ତରଭା ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରିବା ପଛରେ ବିଜେଡିର ସୁଚିନ୍ତିତ ଷଡଯନ୍ତ୍ର: ବିଜେପି

sajjan
- ଢେଙ୍କାନାଳ ବନ୍ଦକୁ ମିଳିଛି ଅଭୂତପୂର୍ବ ଜନସମର୍ଥନ
- ମଙ୍ଗଳବାର ଦିନ ସବୁ ସବଡିଭିଜନ ମୁଖ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ ସଭା
- ବିଜେପିର ରାଜନୈତିକ ଆହ୍ୱାନକୁ ସାମନା କରିବା ପରିବର୍ତେ ହିଂସାର ରାସ୍ତା ଆପଣାଉଛି ବିଜେଡି
- ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ କାହିଁକି ?
- ହତ୍ୟାକାରୀ ପୋଲିସ କର୍ମଚାରୀ ସ୍ଥାନୀୟ କ୍ଷମତାଶାଳୀ ବିଜେଡି ପରିବାରର ସଦସ୍ୟ
- ପରିବାରକୁ ଗଣତାନ୍ତ୍ରିକ ଉପାୟରେ ରାଜନୈତିକ ଆହ୍ୱାନ ଦେବାରୁ ଯୋଜନା କରି କରା ଯାଇଛି ହତ୍ୟା
- ଘଟଣାର ଦୁଇ ଦିନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
ଢେଙ୍କାନାଳ ଜିଲ୍ଲା ତରଭା ଠାରେ ବିଜେପି କର୍ମୀ ସଲମନ ରାଉତଙ୍କ ଶାସକ ଦଳ ପ୍ରାୟୋଜିତ ହତ୍ୟା ପ୍ରତିବାଦରେ ବିଜେପି ଏହି ଆନେ୍ଦାଳନକୁ ତୀବ୍ରତର କରିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ବିଜେଡିର ହତ୍ୟା ପ୍ରତିବାଦରେ ଦଳ ତରଫରୁ ଦିଆ ଯାଇଥିବା ଢେଙ୍କାନାଳ ବନ୍ଦକୁ ଅଭୂତପୂର୍ବ ଜନ ସମର୍ଥନ ଘଟଣାରେ ସାଧାରଣ ଲୋକଙ୍କ ଶାସକ ବିଜେଡି ପ୍ରତି ଦୃଢ ବିରୋଧ ଭାବକୁ ସ୍ପଷ୍ଟ କରୁଛି ବୋଲି ସେ କହିଛନ୍ତି ।
ଆନେ୍ଦାଳନକୁ ଆଗକୁ ନେଇ ସାଧାରଣ ଓଡିଆ ଲୋକଙ୍କର ବିଜେଡିର ରାଜନୈତିକ ହିଂସା ପ୍ରତିବାଦରେ ରାଜ୍ୟର ସବୁ ସବଡିଭିଜନ ମୁଖ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆୟୋଜନ କରିବା ପାଇଁ ଦଳ ଡାକରା ଦେଉଛି ବୋଲି ଶ୍ରୀ ଶର୍ମା କହିଛନ୍ତି । ବିଜେପିର କର୍ମୀ, ସମର୍ଥକ ଛଡା ରାଜ୍ୟର ଗଣତନ୍ତ୍ରପ୍ରେମୀ ଓ ରାଜନୈତିକ ହିଂସା ବିରୋଧୀ ସାଧାରଣ ଜନତା ଏଥିରେ ସାମିଲ ହେବା ପାଇଁ ବିଜେପି ତରଫରୁ ଆହ୍ୱାନ ଦିଆ ଯାଇଛି ।
