ରାଜ୍ୟ ସରକାରଙ୍କ ବିଫଳତା ଏବଂ ଆନ୍ତରିକତା ଅଭାବ କାରଣରୁ ରାଜ୍ୟରେ ସଡକ ଦୁର୍ଘଟଣା କ୍ରମାଗତ ବୃଦ୍ଧି ପାଉଛି

ଭଂଜନଗର ନିକଟସ୍ଥ ମୁଜାଗଡ ଅନ୍ତର୍ଗତ ବାଉଁଶନଳାଠାରେ ଆଜି ହୋଇଥିବା ମର୍ମଦୁନ୍ତ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ଯାତ୍ରୀଙ୍କ ପାଇଁ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଦୁଃଖ ପ୍ରକାଶ କରି ସମବେଦନା ଜଣାଇବା ସହ ଏହି ଦୁର୍ଘଟଣାରେ ଆହତଙ୍କ ଆଶୁ କାମନା କରିଛନ୍ତି ।
ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ଏବଂ ଏହି କ୍ଷେତ୍ରରେ କୈାଣସି ଆନ୍ତରିକତା ମଧ୍ୟ ଦେଖାଉ ନାହାନ୍ତି । ଗ୍ରାମାଂଚଳରୁ ଆରମ୍ଭ କରି ରାଜଧାନୀ ସମେତ ବିଭିନ୍ନ ଅଂଚଳରେ ପ୍ରତିଦିନ ସଡକ ଦୁର୍ଘଟଣା ହେବା ଏବଂ ସମ୍ବାଦପତ୍ରରେ ପ୍ରକାଶ ପାଇବା କାରଣରୁ ସାଧାରଣ ଜନତା ପଦାକୁ ବାହାରିଲେ ମୃତୁ୍ୟର ଆଶଂକା କାରଣରୁ ଭୟ କରୁଛନ୍ତି । ନିକଟ ଅତୀତରେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଭୟାଭୟ ସଡକ ଦୁର୍ଘଟଣାରୁ ରାଜ୍ୟ ସରକାର କୈାଣସି ଶିକ୍ଷା ଲାଭ କରିନାହାନ୍ତି । ଉଭୟେ ରାଜ୍ୟ ସରକାର ଏବଂ ତାଙ୍କ ଅଧିନରେ ଥିବା ରାଜ୍ୟ ସଡକ ପରିବହନ ସଂସ୍ଥା ନିୟନ୍ତ୍ରଣ ହରାଇଥିବା କାରଣରୁ ରାଜ୍ୟ ସାରା ଏଭଳି ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି ବୋଲି ଉଭୟେ ଶ୍ରୀ ପଣ୍ଡା ଓ ଶ୍ରୀ ସିଂହଦେଓ କହିଛନ୍ତି ।

Share in top social networks!