର ଜିଲ୍ଲା ବରୁହାଁରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବେ । ଅପରାହ୍ନ ୨ଟା.୧୫ରେ କେନ୍ଦ୍ରମନ୍ତ୍ରୀ ପହଂଚିବେ କଟକ ସଦର ବାଲିକୁଦାରେ ଆୟୋଜିତ ସାଧାରଣ ସଭାରେ । ଅପରାହ୍ନ ୩.୩୦ରେ ଭୁବନେଶ୍ୱରରେ ପହଂଚିବେ । ୩.୪୫ରେ ଶ୍ରୀ ପ୍ରଧାନ ଯୋଗଦେବେ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗରେ ଆୟୋଜିତ ‘ରୋଡ଼ ଯାଗ ଦେବାର
କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

Share in top social networks!