ଓଡିଆରେ ଡାକ୍ତରି ପ୍ରବେଶିକା ପରୀକ୍ଷା ଓ ଆମ ଦାୟିତ୍ୱ

13419114_1009089025795053_6653123555761319040_nଡକ୍ଟର ସୁବ୍ରତ କୁମାର ପୃଷ୍ଟି
ଗତକାଲି ସର୍ବଭାରତୀୟ ପ୍ରାକ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷା ବିଜ୍ଞପ୍ତି ପ୍ରକାଶପାଇଛି । ଏଥିରେ ଓଡିଶାର ପ୍ରାର୍ଥୀମାନଙ୍କପାଇଁ ପାରମ୍ପରିକ ଭାବରେ ଭାରତର ପ୍ରଥମ ସରକାରି ଭାଷା ହିନ୍ଦୀ ଓ ଦ୍ୱିତୀୟ ସରକାରି ଭାଷା ଇଂରାଜୀ ସମେତ ଓଡିଶାର ସରକାରିଭାଷା ଓଡିଆରେ ପ୍ରଶ୍ନପତ୍ର ମୁଦ୍ରଣ କରାଯିବ ବୋଲି ସୂଚନା ଦିଆଯାଇଛି । ଓଡିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପରେ ଏହି ନିଷ୍ପତ୍ତି ଓଡିଆଭାଷାକୁ ଜ୍ଞାନ ଓ ବିକାଶର ଭାଷା ଭାବରେ ପ୍ରତିପାଦିତ କରିବା ଉଦ୍ୟମ ସଫଳ ହୋଇଥିବାରୁ ଓଡିଶାବାସୀଙ୍କଠାରେ ଆନନ୍ଦ ଦେଖା ଦେଇଛି ।
ସର୍ବଭାରତୀୟ ସ୍ତରରେ ଓଡିଆଭାଷାର ସମ୍ମାନଜନକ ମର୍ଯ୍ୟାଦା ରହିଛି । ଭାଷାଭିତ୍ତିକ ପ୍ରଥମ ରାଜ୍ୟର ଭାଷା ସହିତ ଭାରତର ପ୍ରାଚୀନ ଭାହା ଭାବରେ ଶାସ୍ତ୍ରୀୟ ମର୍ଯ୍ୟାଦା କେବଳ ନୁହେଁ, ଏକ ସହିଷ୍ଣୁ, କର୍ମଠ ଓ ଉପକାରୀ ଜାତି ଭାବରେ ଏହି ଜାତି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ରାଜ୍ୟର ପ୍ରଶାସନିକ ଉଦାସୀନତା ଓଡିଆଭାଷାକୁ ଉପଯୁକ୍ତ ମର୍ଯ୍ୟାଦା ଦେଇ ନ ଥିବାରୁ ଓଡିଶା ଆଜି ହୋଇଛି ଅବହେଳାର ଶିକାର । ବିଶେଷକରି ଉଚ୍ଚଶିକ୍ଷାରେ ଓଡିଆଭାଷାକୁ ଦୂରେଇ ଦେବା ଫଳରେ ଏହି ସଂକଟ ତୀବ୍ର ରୂପ ଧାରଣ କରି ବିକାଶର ଅନ୍ୟାନ୍ୟ ଦିଗକୁ ବେଶ ପ୍ରଭାବିତ କରିଛି ।
ଶିକ୍ଷା କ୍ଷେତ୍ରରେ ଭାଷାର ବ୍ୟବହାର କିନ୍ତୁ ଭାରତର ଅନ୍ୟାନ୍ୟ ରାଜ୍ୟରେ ଅଲଗା । ସେମାନେ ନିଜ ରାଜ୍ୟ ଭାଷାକୁ ଶିକ୍ଷା ଓ ରୋଜଗାରର ଭାଷା ଭାବରେ ମୂଳରୁ ହିଁ କରିଆସୁଛନ୍ତି । ସେମାନଙ୍କ ଦାବି ଫଳରେ ସମ୍ବିଧାନ ସ୍ୱୀକୃତ ଭାଷାରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷା ଦେବାପାଇଁ କୋଠାରୀ କମିଶନଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହେବାପରେ ଭାରତ ପ୍ରଶାସନିକ କାର୍ଯ୍ୟରେ ଏସବୁ ଭାଷାର ପ୍ରଚଳନପାଇଁ ଭାରତୀୟ ପ୍ରଶାସନିକ ପରୀକ୍ଷା ଓ କର୍ମଚାରୀ ନିୟୋଜନ ପରୀକ୍ଷା ସମ୍ବିଧାନ ସ୍ୱୀକୃତ ଭାଷାରେ କରାଯିବାର ବ୍ୟବସ୍ଥା ୧୯୭୯ରୁ ରହିଛି । ପ୍ରାକ୍ତନ ରେଳମନ୍ତ୍ରୀ ମମତା ବାନାର୍ଜୀ ଆଉ ପାଦେ ଆଗେଇ ରେଳବାଇ ଅଧୀନସ୍ଥ ସମସ୍ତ ନିଯୁକ୍ତି ପରୀକ୍ଷା ଓ ପ୍ରଶ୍ନପତ୍ର ସମ୍ବିଧାନର ଅଷ୍ଟମ ସୂଚୀ ଅନ୍ତର୍ଗତ ସମସ୍ତ ଭାରତୀୟ ଭାଷାରେ ଦେବା ବ୍ୟବସ୍ଥା କରିଦେଲେ । ସେହି ପଦ୍ଧତି ଅନୁସରଣ କରି ଭାରତୀୟ ଚିକିତ୍ସା ପରିଷଦର ଗତ ୨୩.୦୮.୨୦୧୨ରିଖ ବୈଠକ ନିଷ୍ପତ୍ତି ଅନୁସାରେ ସମଗ୍ର ଭାରତରେ ଏକକ ଡାକ୍ତରି ନାମଲେଖା ପ୍ରବେଶିକା ପରୀକ୍ଷା(ଘଋଋଞ) ପଦ୍ଧତି ପ୍ରଚଳନ କରିବା ସହ ଏହାର ପ୍ରଶ୍ନପତ୍ର ଇଂରାଜୀ, ହିନ୍ଦୀ ଓ ଉର୍ଦ୍ଧୁ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରିବା ନିଷ୍ପତ୍ତି ନେଇଥିଲେ । ନିକଟରେ ଓଡିଶା ଓ କର୍ଣ୍ଣାଟକ ସରକାରଙ୍କ ଦାବିକୁ ସ୍ୱୀକାର କରି ଓଡିଆ ଓ କନ୍ନଡ ଭାଷାରେ ପ୍ରଶ୍ନପତ୍ର ଛାପିବା ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରଶ୍ନ ଉଠୁଛି ଆଇ.ଏ.ଏସ, ରେଳବାଇ ଭଳି ସର୍ବଭାରତୀୟ ସ୍ତରର ପରୀକ୍ଷା ଓଡିଆ ମାଧ୍ୟମରେ ଦେବାର ସୁବିଧା ବହୁ ପୂର୍ବରୁ ଥିବାବେଳେ ଆମ ଓଡିଆ ପିଲା ଏହାର ସୁଯୋଗ ନେଇ ନ ପାରିବା ଭଳି ବର୍ତ୍ତମାନ ଓଡିଆରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଛାପିବାଦ୍ୱାରା ଆମ ପିଲାମାନେ ଏଥିରୁ କେତେ ଫାଇଦା ପାଇପାରିବେ?
ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡିଆଭାଷା ପ୍ରତି ଦେଖାଦେଇଥିବା ଅନାଗ୍ରହ ଓ ଅବହେଳାର କେତୋଟି ପ୍ରମୁଖ କାରଣ ହେଲା – ଇଂରାଜୀ ଶିକ୍ଷା ବିନା ଉଚ୍ଚଶିକ୍ଷା ଅସମ୍ଭବ ବୋଲି ଆମ ଶିକ୍ଷିତବର୍ଗଙ୍କ ବିଶ୍ୱାସ ତଥା ଏମାନଙ୍କ ଛାୟାରେ ଏହି ଭାଷା ପ୍ରତି ନିମ୍ନମଧ୍ୟବିତ୍ତପରିବାରର ଅହେତୁକ ଆକର୍ଷଣ ବୃଦ୍ଧି ଏବଂ ସର୍ବଭାରତୀୟ ନିଯୁକ୍ତି ତଥା ନାମଲେଖାପାଇଁ ପ୍ରବେଶିକା ପରୀକ୍ଷା ଓଡିଆରେ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ଓଡିଶାରେ ତାହା ଏପର୍ଯ୍ୟନ୍ତ କେବଳ ଇଂରାଜୀରେ ପରିଚାଳିତ । ସେହିପରି ଶିକ୍ଷା, ପ୍ରଶାସନ, ନ୍ୟାୟ ଓ ଚିକିତ୍ସା ଭଳି ସର୍ବନିମ୍ନ ଆବଶ୍ୟକ କ୍ଷେତ୍ରରେ ଓଡିଆଭାଷାର ଆଜି ପର୍ଯ୍ୟନ୍ତ ପ୍ରଚଳନ ହୋଇପାରିଲାନାହିଁ । ଏସବୁ କାର୍ଯ୍ୟପାଇଁ ଓଡିଶାର ସମସ୍ତ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଭାବରେ ଦାୟୀ । ସବୁଠୁ ବଡ କଥା ହେଲା ଏହି ସମସ୍ୟା ଦୂର କରାଯାଇ ନ ଥିବାରୁ ଆମ ମନରେ ଯେଉଁ ନିଜ ମାତୃଭାଷା ପ୍ରତି ଦୁର୍ବଳ ମନୋଭାବ ସୃଷ୍ଟି ହୋଇଛି, ତଦ୍ୱାରା ଅନେକ ଛୋଟଛୋଟ ସମସ୍ୟା ଯଥା- ଗରିବୀ, ନିରକ୍ଷରତା, ଅପପୁଷ୍ଟି, ଅନଗ୍ରସରତା, ସର୍ବଭାରତୀୟ ସ୍ତରରେ ପଛୁଆ ରାଜ୍ୟ ବୋଲି ଦେଖା ଯାଉଥିବାବେଳେ ବିଚ୍ଛିନ୍ନତାବୋଧ, ସୀମା ସଂକୋଚନ, ଆଞ୍ଚଳିକ ବିଭେଦ ଓ ବୈଷମ୍ୟ, ଜମି-ଜଳ- ଜଙ୍ଗଲ- ଖଣି ଆଦି ପ୍ରଚୁର ପ୍ରାକୃତିକ ସଂପଦର ଅହରହ ଅପହରଣ ଚାଲିଛି । ଭାଷାପ୍ରତି ଏହି ହୀନ ମାନସିକତା ଯୋଗୁଁ ଆମେ ଏସବୁ ଜାଣି ମଧ୍ୟ ଆମରି ପ୍ରତିବାଦର ସ୍ୱର ଆପେ ଚାପି ହୋଇଯାଉଛି । ତେଣୁ ଆଜି ଯେତେବେଳେ କେନ୍ଦ୍ର ସରକାର ଓଡିଆଭାଷାକୁ ସମ୍ମାନ ଜଣାଇ ଏକ ସୁଯୋଗ ଦେଇଛନ୍ତି, ସେହି ସୁଯୋଗକୁ ସଦୁପଯୋଗ କରିବା ଆମପାଇଁ ଏକ ଆହ୍ୱାନ ଭାବରେ ଠିଆ ହୋଇଛି । ତେବେ ଉପରୋକ୍ତ କାରଣକୁ ଅନୁଧ୍ୟାନ କରି ଓଡିଶାର ବୁଦ୍ଧିଜୀବୀ ସମେତ ଓଡିଶା ସରକାର ସକରାତ୍ମକ ପଦକ୍ଷେପ ନେବାର ସମୟ ଆସି ପହଞ୍ଚôଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଉକ୍ତ ପ୍ରବେଶିକା