ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓ ଟେଫ୍ କମିଶନ ନିଉସାଉଥ ୱେଲ୍ସ ଅଷ୍ଟେ୍ରଲିଆ ମଧ୍ୟରେ ସହଯୋଗ ରାଜିନାମା ସ୍ୱାକ୍ଷରିତ

tafeiiସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓ ଅଷ୍ଟେ୍ରଲିଆର ନିଉସାଉଥ ୱେଲ୍ସସ୍ଥିତ ଟେକ୍ନିକାଲ ଆଣ୍ଡ୍ ଫରଦର୍ ଏଜୁକେଶନ୍ (ଟେଫ୍) କମିଶନ ମଧ୍ୟରେ ଗତ ଡିସେମ୍ବର ୨୦୧୬ରେ ହୋଇଥିବା ଐତିହାସିକ ରାଜିନାମାର ଶୁଭ ଉନ୍ମୋଚନ ଭୁବନେଶ୍ୱରଠାରେ ଅନୁÂିତ ହୋଇଯାଇଛି । ଏହି ବିଶେଷ ରାଜିନାମା ଦୁଇ ଦେଶର ବୈଷୟିକ ଛାତ୍ରଛାତ୍ରୀ ଓ
ବିଶେଷଜ୍ଞମାନଙ୍କ ଜ୍ଞାନକୌଶଳ ଓ ଶିକ୍ଷାର ବିନିୟମ ନିମିତ୍ତ ବିଶେଷ ସହାୟକ ହେବ । ଏଥିସହିତ ସାଧାରଣ ଶିକ୍ଷା ପ୍ରଣାଳୀରେ ବୈଷୟିକ ଶିକ୍ଷା ଓ ବ୍ୟବସାୟିକ ଜ୍ଞାନର ମିଶ୍ରଣ ଫଳରେ ଆମ ଶିକ୍ଷାର୍ଥୀମାନେ ଆନ୍ତର୍ଜାତିକ ମାନର ଜ୍ଞାନକୌଶଳ ସହ ବିଶେଷ ରୋଜଗାରକ୍ଷମ ହୋଇପାରିବେ ।

ଟେକ୍ନିକାଲ ଆଣ୍ଡ୍ ପର୍ଦର ଏଜୁକେଶନ୍ (ଟେଫ୍) ନିଉସାଉଥ୍ ୱେଲ୍ସ ସମଗ୍ର ଅଷ୍ଟେ୍ରଲିଆ ମହାଦେଶରେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ଦିଗରେ ସର୍ବୋକ୍ରୃଷ୍ଟ, ଯାହାକି ପୃଥିବୀର ବିଭିନ୍ନ ଶିକ୍ଷାନୁÂାନର ପ୍ରାୟ ୫ ଲକ୍ଷ ଶିକ୍ଷାର୍ଥୀମାନଙ୍କୁ ପ୍ରତିବର୍ଷ ଶିକ୍ଷାନୁÂାନରେ ସିଧାସଳଖ କିମ୍ବା ଦୂର ନିରନ୍ତର ପ୍ରଣାଳୀରେ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଉଦ୍ୟୋଗ ପ୍ରାସଙ୍ଗିକ ବୈଷୟିକ ଓ ବ୍ୟବସାୟିକ ଶିକ୍ଷା ପ୍ରଦାନ କରିଥାଏ । ଟେଫ୍ ନିଉସାଉଥ୍ ୱେଲ୍ସ ଦ୍ୱାରା ପ୍ରଣୀତ ଅତ୍ୟନ୍ତ ଉନ୍ନତ ମାନର ଏହି ଶିକ୍ଷା କରିଗରୀ କୌଶଳର ବିଭିନ୍ନ କ୍ଷେତ୍ର ଯଥା- ମୋଟରବାହନ, ସ୍ୱାସ୍ଥ୍ୟ, ନିର୍ମାଣ, ହସ୍ପିଟାଲିଟି ବା ସକ୍ରାରସେବା, ସୁନ୍ଦରତା ଓ କଲ୍ୟାଣ, ବ୍ୟବସାୟ ଏବଂ ପ୍ରବନ୍ଧନ ଓ ଆଦିବାସୀ-ଜନଜାତି ଅଧ୍ୟୟନ ପ୍ରଭୃତିରେ ସମଗ୍ର ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହି ଦ୍ୱୈତ ସ୍ୱାକ୍ଷର କାର୍ଯ୍ୟକ୍ରମ ଅବସରରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓ ଟେଫ୍ ନିଉସାଉଥ ୱେଲ୍ସ ଅଷ୍ଟେ୍ରଲିଆ ମଧ୍ୟରେ ପରସ୍ପର ସହଯୋଗ ନିମିତ୍ତ ବୁଝାମଣା ପତ୍ରରେ ସ୍ୱାକ୍ଷର କରି ଆଗାମୀ ୫ ବର୍ଷ ନିମିତ୍ତ ଦୁଇପକ୍ଷ ସଂଯୁକ୍ତ ଭାବେ ଯୋଜନା ପ୍ରଣୟନ, କାର୍ଯ୍ୟକ୍ରମ ରୂପରେଖ ଓ ମୂଲ୍ୟାଙ୍କନ ଦିଗରେ କାର୍ଯ୍ୟ କରିବା ନିମିତ୍ତ ଅଙ୍ଗୀକାରବଦ୍ଧତା ସ୍ୱୀକାର କରିଥିଲେ । ଏଥିସହିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ବୈଷୟିକ ଛାତ୍ରଛାତ୍ରୀମାନଙ୍କୁ
ବିଶ୍ୱସ୍ତରୀୟ ଜ୍ଞାନକୌଶଳ ପ୍ରତିଯୋଗିତା ନିମିତ୍ତ ବିଶେଷ ମାନର କ୍ଷମତା ଓ ଦକ୍ଷତା ନିର୍ମାଣ ନିମନ୍ତେ ଟେଫ୍ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଦୁଇ ପକ୍ଷର ଶିକ୍ଷାନବିଶମାନଙ୍କର ଅଧ୍ୟୟନ ନିମିତ୍ତ ଓ ଦୁଇ ପକ୍ଷର ସମ୍ବନ୍ଧିତ ବିଭିନ୍ନ ଉଦ୍ୟୋଗମାନଙ୍କରେ ବିନିମୟ ବ୍ୟବସ୍ଥାରେ ସହଯୋଗିତା ପାଇଁ ଏହି ଐତିହାସିକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।

