ଓଡିଶାର ସ୍ୱାର୍ଥ ରକ୍ଷା ନୁହେଁ କେବଳ ରାଜନୈତିକ ସ୍ୱାର୍ଥ ପାଇଁ କାମ କରୁଥିବା କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗକୁ ବିଜେଡିର ବୟାନ ପୁଣି ପ୍ରମାଣିତ କରିଛି – ବିଜେପି

arunsinghମହାନଦୀ ଜଳ ବିବାଦ ମାମଲାରେ ବିଜେଡି ଜଳ ବିବାଦରେ ଓଡିଶାର ସ୍ୱାର୍ଥ ରକ୍ଷା ନୁହେଁ ବରଂ ଦଳର ରାଜନୈତିକ ସ୍ୱାର୍ଥ ପାଇଁ କେବଳ କାମ କରୁଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନରେ ବିରୋଧ ପ୍ରକଟ କରି ବିଜେଡି ମୁଖପାତ୍ର ସୂ ର୍ଯ୍ୟ ନାରାୟଣ ପାତ୍ରଙ୍କର ବୟାନ କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗକୁ ପୁଣି ପ୍ରମାଣିତ କରିଛି ବୋଲି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
ଛଅ ମାସରେ ଦଶ ଥର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗଲେ ମଧ୍ୟ ମହାନଦୀ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସହିତ ଥରେ ହେଲେ କଥା ନ ହୋଇ କେବଳ ଚିଠି ଲେଖିବା, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ ଝାଡଖଂଡକୁ ରାଜ୍ୟ ସରକାର ଟ୍ରିବ୍ୟୁନାଲ ପାଇଁ ନିଜ ପିଟିସନରେ ପକ୍ଷ କରିଥିବା ବେଳେ ବୁଝାମଣା କମିିଟିରେ ଏ ସବୁ ରାଜ୍ୟ ରହିବାକୁ ବିରୋଧ କରିବା, ସୁପ୍ରିମ କୋର୍ଟ ଯିବା ପାଇଁ କହି ନ ଯିବା , ବଂଶଧାରା ଟ୍ରିବ୍ୟୁନାଲ ଗଠନ ବେଳେ ଯାହା ହୋଇଥିଲା ମହାନଦୀ ମାମଲାରେ ଠିକ ସେଇଆ ହେଉଥିବା କେନ୍ଦ୍ର ମନ୍ତ୍ରୀଙ୍କ ପ୍ରଶ୍ନକୁ ବିଜେଡି କେବଳ ଏଡାଇ ଯିବା ପାଇଁ ଚେଷ୍ଟା କରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଅପର ପକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡିଶା ବାହାରୁ ନି ର୍ବାଚିତ ହେବା ଓ ଛତିଶଗଡରୁ ରାଜ୍ୟ ସଭା ସଦସ୍ୟତା ପାଇଁ ମହାନଦୀ ମାମଲାରେ ଓଡିଶାକୁ ବିରୋଧ କରିବା ଇତ୍ୟାଦି କହି ବିଜେଡି ମୁଖପାତ୍ର ସୂର୍ଯ୍ୟ ପାତ୍ର ଦଳର ହତାଶାଙ୍କୁ ହିଁ ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଦଳର ଦଳର ଭୟକୁ ହି ସାର୍ବଜନୀନ କରିଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ବିଜେଡିର ବୟସ୍କ ନେତା ସୂର୍ଯ୍ୟ ପାତ୍ର ନିଜ ବୁଦ୍ଧି ବିବେକରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗାଳି ଦେଉଛନ୍ତି ନା ସିଏ ଯାହାର ଚାକର ବୋଲି ସଭା ସମିତିରେ କହୁଛନ୍ତି, ତାଙ୍କୁ ଖୁସି କରିବା ପାଇଁ ସେ ଏପରି ବୟାନ ଦେଉଛନ୍ତି । ଅଥବା ତୃତୀୟ ମହଲାର କିରାଣୀଙ୍କ ଆଜ୍ଞାବହନ କରି ଏହା କହୁଛନ୍ତି ପ୍ରଥମେ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଶର୍ମା କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ସ୍ୱାର୍ଥରେ କାମ କରୁଛନ୍ତି କି ନାହିଁ ଓଡିଶା ଲୋକ ବିଚାର କରିବେ । ବିଜେଡି କେନ୍ଦ୍ର ମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଉତର ନ ଦେଇ ପଇଁତରାବାଜି କାହିଁକି କରୁଛି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି ।

Share in top social networks!