ବିଜେଡି ଓ କଂଗ୍ରେସ ମଧ୍ୟରେ ରହିଛି ଅଲିଖିତ ବୁଝାମଣା: ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ

arunsinghବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ସ୍ଥାଣୁତା ଓ ଅପାରଗତାକୁ ନେଇ ସମାଲୋଚନା କରିବା ସହିତ ବିଜେଡିକୁ ୯ଟି ପ୍ରଶ୍ନ ପଚାରିଛନ୍ତି । ରାସନ କାର୍ଡ ଠାରୁ ଆରମ୍ଭ କରି ଧାନର ଅଭାବୀ ବିକ୍ରୀ, ପାନୀୟ ଜଳ, ପକ୍କା ଘର ନିର୍ମାଣ, ଡାକ୍ତରଖାନାର ସ୍ଥିତି ପରି ମୌଳିକ ପ୍ରସଙ୍ଗକୁ ନେଇ ପ୍ରଶ୍ନ କରିଥିବା ବେଳେ ଚିଟ ଫଣ୍ଡ, ଦାଦନ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ପ୍ରଶ୍ନ କରିଛନ୍ତି । ଏହା ବ୍ୟତୀତ ଶ୍ରୀ ସିଂହ ରାଜ୍ୟରେ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟରେ ଥିବା ଅଲିଖିତ ବୁଝାମଣା ଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ।
ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ ବିଜେଡିକୁ ପ୍ରଶ୍ନ କରିଛନ୍ତି ଯେ, ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ବର୍ତମାନ ଯାଏ ରାଜ୍ୟରେ ୩ କୋଟି ୨୬ ଲକ୍ଷ ହିତାଧିକାରୀମାନଙ୍କୁ ରାସନ କାର୍ଡ କାହିଁକି ମିଳି ନାହିଁ ? ଯୋଗ୍ୟ ହିତାଧିକାରୀମାନଙ୍କୁ କାହିଁକି ରାସନକାର୍ଡ ଦିଆ ଯାଇ ନାହିଁ ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି ।
ଶ୍ରୀ ସିଂହ ଚାଷୀ ମାନଙ୍କ ଠାରୁ ଧାନ କିଣା ଯାଉ ନ ଥିବା କଥା ଉଲ୍ଲେଖ କରିବା ସହ ଚାଷୀ ମାନଙ୍କୁ କାହିଁକି ସଠିକ ମୂଲ୍ୟ ଦିଆ ଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ସିଂହ ବିଜେଡି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଦୀର୍ଘ ୧୭ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟର ଗରୀବ ଲୋକମାନଙ୍କୁ କାହିଁକି ପକ୍କା ଘର ଉପଲବ୍ଧ କରାଯାଇ ପାରି ନାହିଁ ?
ରାଜ୍ୟରେ ଜନସାଧାରଣଙ୍କୁ ସ୍ୱଚ୍ଛ ପାନୀୟ ଜଳ ବର୍ତମାନ ଯାଏ ମିଳି ପାରୁ ନ ଥିବାରୁ ଶ୍ରୀ ସିଂହ ଉଦବେଗ ପ୍ରକାଶ କରିଛନ୍ତି । ବର୍ତମାନ ସୁଦ୍ଧା ମାତ୍ର ଦୁଇ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆ ଯାଇପାରିଛି । ବିଶୁଦ୍ଧ ପାନୀୟ ଜଳର ଉପଲବ୍ଧତା ନ ଥିବା କାରଣରୁ ବିଭିନ୍ନ ସ୍ଥାନରେ ଜଣ୍ଡିସ ପରି ରୋଗ ବ୍ୟାପୁଛି ଓ ଲୋକଙ୍କର ଜୀବନ ଯାଉଛି । ରାଜ୍ୟର ଅଧିକାଂଶ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ କାହିଁକି ଯୋଗାଇ ଦିଆ ଯାଇ ପାରି ନାହିଁ ତାର ଜବାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବା ଆବଶ୍ୟକ ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି ।
ରାଜ୍ୟର ସ୍ୱାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥାକୁ ନେଇ ଶ୍ରୀ ସିଂହ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଭୁଷୁଡି ପଡିଛି । ଡାକ୍ତରଖାନା ମାନଙ୍କରେ ଡାକ୍ତର ନାହାନ୍ତି । ଆବଶ୍ୟକୀୟ ମେଡିସିନ ଓ ବେଡ ନାହିଁ । ଡାକ୍ତରଖାନାରେ ଲୋକ ମାନେ ବେଡ ଅଭାବରୁ ତଳେ ଶୋଇବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଦୁରାବସ୍ଥା କାହିଁକି ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ଅନେକ ଗାଁ ଓ ଘର ବିଜୁଳିରୁ କାହିଁକି ବଂଚିତ ହୋଇ ରହିଛନ୍ତି ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି । ବିଭିନ୍ନ ପଡୋଶୀ ରାଜ୍ୟରେ ୨୪ ଘଂଟିଆ ବିଜୁଳି ପ୍ରଦାନ କରାଯାଉଥିବା ବେଳେ ଓଡିଶାର ଗାଁ ଗହଳୀରେ ଲୋକ ମାନଙ୍କୁ ୨୪ ଘଂଟିଆ ବିଜୁଳି କାହିଁକି ଦିଆ ଯାଇ ପାରି ନାହିଁ ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି ।
(୧ / ୨)

