ପଂଚାୟତ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ପ୍ରଚାର ଗସ୍ତ ତାଲିକା

12308625_922985534451693_8657389227352542536_n
- ୭ ତାରିଖରେ ଭଦ୍ରକ, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା ଜିଲ୍ଲା ଏବଂ ୮ ତାରିଖରେ ଗଂଜାମ, କଟକ, ଯାଜପୁର ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରଚାର କରିବେ
- ୮ ତାରିଖରେ ଭୂବନେଶ୍ୱର ଉପକଂଠ କଲରାହଙ୍ଗରେ ଅନୁÂିତ ହେବାକୁ ଥିବା ରୋଡ-ସୋ ରେ ଯୋଗ ଦେଇ ପ୍ରଚାର କରିବେ
ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୭ ଏବଂ ୮ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି ନିର୍ବାଚନ ପ୍ରଚାର କରିବା ସହ ଅନୁÂିତ ହେବାକୁ ଥିବା ସାଧାରଣ ସମାବେଶକୁ ସମ୍ବୋଧନ କରିବେ ।
୭ ତାରିଖରେ ଶ୍ରୀ ପ୍ରଧାନ ପ୍ରଥମେ ଭଦ୍ରକ ଜିଲ୍ଲା ତିହିଡିଠାରେ ନିର୍ବାଚନ ପ୍ରଚାର କରିବେ । ଏହା ପରେ ଅନୁଗୁଳ ଜିଲ୍ଲାର ଖମାର ଓ ଆଠମଲ୍ଲିକ ଅନ୍ତର୍ଗତ ବଡଡାଂଗିଆରି, ନୟାଗଡ ଜିଲ୍ଲା ରଣପୁର ଅନ୍ତର୍ଗତ ଶିଖରପୁର ନିକଟସ୍ଥ ବନମାଳିପୁର, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅନ୍ତର୍ଗତ ମେଣ୍ଡାଶାଳଠାରେ ନିର୍ବାଚନ ପ୍ରଚାର କରିବେ । ସେଠାରୁ ଶ୍ରୀ ପ୍ରଧାନ ଏକାମ୍ର-ଭୂବନେଶ୍ୱର ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ତମାଣ୍ଡୋ ଗସ୍ତ କରି ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ପ୍ରଚାର କରିବେ ।
ସେହିପରି ୮ ତାରିଖରେ ଶ୍ରୀ ପ୍ରଧାନ ଗଂଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଣିସିହାଟ, କଟକ ଜିଲ୍ଲା ବଡମ୍ବା-ନରସିଂହପୁର ଅନ୍ତର୍ଗତ ପାଇକପଡା ପାଟଣା, କଟକ ସଦର ବୋଧପୁର ଅନ୍ତର୍ଗତ ମଳିଆବାଂକ ଏବଂ ଯାଜପୁର ଜିଲ୍ଲା ସଦର ଅନ୍ତର୍ଗତ ବରୁହାଁ ଦଶହରା ପଡିଆଠାରେ ନିର୍ବାଚନ ପ୍ରଚାର କରିବେ । ଏହା ପରେ ଭୂବନେଶ୍ୱର ଫେରି ଆସି ଶ୍ରୀ ପ୍ରଧାନ ଉତର ଭୂବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଳରାହଙ୍ଗଠାରେ ଅପରାହ୍ନରେ ଅନୁÂିତ ହେବାକୁ ଥିବା ଏକ ରୋଡ-ସୋ ରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

Share in top social networks!