ପରୀକ୍ଷା ସମ୍ପର୍କରେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରିବାପାଇଁ କେନ୍ଦ୍ରସରକାରଙ୍କଦ୍ୱାରା ଗଠିତ ପରାମର୍ଶଦାତା କମିଟିରେ କେତେକ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କର ମତ ଥିଲା – “ସଂଖ୍ୟାଧିକ ପିଲା ମାତୃଭାଷାରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରୀୟ ଶିକ୍ଷାଲାଭ କରୁଥିବାରୁ କେବଳ ହିନ୍ଦୀ ଓ ଇଂରାଜୀରେ ମୁଦ୍ରିତ ପ୍ରଶ୍ନପତ୍ର ବୁଝି ନ ପାରି ସଠିକ ଉତ୍ତର ଦେଇ ନ ପାରିବା ଫଳରେ ବହୁ ମେଧାବୀ ପିଲା ଡାକ୍ତର ହେବାରୁ ବଞ୍ଚôତ ହେବେ । ଏହା ଗରିବ ପିଲାଙ୍କ ବଦଳରେ କେବଳ ଇଂରାଜୀ ଓ ହିନ୍ଦୀ ମାଧ୍ୟମର ପିଲାଙ୍କ ସ୍ୱାର୍ଥକୁ ଲକ୍ଷ୍ୟ ରଖି କରାଯାଇଛି । ତେଣୁ ମାତୃଭାଷାରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ପ୍ରାଦେଶିକ ଭାଷାରେ ଅନୁÂିତ କରାଯାଉ ।”
ଏହି କଥାଟି ଓଡିଶାପାଇଁ ବେଶୀ ଉପଯୁକ୍ତ । କାରଣ ପ୍ରତିବର୍ଷ ଓଡିଶାରୁ ପ୍ରାୟ ୧ଲକ୍ଷ ପିଲା +୨ ବିଜ୍ଞାନ ପରୀକ୍ଷା ଦେଇଥାନ୍ତି । ଏମାନଙ୍କ ଭିତରୁ ପ୍ରାୟ ୯୦ଭାଗ ପିଲା ଓଡିଆ ମାଧ୍ୟମ ବିଦ୍ୟାଳୟରୁ ଦଶମ ପାଶ କରିଥାନ୍ତି । ଏକଥା ମଧ୍ୟ ସତ୍ୟ ଯେ, ଆଜିର ସମୟରେ ଓଡିଆ ମାଧ୍ୟମ ବିଦ୍ୟାଳୟରେ ପଢୁଥିବା ସଂଖ୍ୟାଧିକ ପିଲାମାନେ ଗରିବ ଶ୍ରେଣୀର । ଏହା ମଧ୍ୟ ସତ୍ୟ ଯେ, ଓଡିଶାର ପ୍ରାୟ ସମସ୍ତ ଅଭିଭାବକଙ୍କ ପ୍ରଥମ ପସନ୍ଦ ହେଉଛି ନିଜ ପିଲାକୁ ଡାକ୍ତରି ପଢାଇବା । ମାତ୍ର ଆଜି ପର୍ଯ୍ୟନ୍ତ ଓଡିଆରେ ବିଜ୍ଞାନ ଶିକ୍ଷା ବ୍ୟବସ୍ଥା କରିବା ସହିତ ଡାକ୍ତରି ସେବା ଓଡିଆରେ କରାଯାଉ ନ ଥିବାରୁ ଆମର ବହୁ ମେଧାବୀଙ୍କ ଡାକ୍ତର ହେବା ସ୍ୱପ୍ନକୁ ବିଫଳ କରିଦେଉଛି । ଧର୍ମକୁ ଆଖିଠାର ଭଳି +୨ ବିଜ୍ଞାନ ପରୀକ୍ଷା ପ୍ରଶ୍ୱପତ୍ର ଓଡିଆରେ ମୁଦ୍ରିତ ହୁଏ ସତ, ଓଡିଆରେ ଏହା ପଢାଯାଏନାହିଁ । ଯଦିଓ ଆମ ମହାବିଦ୍ୟାଳୟର ୯୦ଭାଗ ପିଲା ଓଡିଆ ମାଧ୍ୟମରୁ ଆସିଥିବାରୁ ଇଂରାଜୀରେ ବିଜ୍ଞାନ ପାଠ୍ୟକ୍ରମ ଧରିବାପାଇଁ ୬ମାସ କିମ୍ବା ୧ବର୍ଷ ଲାଗିଯାଏ, ସେମାନଙ୍କ ଇଂରାଜୀ ଜ୍ଞାନ ଦୁର୍ବଳତାର ସୁଯୋଗ ନେଇ ବିଜ୍ଞାନ ଶିକ୍ଷକଗଣ ବିଜ୍ଞାନ ବିଷୟରେ ଦକ୍ଷ ନଥିବାରୁ ଠକିବାପାଇଁ ଇଂରାଜୀ ଭାଷାର ସାହାଯ୍ୟ ନିଅନ୍ତି । ଏହି ଠକାମୀ ପ୍ରବୃତ୍ତିକୁ ସାର୍ବଜନୀନ କରିବାପାଇଁ ଓଡିଶାର ଇଂରାଜୀ ନ ପଢିଲେ ଚାକିରି ନାହିଁ ମାନସିକତା ତିଆରି କରିଦେଇଥିବାରୁ ରାଜ୍ୟର +୨ ବିଜ୍ଞାନ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଇଂରାଜୀରେ ଚାଲୁଛି ।
ଓଡିଶାରେ ଥିବା ୩ଟି ସରକାରି ଓ ୪ଟି ବେସରକାରି ମେଡିକାଲ କଲେଜ ଓ ୧ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ପ୍ରାୟ ୧୨୫୦ ସ୍ଥାନ ରହିଛି । ନିୟମ ଅନୁସାରେ ଏହାର ୮୫ଭାଗ ଅର୍ଥାତ ପ୍ରାୟ ୧୦୭୭ଓଡିଆ ପିଲା ପଢି ଡାକ୍ତର ହୋଇପାରିବେ । ଏଥିସହିତ ଭାରତର ୪୧୨ଟି ଡାକ୍ତରି ଶିକ୍ଷାନୁÂାନରେ ମୋଟ ୫୨୭୬୫ଟି ଡାକ୍ତରି ସିଟରୁ ୧୫% ସିଟ ଅର୍ଥାତ ୭୯୧୫ ଓ ୩୦୯୦ସିଟପାଇଁ ଓଡିଶାର ପିଲାମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଏଥିରୁ ଯଦି ୧୦% ପିଲା ସଫଳ ହୁଅନ୍ତି, ତେବେ ପ୍ରତିବର୍ଷ ଓଡିଶାରୁ ୨୧୮୨ ଜଣ ଡାକ୍ତର ହୋଇପାରିବେ । ବିଗତ ୩ବର୍ଷର ଇଓଚଗଞ ପରୀକ୍ଷାଫଳ ଅନୁସାରେ ପ୍ରତିବର୍ଷ ୪୦ରୁ ୫୦ହଜାର ଓଡିଆ ପିଲା ଏହି ପରୀକ୍ଷା ଦେଉଥିବାବେଳେ ପ୍ରାଥମିକ ପରୀକ୍ଷାରେ ୧୦୦୦ରୁ ୧୩୦୦ ଓ ଏଥିରୁ ମୁଖ୍ୟ ପରୀକ୍ଷାରେ ମାତ୍ର ୩୦୦ରୁ ୪୦୦ ଜଣ ଓଡିଆ ପିଲା ସଫଳ ହେଉଛନ୍ତି । ଫଳରେ ମୂଳ ସିଟ ମଧ୍ୟ ଓଡିଶାର ପିଲାଙ୍କଦ୍ୱାରା ପୂର୍ବଭଳି ପୂରଣ ହେଉ ନ ଥିବାବେଳେ ମୋଟ ଅଂଶର ୧୦ଭାଗ ସ୍ଥାନ ଆଶା ଆକାଶ କୁସୁମ ଭଳି ମନେ ହେଉଛି । ସର୍ବଭାରତୀୟ ସ୍ତରରେ ଅନୁÂିତ ଉଭୟ ପରୀକ୍ଷାରେ ଆମ ପିଲାଙ୍କ ପ୍ରଦର୍ଶନ କେଡେ ଦୟନୀୟ, ଏଥିରୁ ସ୍ପଷ୍ଟ ଜଣାପଡେ ।
ଏହି ପରିସଂଖ୍ୟନ କେବଳ ଡାକ୍ତରି ନାମଲେଖା ପ୍ରବେଶିକା ପରୀକ୍ଷାପାଇଁ ନୁହେଁ, ବରଂ ସର୍ବଭାରତୀୟ ସ୍ତରର ସମସ୍ତ ନିଯୁକ୍ତିଭିତ୍ତିକ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା କ୍ଷେତ୍ରରେ ଦେଖିବାକୁ ମିଳେ । ଅନେକ ସମୟରେ ଗଣମାଧ୍ୟମରେ ରାଜ୍ୟ ସରକାର ତଥା ବୁଦ୍ଧିଜୀବି ମହଲରେ ଏଥିପାଇଁ ଘୋର ଉଦବେଗ ପ୍ରକାଶ କରିଥାନ୍ତି । କିଏ ଶିକ୍ଷାବ୍ୟବସ୍ଥା ଓ ଭଲ ପ୍ରଶିକ୍ଷଣ ସଂସ୍ଥାନର ଅଭାବକୁ ଦୋଷ ଦେଉଥିବାବେଳେ ସରକାର ଇଂରାଜୀ ଭାଷାର ଦକ୍ଷତାର ଅଭାବକୁ ଦୋଷ ଦେଇ ନିଜର ଦାୟିତ୍ୱ ସାରିଦେଉଛନ୍ତି । କିନ୍ତୁ କେହି ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେଇ ପରୀକ୍ଷା ଦେଉଥିବା ପିଲାଟିର ମାନସିକ ଦକ୍ଷତା ଓ ଅଧିଗ୍ରହଣ କ୍ଷମତାକୁ ଚିହ୍ନଟ କରିନାହାନ୍ତି କିମ୍ବା ସର୍ବଭାରତୀୟ ସ୍ତରର ପରିସ୍ଥିତିକୁ ନିରୀକ୍ଷଣ କରିନାହାଁନ୍ତି । ଯଦି ଏହି ବିଫଳତା ଇଂରାଜୀଭାଷାର ଦୁର୍ବଳତାପାଇଁ ଦେଖାଦେଇଛି, ତେବେ ଓଡିଶାରୁ ପ୍ରତିବର୍ଷ ୪୦ହଜାର ଇଂରାଜୀ ମାଧ୍ୟମ ପିଲା ମଧ୍ୟରୁ ଅତି କମରେ ୧୦% ସଫଳ ହେଲେ ଆମେ ପ୍ରତିବର୍ଷ ୨ହଜାର ଡାକ୍ତର, ୨ହଜାର ଇଂଜିନିୟର ଓ ଆଇଏଏସ ପାଇଯାଆନ୍ତେ । ମାତ୍ର ତାହା ହେଉଛି କି? ଆଜି ବି ସର୍ବଭାରତୀୟ ସଫଳତା କ୍ଷେତ୍ରରେ ଓଡିଶାରୁ ଓଡିଆ ମାଧ୍ୟମ ପିଲାଙ୍କ ସଫଳତା ୯୦ଭାଗ ରହୁଛି । ଅନ୍ୟ ପକ୍ଷରେ ଯେତେବେଳେ ସର୍ବଭରତୀୟ ସ୍ତରରେ ଆଞ୍ଚଳିକ ଭାଷା ବଦଳରେ କେବଳ ଇଂରାଜୀ ଭାଷା ଥିଲା, ସେତେବେଳେ ଓଡିଶାରେ ବର୍ତ୍ତମାନଭଳି ଇଂରାଜୀ ମାନସିକତା ନ ଥିଲା କିମ୍ବା ଛତୁ ଫୁଟିଲା ଭଳି ଇଂରାଜୀ ସ୍କୁଲ ନ ଥିଲା; ସେତେବେଳେ ଓଡିଆ ମାଧ୍ୟମ ସ୍କୁଲରୁ ପଢି ଆମ ପିଲାମାନେ ନିଜର ଦକ୍ଷତା ପ୍ରତିପାଦନ ସହିତ ଓଡିଶାର ଗୌରବ ବୃଦ୍ଧି କରୁଥିଲେ । ଏବେ ଇଂରାଜୀ ଅପେକ୍ଷା ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଆମେ ଓଲଟା ଦିଗରେ ଗତି କରି ଇଂରାଜୀଭାଷାକୁ ପ୍ରାଥମିକତା ଦେଉଛୁ । କୋଠାରୀ କମିଶନ ନିଷ୍ପତ୍ତି ପାଳନ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଓଡିଆରେ କରାଯିବା କେବଳ ଧର୍ମକୁ ଆଖିଠାର ହୋଇଥିବାବେଳେ ଏଥିପାଇଁ ପାଠ୍ୟପୁସ୍ତକ ପ୍ରଣୟନ କରିବାପାଇଁ ଗଠିତ ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ପ୍ରତିବର୍ଷ କେନ୍ଦ୍ରଠାରୁ ପ୍ରଚୁର ଆର୍ଥôକ ଅନୁଦାନ ପାଇ ମଧ୍ୟ ଏକ ବ୍ୟବସାୟିକ ସଂସ୍ଥା ଭାବରେ ଠିଆ ହୋଇଛି । ଆମେ ଭୁଲିଯାଉଛୁ ଯେ, ଇତିହାସ ପୃÂାରୁ ଇଂରେଜ ଶାସନ ଯେତେ ଲିଭି