ଶ୍ରୀ ଶର୍ମା କହିଛନ୍ତି ଯେ ତରଭାର ବିଜେପି କର୍ମୀଙ୍କ ହତ୍ୟାକାଣ୍ଡ ପଛରେ ବିଜେଡିର ସୁଚିନ୍ତିତ ଷଡଯନ୍ତ୍ର ରହିଛି । ଗିରଫ ପୋଲିସ କର୍ମଚାରୀ ବ୍ୟୋମକେଶଙ୍କ ପରିବାର ବିଜୁ ଜନତା ଦଳର ସ୍ଥାନୀୟ ଅଂଚଳର ପ୍ରମୁଖ ନେତୃତ୍ୱ ନେଇ ଆସିଛି । ଏହି ପରିବାର ପାଖରେ କ୍ଷମତା ମଧ୍ୟ କେନ୍ଦ୍ରୀଭୂତ ହୋଇଛି । ଅଭିଯୁକ୍ତ ବ୍ୟୋମକେଶଙ୍କ କକା ବର୍ତମାନ ବ୍ଲକର ଭାଇସ ଚେୟାରମ୍ୟାନ ଥିବା ବେଳେ ବାପା ପୂର୍ବରୁ ସରପଂଚ ରହିଛନ୍ତି । ଦୀର୍ଘ ଦିନ ଧରି ଏକଚାଟିଆ ଭାବେ ଏହି ପରିବାର ବିଜେଡିର ଝଣ୍ଡା ଧରି ରାଜନୈତିକ ଆଧିପତ୍ୟ ବିସ୍ତାର କରି ଆସିଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ପରିବାରର ରାଜନୈତିକ ପତିଆରାକୁ ପଂଚାୟତ ନିର୍ବାଚନରେ ଶକ୍ତ ବିରୋଧ କରିବା କାରଣରୁ ବିଜେପି କର୍ମୀ ରାଉତଙ୍କୁ ଯୋଜନାବଦ୍ଧ ଭାବେ ଗୁଳି କରି ହତ୍ୟା କରା ଯାଇଛି ବୋଲି ଶ୍ରୀ ଶର୍ମା କହିଛନ୍ତିା
ହତ୍ୟାକାଣ୍ଡରେ ସଂପୃକ୍ତ ଏହି ବିଜେଡି ପରିବାର ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅତ୍ୟନ୍ତ ବିଶ୍ୱସ୍ଥ ରାଜନୈତିକ ସହଯୋଗୀ । ହତ୍ୟାକାଣ୍ଡ ପରେ ଘଟଣାକୁ ଚପାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପୋଲିସ ଉପରେ ଚାପ ସୃଷ୍ଟି କରିବା, ହତ୍ୟାକାଣ୍ଡ ପଛର ଷଡଯନ୍ତ୍ର ପଛରେ ଥିବା କାରଣ ଗୁଡିକୁ ଲୋକ ଲୋଚନକୁ ଆଣିବାକୁ ନ ଦେବାକୁ ନେଇ ମନ୍ତ୍ରୀ ବେଆଇନ କାମ କରୁଥିବା ବିଜେପି ଗତ କାଲି ଠାରୁ ଅଭିେ ଯାଗ କରି ଆସୁଛି । ଏପର୍ଯ୍ୟନ୍ତ ପୋଲିସ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ତଦନ୍ତ ପରିସରଭୁକ୍ତ କରି ମୋବାଇଲ କଲ ରେକର୍ଡ ଜାଂଚ କରିବା ସହ ମନ୍ତ୍ରୀଙ୍କୁ କାହିଁକି ଜେରା କରି ନାହିଁ ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି ।
ଶାନ୍ତ ଓଡିଶାରେ ରାଜନୈତିକ ହିଂସାର ସୂତ୍ରଧର ନବୀନଙ୍କ ବିଜେଡି ହୋଇଥିବା ବେଳେ ଘଟଣାର ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ନୀରବତା ତାଙ୍କର ଘଟଣା ପଛର ଖଳନାୟକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଧିଷ୍ଟ ବୋଲି ଶ୍ରୀ ଶର୍ମା ଅଭିଯୋଗ କରିଛନ୍ତି । ଗଣତନ୍ତ୍ରରେ ଗୁଳି ନୁହେଁ, ବିତର୍କ ହିଁ ସବୁଠୁ ବଡ ଅସ୍ତ୍ର । ରାଜ୍ୟରେ ଶାସକ ଦଳ ବିତର୍କ ପରିବର୍ତେ ହିଂସାକୁ ଆୟୁଧ କରି ଥିବାରୁ ଏହା ବିରୁଦ୍ଧରେ ଜନ ମତ ଗଢି ତୋଳିବା ପାଇଁ ବିଜେପି କାର୍ଯ୍ୟକ୍ରମକୁ ଜୋରଦାର କରିବ ବୋଲି ଶ୍ରୀ ଶର୍ମା କହିଛନ୍ତି ।

Share in top social networks!