ଓଡିଆରେ ଡାକ୍ତରି ପ୍ରବେଶିକା ପରୀକ୍ଷାପାଇଁ ପୁସ୍ତକ ପ୍ରସ୍ତୁତ: ସମୀକ୍ଷା ୮ରେ

ଓଡିଆରେ ଡାକ୍ତରି ପରୀକ୍ଷା ଦେବାକୁ ଆଗ୍ରହୀ ପିଲାମାନଙ୍କପାଇଁ ଖୁସି ଖବର । ଅନ୍ୟ ଭାଷା ଭଳି ଓଡିଆଭାଷାରେ ଡାକ୍ତରି ପ୍ରବେଶିକା ପରୀକ୍ଷା ସହାୟକ ପୁସ୍ତିକା ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇସାରିଛି । ଓଡିଶାର ବିଶିଷ୍ଟ ଶିକ୍ଷାବିତ, ଅଭିଜ୍ଞ ଡାକ୍ତର, ଜୀବ, ରସାୟନ ଓ ପଦାର୍ଥବିଜ୍ଞାନର ବିଷୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ପୁସ୍ତକ ପ୍ରସ୍ତୁତି କମିଟି ଇତି ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିଛନ୍ତି । ତିନୋଟି ଖଣ୍ଡରେ ବିଭାଜିତ ତଥା ପ୍ରତି ଖଣ୍ଡ ୭୦୦ପୃÂା ମୋଟ୨୧୦୦ ପୃÂାର ଏହି ପୁସ୍ତକ ଓଡିଆ ମାଧ୍ୟମ ବିଦ୍ୟାଳୟରେ ମେଟ୍ରିକ ପାଶ କରି +୨ ବିଜ୍ଞାନ ପଢୁଥିବା ବିଦ୍ୟାର୍ଥୀମାନଙ୍କ ବୁଝିବା ଭଳି ସରଳ ଓଡିଆ ଭାଷାରେ ଏହି ପୁସ୍ତକ ଲେଖାଯାଇଛି । ସ୍ଥଳ ବିଶେଷରେ ଓଡିଆ ଶବ୍ଦର ଇଂରାଜୀ ପ୍ରତିଶବ୍ଦ ଉଲ୍ଲେଖ ରହି ଭବିଷ୍ୟତପାଇଁ ବିଦ୍ୟାର୍ଥୀର ଇଂରାଜୀ ଜ୍ଞାନକୁ ପରିବର୍ଦ୍ଧିତ କରିବା ଉଦ୍ୟମ ହୋଇଛି । ପୁସ୍ତକଟିର ମାନ ପରୀକ୍ଷଣ ତଥା ସାଧାରଣ ପିଲାଙ୍କ ଆବଶ୍ୟକତା ପୂରଣପାଇଁ ଏହାର ସାମର୍ଥ୍ୟ ଉଦେ୍ଧଶ୍ୟରେ ରାଜ୍ୟର ପ୍ରତିÂିତ ଡାକ୍ତର, ବିଶ୍ୱବିଦ୍ୟାଳୟର ପ୍ରଫେସର ଏବଂ ଭାଷା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଯାଞ୍ଚ କମିଟିର ଏକ ସମୀକ୍ଷା ବୈଠକ ଆସନ୍ତା ୮ତାରିଖରେ ବସୁଛି । ଯାଞ୍ଚ କମିଟିର ଆବଶ୍ୟକୀୟ ପରାମର୍ଶ ଓ ଅନୁମୋଦନ ପରେ ଏହା ମୁଦ୍ରିତ ହୋଇ ବିଦ୍ୟାର୍ଥୀଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରାଯିବ । ଏଥିସହିତ ବିଦ୍ୟାର୍ଥୀଙ୍କ ବିଷୟବସ୍ତୁ ସମ୍ପର୍କୀତ ଯେକୌଣସି ସନେ୍ଦହ ମୋଚନପାଇଁ ବିଷୟ ବିଶେଷଜ୍ଞଙ୍କଦ୍ୱାରା ୨୪ଘଣ୍ଟିଆ ସହାୟକ ପ୍ରକୋÂ ଉକ୍ତ ସଂସ୍ଥା ପକ୍ଷରୁ ଖୋଲାଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଦେଶର ଡାକ୍ତରି ପାଠ୍ୟକ୍ରମରେ ନାମଲେଖାଇବାପାଇଁ ଡାକ୍ତରି ପ୍ରବେଶିକା ପରୀକ୍ଷା ବା ‘ନିଟ’ (ୟୁଜି) ମଇ ୭ ତାରିଖରେ ଅନୁÂିତ ହେବ । ଏଥିପାଇଁ ଅନଲାଇନରେ ଆବେଦନ ଫେବୃଆରି ୧ରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ନିଟ୍ ପରୀକ୍ଷା ଦେବାପାଇଁ ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୫ବର୍ଷ ମଧ୍ୟରେ ହୋଇଥିବାବେଳେ ଜଣେ ସର୍ବାଧିକ ୩ଥର ଏହି ପରୀକ୍ଷା ଦେଇପାରିବ । ଗତବର୍ଷ ଏହି ପରୀକ୍ଷାରେ ସାରା ଭାରତରୁ ପ୍ରାୟ ୮ ଲକ୍ଷ ପିଲା ତଥା ଓଡିଶାରୁ ୪୦ହଜାର ପିଲା ପରୀକ୍ଷା ଦେଇଥିବାବେଳେ ଚଳିତ ବର୍ଷ ୧୦ଲକ୍ଷ ବିଦ୍ୟାର୍ଥୀ ନିଟ(ୟୁଜି) ପରୀକ୍ଷା ଦେବେ ବୋଲି ଅନୁମାନ କରାଯାଉଛି । ଓଡ଼ିଶାରେ ଥିବା ୧୧୫୦ ସିଟ ତଥା ସର୍ବଭାରତୀୟ ସ୍ତରର୧୫% ଅର୍ଥାତ ୭୯୧୫ ସିଟରେ ନାମ ଲେଖାଇବାପାଇଁ ଓଡିଶାରୁ ଏଥର ପ୍ରାୟ ୫୦ହଜାର ପିଲା ଆବେଦନ କରିବେ ବୋଲି ଆଶା କରାଯାଉଛି । ଓଡିଆରେ ପ୍ରଶ୍ନପତ୍ର ମୁଦ୍ରଣ ହେବା କଥା ଜଣା ପଡିବା ପରେ ବହୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି । ଓଡିଶା ୩ ବର୍ଷ ଧରି ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥରପାଇଁ ଓଡିଶାର ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ନିଟ୍ ପରୀକ୍ଷା ଦେବେ । ନିଟ୍ ୨୦୧୭ ନିୟମାନୁସାରେ ଓଡ଼ିଆ ସମେତ ଇଂରଜୀ ଓ ହିନ୍ଦୀ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ଦିଆଯିବ । ଓଡ଼ିଆ ଅନୁବାଦରେ ତ୍ରୁଟି ଥିଲେ ଇଂରାଜୀରେ ଲିଖିତ ପ୍ରଶ୍ନପତ୍ରକୁ ଚୂଡ଼ାନ୍ତ ବୋଲି ବିବେଚନା କରାଯିବ ।
କେତେକ ରାଜ୍ୟ ନିଜ ରାଜ୍ୟ ଭାଷାରେ ଏହି ପରୀକ୍ଷା ପ୍ରସ୍ତୁତି କରିବାପାଇଁ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ସୁଯୋଗ ପ୍ରଦାନ କରିଛନ୍ତି । ତାମିଲନାଡୁ ସରକାର ୧୦ହଜାର ତାମିଲ ଭାଷୀ ପିଲାଙ୍କୁ ମାଗଣାରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଉଥିବାବେଳେ ମରାଠୀ ପିଲାମାନଙ୍କ ଅଧିକ ସଫଳତାପାଇଁ ଦେୟମୁକ୍ତ ସ୍ୱତନ୍ତ୍ର ପ୍ରଶିକ୍ଷଣ ସହିତ ପାଠ୍ୟପୁସ୍ତକ ପ୍ରଦାନ କରାଯିବ ବୋଲି ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ବିନୋଦ ତାଓଡେ ଘୋଷଣା କରିଛନ୍ତି । ଗୁଜୁରାଟ ସରକାର ଆଉ ପାଦେ ଆଗେଇ ଯାଇଛି । ଏଥିପାଇଁ ମାଧ୍ୟମିକ ଶିକ୍ଷାଠାରୁ ଉଚ୍ଚମାଧ୍ୟମିକ ପର୍ଯ୍ୟନ୍ତ ସମସ୍ତ ସରକାରି ବିଦ୍ୟାଳୟରେ ସ୍ୱତନ୍ତ୍ର ପାଠ୍ୟବ୍ୟବସ୍ଥା କରାଯିବା ସହିତ ଉପଯୁକ୍ତ ପୁସ୍ତକ ଓ ବିଗତବର୍ଷର ପ୍ରଶ୍ନକୁ ନେଇ ପ୍ରଶ୍ନପତ୍ରବ୍ୟାଙ୍କ ପ୍ରସ୍ତୁତ କରିବାକୁ ଗୁଜୁରାଟ ରାଜ୍ୟ ବିଦ୍ୟାଳୟ ପାଠ୍ୟପୁସ୍ତକ ବୋର୍ଡକୁ ନିଦେ୍ର୍ଧଶ ଦିଆଯାଇଛି ବୋଲି ଗୁଜୁରାଟ ଶିକ୍ଷାମନ୍ତ୍ରୀ ଭୁପେନ୍ଦ୍ର ସିଂ ଚୂଡାସମା ପ୍ରକାଶ କରିଛନ୍ତି । ସେହିପରି ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆସାମ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଥିବାବେଳେ ଓଡିଶା ସରକାର ୧ଲକ୍ଷ ବିଜ୍ଞାନ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ସୁରକ୍ଷାପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡକ୍ଟର ସୁବ୍ରତ କୁମାର ପୃଷ୍ଟି ପ୍ରେସବିଜ୍ଞପ୍ତି ମାଧ୍ୟମରେ ଅନୁରୋଧ ଜଣାଇଛନ୍ତି ।

Share in top social networks!