ଆଜି ଜାତୀୟ କୃମିନାଶକ ଦିବସ: ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ଏକ କୋଟି ୪୬ ଲକ୍ଷରୁ ଉଦ୍ଧ୍ୱର୍ ପିଲାଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବ

ଆସନ୍ତା କାଲି ଜାତୀୟ କୃମିନାଶକ ଦିବସ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ଅବସରରେ ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ୧ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ଏକ କୋଟି ୪୬ ଲକ୍ଷ ୫୩ ହଜାରରୁ ଉଦ୍ଧ୍ୱର୍ ପିଲାଙ୍କୁ କୃମିନାଶକ ଔଷଧ ଖାଇବାକୁ ଦିଆଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି ।
ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୩୭ ପ୍ରତିଶତ କୃମି ଜନିତ ସଂକ୍ରମଣର ଶିକାର ହୋଇଥାଆନ୍ତି । କୃମିଜନିତ ରୋଗ ଯୋଗୁଁ ପିଲାମାନେ ପୁÂିହୀନତାର ଶୀକାର , ଚିଡିଚିଡା ହେବା , ଭିଟାମିନ୍-ଏ ଅଭାବ ଦେଖାଦେବା , ରକ୍ତହୀନତା , ପାଠପଢାରେ ଏକାଗ୍ରତା ନରହିବା ଏବଂ ଠିକ୍ ଭାବେ ଶରୀର ଅଭିବୃଦ୍ଧି ନହେବା ଆଦିର ଶୀକାର ହୋଇଥାଆନ୍ତି । ଏହି ସବୁ ସମସ୍ୟାରୁ ରକ୍ଷା କରିବା ପାଇଁ ଏହି ଅଭିଯାନ ମାଧ୍ୟମରେ କୃମିନାଶକ ଔଷଧ ଖାଇବାକୁ ଦିଆଯିବା ସହିତ ସେମାନଙ୍କୁ ପରିମଳ ଓ ପରିବେଷ ସ୍ୱଚ୍ଛ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯିବ । ପ୍ରଥମ ଥର ପାଇଁ ଘରୋଇ ଶିକ୍ଷାନୁÂାନଗୁଡିକୁ ଏହି ଅଭିଯାନରେ ସାମିଲ କରାଯାଇଛି । ୬୬୩୭୭୮ ସରକାରୀ ଓ ୩୩୫୦ ଘରୋଇ ଶିକ୍ଷାନୁÂାନ ଏବଂ ୭୧୧୩୪ ଅଙ୍ଗନବାଡି କେନ୍ଦ୍ରରେ ଏହି ଔଷଧ ଖାଇବାକୁ ଦିଆଯିବ ।
ମୋଟ ଏକ କୋଟି ୪୬ ଲକ୍ଷ ୫୩ ହଜାର ପିଲାଙ୍କ ମଧ୍ୟରୁ ୧ ବର୍ଷରୁ ଦୁଇବର୍ଷ ପର୍ଯ୍ୟନ୍ତ ୮ ଲକ୍ଷ ୮୫ ହଜାର ୬୮୦ ଜଣ ଏବଂ ୨ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ଏକ କୋଟି ୩୭ ଲକ୍ଷ ୬୮ ହଜାର ୨ ଜଣ ପିଲା ଅଛନ୍ତି ।
ଏହି ଔଷଧ ଖାଇବାକୁ ଦିଆଯିବା ସଂପର୍କରେ ସମସ୍ତ ଜିଲ୍ଲାପାଳ , ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଏବଂ ମେଡିକାଲ ଅଫିସରମାନଙ୍କୁ ସଜାଗ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏହି ଔଷଧ ଖାଇବାର ଉପକାରୀତା ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ ସେମାନଙ୍କୁ ପରାମର୍ଶ ଦିଆଯାଇଛି ।

Share in top social networks!