ମୃତ୍ୟୁଦଣ୍ଡ ରୋକିପାରିବନି ଧର୍ଷଣ, ବଳାତ୍କାର : ନିଶ୍ଚଳାନନ୍ଦ

Puri sankarchryaଧର୍ଷଣ ବା ବଳାତ୍କାର ଘଟଣାରେ ମୃତ୍ୟୁଦଣ୍ଡକୁ ନାପସନ୍ଦ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ | ମୃତ୍ୟୁଦଣ୍ଡ ଆଦୌ ଧର୍ଷଣ, ବଳାତ୍କାର ଭଳି ଘଟଣାକୁ ବନ୍ଦ କରିପାରିବ ନାହିଁ | ମହିଳାଙ୍କୁ ଯେବେ ସମାଜରେ ଉଚ୍ଚସ୍ଥାନ ମିଳିବ ସେତେବେଳେ ଯାଇ ଏହାର ଅବସାନ ଘଟିବ ଓ ମହିଳାଙ୍କ ବିରୋଧରେ ଅପରାଧ କୁ ରୋକାଯାଇ ପାରିବ ବୋଲି ମତ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ | ଏପରି କ୍ଷେତ୍ରରେ ମହିଳାଙ୍କୁ ଯେ କୌଣସି ପ୍ରକାର ଅସମ୍ମାନ କୁ ସମର୍ଥନ କିମ୍ବା ସହ୍ୟ କରାଯିବା ସର୍ବଦା ଅନୁଚିତ ବୋଲି ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି |

ତେବେ ମନୋରଞ୍ଜନ ଟିଭି ଚ୍ୟାନେଲ, ସିନେମା ଓ ବିଭିନ୍ନ ପତ୍ରପତ୍ରିକା ଏଭଳି ଅପରାଧ ବୃଦ୍ଧିର କାରଣ ବୋଲି ସେ ଦର୍ଶାଇଛନ୍ତି | ଏଗୁଡିକ ଯୁବ ସମ୍ପ୍ରଦାୟକୁ ବିପଥଗାମୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶଙ୍କରାଚାର୍ଯ୍ୟ କହିଛନ୍ତି |

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ ମହିଳାଙ୍କ ସଶକ୍ତିକରଣ ବିନା ରାଷ୍ଟ୍ରର ବିକାଶ ଚିନ୍ତା କରାଯାଇନପାରେ | ତା’ଛଡା ସମାଜର ଅଧୋପତନ ରୋକିବାକୁ ହେଲେ ସମସ୍ତଙ୍କୁ ଏକାଠି ନେଇ ଚଳିବାକୁ ହେବ | ସରକାରଙ୍କ ଠାରୁ ଆରମ୍ଭ କରି ରାଜନୈତିକ ନେତା ଓ ସାଧାରଣ ଜନତା ସମସ୍ତେ ମିଳିମିଶି କାମକଲେ ସମାଜ ସୁଧୁରିବ | କାହାକୁ ଛାଡିଦେଲେ ବା ମାରିଦେଲେ ସମସ୍ୟାର ସମାଧାନ ହୋଇଯିବ ନାହିଁ |

Share in top social networks!
Powered By Indic IME