ଏଥିସହିତ ସେଞ୍ଚରିଅନ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କୁ ଅଷ୍ଟେ୍ରଲିଆର କ୍ୱାଲିଫିକେସନ୍ ନେଟ୍ୱାର୍କ ଦ୍ୱାରା ଯୋଗ୍ୟତା ସାର୍ଟିଫିକେଟ୍ ଓ ମାନ୍ୟତାପ୍ରାପ୍ତ ନିମିତ୍ତ ସ୍ୱାକ୍ଷରପତ୍ରରେ ଉଭୟପକ୍ଷ ଦସ୍ତଖତ କରିଥିଲେ । ସୂଚନାଯୋଗ୍ୟ ଯେ, ଟେଫ୍ ଏନ୍ଏସ୍ଡବ୍ଲୁ୍ୟ ପ୍ରତିବର୍ଷ ଅଷ୍ଟେ୍ରଲିଆ ସଂଘୀୟ ସରାକାରଙ୍କଠାରୁ ବିଶ୍ୱସ୍ତରର ଶିକ୍ଷାନୁÂାନମାନଙ୍କୁ ଚୟନ କରି ଜ୍ଞାନକୌଶଳ ବିତରଣ ଓ ସହଯୋଗ ନିମିତ୍ତ ରାଜିନାମା ସ୍ୱାକ୍ଷର କରିଥାଏ । ଚଳିତବର୍ଷ ଶତାଧିକ ଆବେଦକଙ୍କ ମଧ୍ୟରୁ ବିଶ୍ୱସ୍ତରରେ ମାତ୍ର ୬ଟି ଶିକ୍ଷାୟତନକୁ ଟେଫ୍ ଅଷ୍ଟେ୍ରଲିଆ କର୍ତ୍ତୃପକ୍ଷ ଚୟନ କରିଥିଲେ ଏବଂ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ତନ୍ମଧ୍ୟରୁ ଅନ୍ୟତମ ।
ଗତ ଡିସେମ୍ବର ୨୦୧୬ ମସିହାରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟସ୍ଥ ଗ୍ରାମ ତରଙ୍ଗର ପାଞ୍ଚଜଣିଆ ବିଶେଷ ପ୍ରତିନିଧି ଦଳ ଟେଫ୍ ନିଉସାଉଥ୍ ୱେଲ୍ସ ଭ୍ରମଣ କରି ସେଠାର ଏହି ବିଶେଷ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ଅଭିଭୂତ ହୋଇ ରାଜିନାମା ନିମିତ୍ତ ସମ୍ମତି ପ୍ରକାଶ କରିଥିଲେ । ଏହାର ପ୍ରତିବଦଳରେ ଏହି ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନକାରୀ ସଂସ୍ଥା
ଟେଫ୍ ଏନ୍ଏସ୍ଡବ୍ଲୁ୍ୟର ନିଦେ୍ର୍ଧଶିକା ମିସ୍ କ୍ୟାଥେରିନ୍ ମ୍ୟାରୀ ବ୍ୟାକ୍ସଟର, ଆଦିବାସୀ ଶିକ୍ଷାର ନିଦେ୍ର୍ଧଶକ ରୋଡ୍ନି ଟୋନି, ମୁଖ୍ୟ ପ୍ରଶିକ୍ଷିକା ମିସ୍ କୋନି ଆହ ସି, ନିର୍ମାଣ ବିଭାଗ ମୁଖ୍ୟ ପ୍ରଶିକ୍ଷକ ମାଥୁ୍ୟ ହ୍ୱାଇଟ୍, ଜନଜାତି ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଶିକ୍ଷୟିତ୍ରୀ ମିସ୍ ଟ୍ରେସି ଗୁଡ୍ୱିନ ପ୍ରମୁଖ ଭୁବନେଶ୍ୱରରେ ଏହି ଦ୍ୱୈତ ରାଜିନାମାର ଘୋଷଣା କରିଥିଲେ ।

