ପାଇକ ବିଦ୍ରୋହକୁ ସମ୍ମାନ ପ୍ରଦର୍ଶନ କରିବା ସହ ବକ୍ସି ଜଗବନ୍ଧୁଙ୍କ ସ୍ମୃତିକୁ ମହାସମାରୋହରେ ପାଳନ କରିବାକୁ ବଜେଟରେ ବ୍ୟବସ୍ଥା କରିଥିବାରୁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା : ବିଶ୍ୱଭୂଷଣ ହରିଚନ୍ଦନ

HARICHANDAN
- ପାଇକ ବିଦ୍ରୋହ ହେଉଛି ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ
- କେନ୍ଦ୍ର ସରକାରଙ୍କ ଓଡିଶା ଏବଂ ଓଡିଆଙ୍କ ପାଇଁ ଥିବା ଆନ୍ତରିକତା ଓ ଭଲ ପାଇବା ସ୍ପଷ୍ଟ ପ୍ରମାଣିତ ହୋଇଛି
ଐତିହାସିକ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତି ଓ ସେହି ମହାସଂଗ୍ରାମର ମହାନାୟକ ବକ୍ସି ଜଗବନ୍ଧୁଙ୍କର ମହାନ ସ୍ମୃତିକୁ ମହାସମାରୋହରେ ପାଳନ କରିବାକୁ କେନ୍ଦ୍ର ବଜେଟ୍ରେ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟ୍ଲିଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ବରିÂ ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହିଭଳି ଐତିହାସିକ ନିଷ୍ପତି ଦ୍ୱାରା ଓଡ଼ିଶାର ସେ ଗର୍ବିତ ଇତିହାସ ପାଇକ ବିଦ୍ରୋହ, ଯାହା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ସ୍ୱୀକୃତି ମିଳିଛି । ଏହା ସହିତ ୧୮୧୭ ରୁ ୧୮୨୫ ପର୍ଯ୍ୟନ୍ତ ଦୀର୍ଘ ୮ବର୍ଷ ଧରି ଏ ସଂଗ୍୍ରାମକୁ ନେତୃତ୍ୱ ନେଇ ଚାଲୁ ରଖିଥିବା ଗଜପତି ମହାରାଜାଙ୍କର ଦୁର୍ଦ୍ଧାନ୍ତ ସେନାପତି ବକ୍ସି ଜଗବନ୍ଧୁଙ୍କୁ ତାଙ୍କର ଦେଶପ୍ରତି ମହାନ ଅବଦାନକୁ ମଧ୍ୟ ସ୍ୱୀକୃତି ମିଳିଛି ।
ଆଜି ୧୮୫୭ ମସିହାରେ ହୋଇଥିବା ସିପାହୀ ବିଦ୍ରୋହକୁ ଭାରତ ସରକାର ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମହା ସମାରୋହରେ ପାଳନ କରୁଛନ୍ତି । କିନ୍ତୁ ତା’ର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କର ନେତୃତ୍ୱରେ ହୋଇଥିବା ଏ ରକ୍ତାକ୍ତ ଗଣସଂଗ୍ରାମକୁ ଏ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ସ୍ୱୀକୃତି ମିିଳି ନଥିଲା । ଏ ଥିଲା ଏ ଭଳି ଏକ ଗଣ ସଂଗ୍ରାମ ଯାହା ଓଡ଼ିଶାର ବ୍ୟାପକ ଅଞ୍ଚଳରେ ଚାଲିଥିଲା ଓ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମଗ୍ର ଓଡ଼ିଆ ଜାତି ବକ୍ସିଙ୍କ ନେତୃତ୍ୱରେ ଏକ ହୋଇ ଲଢ଼ିଥିଲା । ବାସ୍ତବରେ ମାତୃଭୂମିର ସ୍ୱାଧୀନତା ପାଇଁ ଏ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ କିଭଳି ଭାବେ ଏହି ବିଦ୍ରୋହ ଜନ୍ମଗ୍ରହଣ କରିଥିଲା ଏବଂ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱ ଓ ପରିଚାଳନରେ ସମସ୍ତେ ସଂଗଠିତ ହୋଇ ଶକ୍ତିଶାଳୀ ଇଂରେଜ ସେନାକୁ ବିତାଡିତ କରିଥିଲେ, ସେ ସଂପର୍କରେ ଶ୍ରୀ ହରିଚନ୍ଦନ ସ୍ମରଣ କରାଇଥିଲେ । ଏହା ପରେ ବକ୍ସିି ପୁରୀ ଉପରେ ଆକ୍ରମଣ କରି ଇଂରେଜମାନଙ୍କୁ ପରାସ୍ତ କରି ଗଜପତି ମହାରାଜାଙ୍କୁ ଖୋର୍ଦ୍ଧା ନେଇ ଆସିବା ଏବଂ ପରବର୍ତୀ ସମୟରେ ଗରିଲା ଯୁଦ୍ଧ ମାଧ୍ୟମରେ ଇଂରେଜ ସେନାକୁ ଅସ୍ତବ୍ୟସ୍ତ କରି ପକାଇଥିଲେ, ତାହା ଉପରେ ଶ୍ରୀ ହରିଚନ୍ଦନ ଆଲୋକପାତ କରିଥିଲେ ।
ଓଡ଼ିଆ ଜାତିର ଏ ଗର୍ବିତ ସାମରିକ ଇତିହାସ ଓ ଦେଶର ମୁକ୍ତି ପାଇଁ ଗଣସଂଗ୍ରାମ ଓ ତା’ର ମହାନାୟକ ବକ୍ସି ଜଗବନ୍ଧୁଙ୍କୁ ଭାରତ ସରକାର ସମ୍ମାନୀତ କରିଥିବାରୁ ଆଜି ସମଗ୍ର ଓଡ଼ିଆ ଜାତି ଗର୍ବିତ । ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଓଡିଶା ଏବଂ ଓଡିଆଙ୍କ ପାଇଁ ଥିବା ଆନ୍ତରିକତା ଓ ଭଲ ପାଇବା ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି କହିବା ସହ ଏହି ଐତିହାସିକ ନିଷ୍ପତି ପାଇଁ କେନ୍ଦ୍ର ସରକାରଙ୍କୁ ଶ୍ରୀ ହରିଚନ୍ଦନ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ

Share in top social networks!