ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପାଇଁ କନକ ବର୍ଦ୍ଧନ ସିଂଦେଓଙ୍କ ନିର୍ବାଚନ ପ୍ରଚାର

-ବରଗଡ଼, ଦେଓଗଡ଼, କେନ୍ଦୁଝର, ବାଲେଶ୍ୱର ଓ କଟକରେ ନିର୍ବାଚନୀପ୍ରଚାର ଜିବେ ଶ୍ରୀ ସିଂଦେଓ
ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ପ୍ରଚାର ଗସ୍ତରେ ରାଜ୍ୟ ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂଦେଓ ଆଶନ୍ତାକାଲି ରାଜ୍ୟର ପୃଥକ୍ ପୃଥକ୍ ୫ଟି ଜିଲ୍ଲା ଗସ୍ତରେ ଯାଉଛନ୍ତି । ବରଗଡ଼ ଜିଲ୍ଲାର ଅତାବିରାର କାଠଡେରା ପଡ଼ିଆରେ ଅବତରଣ କରି ସକାଳ ୧୦ଟାରେ ପହଂଚିବେ ସଭାସ୍ଥଳ ହିଲିପାଲିରେ । ଦେଓଗଡ଼ ଜିଲ୍ଲାର ସୁଗୁଡ଼ାଠାରେ ଅବତରଣ କରି ଦିନ ୧୧.୩୦ରେ ସୁଗୁଡ଼ା ଫୁଟବଲ ପଡ଼ିଆରେ ଆୟୋଜିତ ସଭାରେ ଉଦ୍ବୋଧନ ଦେବେ । ଶ୍ରୀ ସିଂଦେଓ ଦିନ ୧ଟାରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଭଣ୍ଡାରିଡିହା ଲକ୍ଷ୍ମୀ ପଡ଼ିଆରେ ଆୟୋଜିତ ନିର୍ବାଚନ ସଭାରେ ଯୋଗ ଦେବେ । ଅପରାହ୍ନ ୨.୩୦ରେ ବାଲେଶ୍ୱର ଜିଲ୍ଲା ରଉଡ଼ିଆ ପୋଖରୀ ପଡ଼ିଆ କରିଅନ୍ଦାଠାରେ ଉଦ୍ବୋଧନ ଦେବେ । ସେହିପରି ଅପରାହ୍ନ ୩.୪୫ରେ ଶ୍ରୀ ସିଂଦେଓ କଟକ ଜିଲ୍ଲା ମାହାଙ୍ଗା ନଦୀଆ ସାହାସପୁର ମେଡିକାଲ ପଡ଼ିଆ ପାନସପୁରରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

Share in top social networks!