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ୟୁଜିସିର ସର୍ବକନିÂ ନାକ୍ ‘ଏ’ ଗ୍ରେଡ୍ ମାନ୍ୟତାପ୍ରାପ୍ତ ଓ ୧୨(ବି) ବିବେଚିତ ବିଶ୍ୱବିଦ୍ୟାଳୟ । ଏହା କାରିଗରୀ କୌଶଳ ପ୍ରଶିକ୍ଷଣରେ ସର୍ବଭାରତୀୟ ସ୍ତରରେ ଏକ ଅତି ଅଗ୍ରଣୀ ଶିକ୍ଷାନୁÂାନ । ଏହି ବିଶ୍ୱବିଦ୍ୟାଳୟର ବୈଷୟିକ ଶିକ୍ଷା ମଡେଲ୍ ନୀତି ଆୟୋଗ ଓ ଏହାର ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଗଠିତ କମିଟି ରିପୋର୍ଟରେ ବିଶେଷ ସ୍ଥାନର ମାନ୍ୟତାପ୍ରାପ୍ତ ହୋଇଛି । ତତ୍ସହିତ ଏହା ମିଳିତ ଜାତିସଂଘର ସାଧାରଣ ପରିଷଦ,
ୟୁନେସ୍କୋ, ନୁ୍ୟୟର୍କ ଟାଇମ୍ସ, ବିଶ୍ୱ ବ୍ୟାଙ୍କ ଓ ବ୍ରିଟିଶ୍ କାଉନ୍ସିଲ୍ ଦ୍ୱାରା ମାନ୍ୟତାପ୍ରାପ୍ତ ହୋଇଅଛି ।
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ସ୍ଥାପନର ମାତ୍ର ୬ ବର୍ଷ ଅବଧି ମଧ୍ୟରେ ଏହା ପ୍ରାୟ ୮୬ ହଜାର ସ୍କୁଲ୍ ଡ୍ରପ୍-ଆଉଟ୍
ମାନଙ୍କୁ ରୋଜଗାର ସମ୍ବନ୍ଧୀୟ କୌଶଳ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଆଗାମୀ ଦିନରେ ୧ ଲକ୍ଷ ଯୁବବର୍ଗଙ୍କୁ ଏହିପରି
ବିଶ୍ୱସ୍ତରୀୟ ବ୍ୟବସାୟିକ ଶିକ୍ଷା ପ୍ରଦାନ କରିବା ନିମିତ୍ତ ପ୍ରତିଶ୍ରୁତିବଦ୍ଧ ବୋଲି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସଭାପତି
ପ୍ରଫେସର ମୁକ୍ତି ମିଶ୍ର ଅଭିବ୍ୟକ୍ତ କରିଥିଲେ ।

Share in top social networks!