ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ବିଜେପିର ଅଭିଯୋଗ

sec- ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ
ବିଜେଡି ସରକାର ନିର୍ବାଚନ ଆଚରଣବିଧିକୁ ଉଲ୍ଲଙ୍ଘନ କରୁଛନ୍ତି । ଏହି ଦାବି ନେଇ ବିଜେପିର ଏକ ପ୍ରତିନିଧି ଦଳ ଅଜି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ଜଷ୍ଟିସ ଏମ.ଏମ ଦାସ କମିସନ ଦ୍ୱୀତିୟଥର ଚିଟ୍ଫଣ୍ଡ ସମ୍ପର୍କୀତ ରିପୋର୍ଟ ଦେବାକୁ ନେଇ ବିଜେପି ଆପତି ଉଠାଇଛି । ରାଜ୍ୟରେ ନିର୍ବାଚନ ଆଚରଣବିଧି ବଳବତର ଥିବାବେଳେ କମିସନଙ୍କ ଏଭଳି ରିପୋର୍ଟ ଦେବା ଭୋଟରମାନଙ୍କୁ ପ୍ରଭାବିତ କରିବ । ସ୍ୱଚ୍ଛ ଏବଂ ନିରପେକ୍ଷ ମତଦାନ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ବୋଲି ବିଜେପି କହିଛି । ଏପାଖେ ବୌଦ୍ଧ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ବ୍ଲକର ସରସରା ପଂଚାୟତରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ସାଂସଦ ସିଦ୍ଧାନ୍ତ ମହାପାତ୍ର ସରକାରୀ ନାଲିବତୀ ଗାଡ଼ିରେ ବସି ନିର୍ବାଚନ ପ୍ରଚାରରେ ଯାଉଥିବାର ଅଭିଯୋଗ କରିଛି ବିଜେପି । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସରମୁଣ୍ଡିଆ ପଂଚାୟତରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେଡି ବିଧାୟକ ପ୍ରବୀଣ ଭଞ୍ଜଦେଓ କର୍ମୀ ସମ୍ମିଳନୀ କରିବା ନେଇ ଆଚରଣବିଧି ଉଲ୍ଲଙ୍ଘନ ହୋଇଥିବା ଦର୍ଶାଇଛି ବିଜେପି । ତୁରନ୍ତ ଏସବୁ ଉପରେ ନିର୍ବାଚନ କମିସନ କାର୍ଯ୍ୟାନୁÂାନ ନେବାକୁ ଦାବି କରିଛି ବିଜେପି ।
ଆଜିର ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ସମେତ, ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ମଲ୍ଳୀ ଏବଂ ଯୁବ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଠାକୁର ରଣଜିତ୍ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!