ରାଷ୍ଟ୍ର ନିର୍ମାଣରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଯଥେଷ୍ଟ ସାମର୍ଥ୍ୟ ରହିଛି- ରାଜ୍ୟପାଳ

guvjamirନୂଆଦିଲ୍ଲୀରେ ଆୟୋଜିତ ସମ୍ମାନଜନକ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼୍ରେ ଓଡ଼ିଶାର ସମର ଶିକ୍ଷାର୍ଥୀମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି । ଓଡ଼ିଶାରୁ ମୋଟ ୧୦୮ ଜଣ ସମର ଶିକ୍ଷାର୍ଥୀ ଯୋଗ ଦେଇଥିଲେ ଓ ସେଠାରେ ବିଭିନ୍ନ ରାଜ୍ୟ ମଧ୍ୟରେ ଆୟୋଜିତ ଅନେକ ପ୍ରତିଯୋଗିତାରେ ଓଡ଼ିଶା କୃତିତ୍ୱ ହାସଲ କରିଥିଲା । ସାମଗ୍ରିକ ଭାବରେ
ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଥିଲା । ରାଜଲକ୍ଷ୍ମୀ ବରାଳଙ୍କୁ ରକ୍ଷା ମନ୍ତ୍ରୀ ପ୍ରଂଶସା ପତ୍ର ମିଳିଥିବା ବେଳେ କ୍ୟାପ୍ଟେନ୍ କଳ୍ପନା ଦାସ ରକ୍ଷା ସଚିବ ପ୍ରଂଶସା ପତ୍ର ପାଇଛନ୍ତି । ଓଡ଼ିଶାର ୨୫ ଜଣ କ୍ୟାଡେ଼ଟ୍ ରାଜପଥ ପ୍ୟାରେଡ଼୍ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେହିପରି ବିଶିଷ୍ଟ ଅତିଥି ମାନଙ୍କୁ ଗାଡର଼୍ ଅଫ୍
ଅନର ପ୍ରଦାନ କରିବାକୁ ୮ ଜଣଙ୍କୁ ଚୟନ କରାଯାଇଥିଲା ।

ଆଜି ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉସôବରେ ରାଜ୍ୟପାଳ ଡ଼. ଏସ୍.ସି. ଜମିର୍ ଏନସିସି ଓ ଏନ୍ଏସ୍ଏସ୍ର ଛାତ୍ରଛାତ୍ରୀ ମାନଙ୍କୁ ସଂବର୍ଧିତ କରିଛନ୍ତି । ରାଜ୍ୟପାଳ ସମର ଶିକ୍ଷାର୍ଥୀବାହିନୀର କାର୍ଯ୍ୟକୁ ଭୂୟସୀ ପ୍ରଂଶସା କରି କହିଲେ ଯେ, ରାଷ୍ଟ୍ର ନିର୍ମାଣରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଯଥେଷ୍ଟ ସାମର୍ଥ୍ୟ ରହିଛି । ଏହା
ଯୁବକ ଯୁବତୀମାନଙ୍କ ମଧ୍ୟରେ କର୍ତ୍ତବ୍ୟନିÂା, ଅଂଗୀକାର, ଉସôର୍ଗୀକୃତ ମନୋଭାବ, ଶୃଙ୍ଖଳା ଓ ନୈତିକତା ଆଧାରରେ ବ୍ୟକ୍ତିତ୍ୱ ଗଠନ ନିମନ୍ତେ ଅନୁକୂଳ ସୁଯୋଗ ସୃଷ୍ଟି କରେ ଯାହା ଉତ୍ତମ ନାଗରିକ ଓ ସମର୍ଥ ନେତୃତ୍ୱ ନିର୍ମାଣ କରିଥାଏ । ସମାଜ ସେବା, ଶୃଙ୍ଖଳା ଓ ଦୁଃସାହସିକ ତାଲିମ କାର୍ଯ୍ୟକ୍ରମ ବେଶ ଫଳପ୍ରଦ ହୋଇଥାଏ । ଯୁବ ଶକ୍ତିକୁ ରାଷ୍ଟ୍ରଶକ୍ତି ଭାବରେ ଅଭିହିତ କରି ରାଜ୍ୟପାଳ କହିଲେ ଯେ ଯୁବ ସମାଜ ଶୃଙ୍ଖଳା, ସେବା, ଚରିତ୍ର ଓ ଧର୍ମ ନିରପେକ୍ଷ ଦୃଷ୍ଟିକୋଣକୁ ଭିତ୍ତି କରି ଆଗକୁ ଯିବା ଦରକାର । ଏହାହିଁ ହେବ ରାଷ୍ଟ୍ରର ଭବିଷ୍ୟତ ପାଇଁ ମୂଲ୍ୟବାନ ମାନବ ସମ୍ବଳ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ସଂସ୍ଥା ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ରାଜ୍ୟପାଳଙ୍କ ସହଧର୍ମିଣୀ ଆଲେମ୍ଲା ଜମିର୍, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ. ବେଣୁଗୋପାଳ, ଉଚ୍ଚ ଶିକ୍ଷା ବିଭାଗର ଓଏସ୍ଡ଼ି ବିନୋଦ କୁମାର, ଏନ୍ସିସିର ଉପ ମହା ନିଦେ୍ର୍ଧଶକ ଏଲ୍.କେ. ଅଗ୍ରୱାଲା ପ୍ରମୁଖ ଉସôବରେ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ
ହୋଇଥିଲା ।

Share in top social networks!