ଭୁବନେଶ୍ୱରରେ ଇମ୍ପେରିୟାଲ୍ ବ୍ଲୁ ସୁପର ହିଟ୍ ନାଇଟ୍ର ତୃତୀୟ ସିଜିନ୍ରେ ସଲିମ୍- ସୁଲେମାନ୍ ଧମାକା କରିବେ

imperialଇମ୍ପାରିୟାଲ୍ ବ୍ଲୁ ପକ୍ଷରୁ ଏହାର ତୃତୀୟ ସଜିନ୍କୁ ଆକର୍ଷଣୀୟ କରିବା ପାଇଁ ଭୁବନେଶ୍ୱରରେ ସୁପର ହିଟ୍ ନାଇଟ୍ରେ ସଲିମ୍-ସୁଲେମାନଙ୍କୁ ସାମିଲ୍ କରାଯାଇଛି । ଏହି ଅବସରରେ ଲୋକପ୍ରିୟ ସିଙ୍ଗର୍ ସଲିମ୍-ସୁଲେମାନ୍ ନିଜର ରକ୍ ମୁ୍ୟଜିକ୍ ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିବେ । ସଲିମ୍ ଇତି ମଧ୍ୟରେ ଅନେକ ସହରରେ ନିଜର ସଙ୍ଗୀତ ଯାଦୁ ମାଧ୍ୟମରେ ଦର୍ଶକଙ୍କର ହୃଦୟ ଜିଣି ସାରିଥିବାବେଳେ ଭୁବନେଶ୍ୱରର ଦର୍ଶକଙ୍କୁ ବିଶେଷ ଆକୃଷ୍ଟ କରିବାକୁ ସକ୍ଷମ ହେବେ ।

ଇମ୍ପାରିୟାଲ୍ ବ୍ଲୁର ତୃତୀୟ ସଜିନ୍ର ଏହି ଅବସରରେ ସଲିମ୍-ସୁଲେମାନ୍ ନିଜର ଦକ୍ଷ ସଙ୍ଗୀତ କଳାର ପରିଚୟ ଦକ୍ଷ ସଙ୍ଗୀତଜ୍ଞଙ୍କ ମାଧ୍ୟମରେ ସମ୍ପନ୍ନ କରିବେ । କାର୍ଯ୍ୟକ୍ରମରେ ତାଙ୍କର ଖ୍ୟାତି ସମ୍ପନ୍ନ ସଙ୍ଗୀତ ମଧ୍ୟରେ ‘ୟେ ଖୁଦା’, ‘ହାଉଲେ ହାଉଲେ’,‘ସୁକରାନ୍ ଆଲ୍ଲା’, ‘ ଆଇନ୍ ଭାୟେ ଆଇନ୍ ଭାୟେ ଏବଂ ବ୍ୟାଙ୍ଗ୍ ବ୍ୟାଙ୍ଗ୍ ପ୍ରଭୃତି ଶ୍ରେÂ ସଙ୍ଗୀତ ଶୋ’ର ଶେଷ ପର୍ଯ୍ୟନ୍ତ ପ୍ରଦର୍ଶନ କରିବେ ।

ଇମ୍ପାରିୟାଲ୍ ବ୍ଲୁ ସୁପରହିଟ୍ ନାଇଟସ୍ର ତୃତୀୟ ସିଜିନ୍ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମର ଆୟୋଜନ ନେଇ ପରନଡ୍ ରିକାର୍ଡ ଇଣ୍ଡିଆର ମାର୍କେଟିଙ୍ଗ ଉପ ସଭାପତି ଜଗବୀର ସିଂହ ସିଦ୍ଧୁ କହିଲେ, ‘‘ ଗତ ଦୁଇଟି ସିଜିନ୍ର ସଫଳତା ପରେ ଆମେ ଚଳିତ ସିଜିନ୍ ନେଇ ବେଶ୍ ଉତ୍ସାହିତ । ଇମ୍ପାରିୟାଲ୍ ବ୍ଲୁ ସୁପର ହିଟ୍ ନାଇଟ୍ ସିଜିନ୍ -୩ ଦର୍ଶକଙ୍କୁ ବିଶେଷ ଆନନ୍ଦିତ କରାଇବାକୁ ସକ୍ଷମ ହେବ । ସୁପର ହିଟ୍ ନାଇଟ୍ ଏପରି ଏକ ଅନନ୍ୟ କ୍ଷେତ୍ର ଯାହାକି ମନୋରଞ୍ଜନ ଶିଳ୍ପର ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଭିନ୍ନ ସହରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିବା ସଲିମ୍-ସୁଲେମାନ୍ଙ୍କ ଏହି କାର୍ଯ୍ୟକ୍ରମ ଦର୍ଶକଙ୍କୁ ସଙ୍ଗୀତ ଯାଦୁରେ ବାନ୍ଧି ରଖିବାକୁ ସକ୍ଷମ ହେବ ।”

ଏହି ଅବସରରେ ସଲିମ୍ ମର୍ଚ୍ଚାଣ୍ଟ୍ କହିଲେ, “ଇମ୍ପାରିୟାଲ୍ ବ୍ଲୁ ସୁପରହିଟ୍ ନାଇଟସ୍ର ତୃତୀୟ ସିଜିନ୍ରେ ଭୁବନେଶ୍ୱରରେ ଆମ୍ଭେ ପ୍ରଦର୍ଶନ କରୁଥିବାରୁ ବିଶେଷ ଆନନ୍ଦିତ । ଗ୍ରାହକଙ୍କର ମନୋରଞ୍ଜନ ପାଇଁ ଆମ୍ଭେ ପ୍ରୟାସ ଜାରି ରଖିଛୁ । ଏପର୍ଯ୍ୟନ୍ତ ସମସ୍ତ ସହରରେ ଆମ୍ଭେ ଦର୍ଶକଙ୍କର ବିପୁଳ ସମର୍ଥନ ହାସଲ କରିଛୁ ଏବଂ ଏହାର ସଫଳ ପ୍ରତିଫଳନ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହେବ ।”

Share in top social networks!