ବିଜେଡି ଛାଡି ବିଜେପିରେ ଯୋଗଦେଲେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଗଙ୍ଗାଧର ପ୍ରଧାନ

bjpପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଗରିବୀ କଲ୍ୟାଣ ଯୋଜନାର ସଫଳ ରୂପାୟନରେ ପ୍ରଭାବିତ ହେବା ସହ ନିଜ ସ୍ୱପ୍ନ ସାକାର ହେବାର ଦୃଢ ଆଶା ବ୍ୟକ୍ତ କରି ବିଜୁ ଜନତା ଦଳ ଖୋର୍ଦ୍ଧାଜିଲ୍ଲାର ଉପସଭାପତି ଶ୍ରୀ ଗଙ୍ଗାଧର ପ୍ରଧାନ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ପ୍ରଧାନ ଚିଲିକାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଥିଲେ । ତାଙ୍କ ସହିତ ସୁରେନ୍ଦ୍ର ବେହେରା, ପର୍ଶୁରାମ ପ୍ରଧାନ, ମୋହନ ବାରିକ, ଗୋପାଳ ପାତ୍ର, ଧୁଶାସନ ବେହେରାଙ୍କ ସମେତ ଶତାଧିକ କର୍ମୀ ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥିରାଜ ହରିଚନ୍ଦନ ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ଶ୍ରୀ ପ୍ରଧାନ ଏବଂ ଅନ୍ୟ ସମସ୍ତଙ୍କୁ ପାର୍ଟିରେ ଆନୁÂାନିକ ଭାବେ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପାର୍ଟିର ମୁଖ୍ୟ ପ୍ରବକ୍ତା ଶ୍ରୀ ସଜ୍ଜନ ଶର୍ମା, ଜିଲ୍ଲା ସଭାପତି ସୁବାସ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!