ରାଜ୍ୟର ଯୁବକ ମାନେ ନିଜ ରାଜ୍ୟରେ ନିଯୁକ୍ତି ସୁଯୋଗ ଅଭାବରୁ ବାହାର ରାଜ୍ୟ ମାନଙ୍କୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ସେମାନେ ସେଠାରେ ନିର୍ଯ୍ୟାତନାର ଶୀକାର ହେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲାରୁ ସର୍ବାଧିକ ଲୋକ ଦାଦନ ଖଟିବାକୁ ଯାଉଛନ୍ତି । ଶ୍ରୀ ସିଂହ ବିଜେଡି ସରକାରକୁ ପ୍ରଶ୍ନ କରିଛନ୍ତି ଯେ, ନିଜର ଶାସନ କାଳରେ ନବୀନ ସରକାର କେତେ ଶିଳ୍ପ ସଂସ୍ଥା ସ୍ଥାପନା କରିଛି, ଯୁବକମାନଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ କେତେ ଯୋଜନା ଆରମ୍ଭ କରିଛି ତାର ହିସାବ ଦିଅନ୍ତୁ ।
ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ଚିଟ ଫଣ୍ଡ ଠକେଇର ଶୀକାର ହୋଇଥିବା ବେଳେ ଏହି ଠକେଇରେ ସଂପୃକ୍ତ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବା ତଥା ଠକେଇର ଶୀକାର ହୋଇଥିବା ଲୋକ ମାନଙ୍କୁ ଟଙ୍କା ଫେରାଇବା ପାଇଁ ନବୀନ ସରକାର କଣ କରିଛନ୍ତି ବୋଲି ଶ୍ରୀ ସିଂହ ପ୍ରଶ୍ନ କରିଛନ୍ତି । ଚିଟଫଣ୍ଡ ଠକେଇର ସଂପୃକ୍ତ ସଂସ୍ଥା ମାନଙ୍କର କେତେ ଲୋକଙ୍କୁ ସରକାର ଜେଲ ପଠାଇଛନ୍ତି ବୋଲି ଶ୍ରୀ ପ୍ରଶ୍ନ ପଚାରିଛନ୍ତି ।
ପଂଚାୟତରେ ଯେଉଁ ଦୁର୍ନୀତି ଚାଲିଛି ତା ପାଇଁ କିଏ ଦାୟୀ ବୋଲି ଶ୍ରୀ ସିଂହ ରାଜ୍ୟ ସରକାରଙ୍କୁ ପ୍ରଶ୍ନୁ କରିଛନ୍ତି ଏହି ପ୍ରଶ୍ନ ଗୁଡିକର ଉତର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ଜନସାଧାରଣଙ୍କୁ ଦେବା ଦରକାର ବୋଲି ଶ୍ରୀ ସିଂହ କହିଛନ୍ତି ।
ଶ୍ରୀ ସିଂହ କହିଛନ୍ତି ଯେ ବିଜେଡି ଧନ ବଳ ଓ ପ୍ରଶାସନିକ କଳକୁ ଦୁରୁପଯୋଗ କରି ନିର୍ବାଚନରେ ଜିତିବାକୁ ଚେଷ୍ଟା କରୁଛି । ଏଥର ରାଜ୍ୟର ଜନସାଧାରଣ ଭାରତୀୟ ଜନତା ପାର୍ଟୀ ସହିତ ଅଛନ୍ତି ।
କଂଗ୍ରେସ ଏକ ଦୁର୍ନୀତିଗ୍ରସ୍ତ ଦଳ ହୋଇଥିବା ବେଳେ ଓଡିଶାରେ କଂଗ୍ରେସ ବିଜେଡି ସହ ଭିତିରି ବୁଝାମଣା ରହିଥିବା ଶ୍ରୀ ସିଂହ ଅଭିଯୋଗ କରିଛନ୍ତି ।
ଶ୍ରୀ ସିଂହ କହିଛନ୍ତି ଯେ ଆଗାମୀ ଦିନରେ ବିଜେପି ପକ୍ଷରୁ ପ୍ରଚାର ପ୍ରସାରକୁ ଜୋରଦାର କରାଯିବ । ପ୍ରତିଦିନ ପାଂଚ ହଜାର ପଥପ୍ରାନ୍ତ ସଭା କରାଯାଇ ନବୀନ ପଟ୍ଟନାୟକ ସରକାରଙ୍କ ଅପାରଗତା ଓ ଦୁର୍ନୀତି ବିଷୟରେ ଲୋକ ମାନଙ୍କୁ ଅବଗତ କରାଯିବ ଓ ମୋଦି ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସୂଚନା ଦିଆଯିବ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।

Share in top social networks!