ଯାଉଛି, ଭାରତର ଇଂରାଜୀ ଶିକ୍ଷା ଓ ବ୍ୟବସ୍ଥା ସେତିକି ଗୁରୁତ୍ୱ ହରାଉଛି । କେବଳ ଏହି କାରଣରୁ ଭାରତର ଅନ୍ୟାନ୍ୟ ରାଜ୍ୟରେ ଆଞ୍ଚଳିକ ଭାଷାର ଉତ୍ଥାନ ଦ୍ରୁତ ଗତିରେ ହେଉଥିବାବେଳେ ଓଡିଶା କିନ୍ତରୁ ବିପରୀତ ଗତିରେ ଗତି କରି ଇଂରାଜୀକୁ ପ୍ରାଧାନ୍ୟ ଦେବାରେ ଲାଗିଛି ।
ଅନ୍ୟ ରାଜ୍ୟ ଭଳି ସର୍ବଭାରତୀୟ ସ୍ତରରେ ଓଡିଶା ସଫଳତା ପାଇବାକୁ ହେଲେ ଏବେ ବାସ୍ତବତା ସ୍ୱୀକାର କରି ଉଚ୍ଚଶିକ୍ଷାରେ ଓଡିଆଭାଷାକୁ ଗୁରୁତ୍ୱ ଦେବାକୁ ପଡିବ । ଆମ ପାଖରେ ଯେତିକି ସାଧନ ଓ ସାଧନା ଅଛି, ତାଠାରୁ ଅଧିକ ଅଛି ନକରାତ୍ମକ ମନୋଭାବ । ନିଟ ପରୀକ୍ଷା ଆରମ୍ଭ ସମୟ ଅର୍ଥାତ ୨୦୧୨ରୁ ଓଡିଆରେ ପ୍ରଶ୍ନପତ୍ର ମୁଦ୍ରଣପାଇଁ ଦାବି କରିବା ସହିତ ଉଚ୍ଚଶିକ୍ଷା ଓଡିଆରେ କରିବାପାଇଁ ଓଡିଆବିଶ୍ୱବିଦ୍ୟାଳୟ ପ୍ରତିÂା ଦାବି କରାଯାଇଥିଲା । ସରକାର ଏବେ ଏଥିପାଇଁ ରାଜି ହୋଇଥିବାବେଳେ କେତେକ ବ୍ୟକ୍ତି ଏହାକୁ ଖୋଲାଖୋଲି ବିରୋଧ କରିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ଭାରତର ଅନ୍ୟ ୨୪ଟି ରାଜ୍ୟ ଏହି ପ୍ରବେଶିକା ପରୀକ୍ଷାରେ ନିଜ ପିଲାଙ୍କ ସଫଳତାପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଓଡିଶା ସରକାର କିନ୍ତୁ ବହୁ ବିଳମ୍ବରେ ହେଉ ପଛକେ ଓଡିଆରେ ପ୍ରଶ୍ନପତ୍ର ଛାପିବାପାଇଁ ଚିଠି ଲେଖି ନିଶ୍ଚିନ୍ତରେ ବସିଯାଇଛନ୍ତି । ଆମ ବୁଦ୍ଧିଜୀବୀ ଓଡିଆ ଭାଷା ଆନେ୍ଦାଳନରେ ବ୍ୟସ୍ତ ଥିବାବେଳେ ବାସ୍ତବ ସମସ୍ୟା ପ୍ରତି ଆଖି ବୁଜି ଦେଇ ବସି ରହିବା ଆମ ଦୁର୍ବଳ ମନୋବଳ ଓ ମାନସିକତାକୁ ପଦାରେ ପକାଇ ଦେଇଛି । ଏପରି ସ୍ଥଳେ ଇଂରାଜୀରେ ଦୁର୍ବଳ ପିଲାମାନେ କିପରି ଉତ୍ସାହିତ ହୋଇ ଓଡିଆରେ ବିଭିନ୍ନ ପ୍ରତିଯୋଗିତାମୂଳକ ଏବଂ ନାମଲେଖା ପ୍ରବେଶିକା ପରୀକ୍ଷା ଦେବାକୁ ଆଗ୍ରହୀ ହେବେ, ସେ ବିଷୟରେ ଗଭୀର ଚିନ୍ତା କରି ଉପଯୁକ୍ତ ପଦକ୍ଷେପ ନେବାର ସମୟ ଆସି ପହଞ୍ଚିଛି ।
ସଦସ୍ୟ ସଚିବ
“ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା”
ଏ-୧୬୪,ସହିଦନଗର, ଭୁବନେଶ୍ୱର
ଦୂରଭାଷା- ୯୦୯୦୪୬୫୭୫୮

Share in top social networks!