ବିଜେଡ଼ିର ଏକପାଖିଆ ବାଜିମାତ ଚକ୍ରାନ୍ତ :ସରକାରୀ ଗୁଣ୍ଡା ସାଜିଛନ୍ତି ଅଫିସର ଓ ପୋଲିସ ଅଧିକାରୀ

୭୩ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ଗ୍ରାମାଞ୍ଚଳ ତୃଣମୂଳ ସ୍ତରକୁ କ୍ଷମତା ପ୍ରଦାନ କରିବା ଦୁରର କଥା ରାଜ୍ୟରେ ଗତ ୧୭ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ସରକାର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ ଢ଼ଙ୍ଗରେ •ଲିବାକୁ ଦେଉନି ବିଜେଡ଼ି । ଏତେ ସଂଖ୍ୟାରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ଘଟଣାରୁ ବିଜେଡ଼ିର ଏକାପାଖିଆ ନିର୍ବାଚନ ପରି•ଳନାର ସ୍ପଷ୍ଟ ସଂକେତ ମିଳୁଛି । ଅର୍ଥବଳ, ବାହୁବଳ ଏବଂ ଶେଷରେ ପ୍ରଶାସନିକ ଗୁଣ୍ଡା ଜରିଆରେ ବିଜେଡ଼ି ନିଜସ୍ୱ ସମର୍ଥିତ ପ୍ରାର୍ଥୀଙ୍କୁ ଏକ ପାଖିଆ ନିଦ୍ୱର୍ଦରେ ନିର୍ବାଚନ କରାଇନେବାରେ ସଫଳ ହୋଇଛି । ଯେଉଁଠି ବିଜେଡ଼ିକୁ କଡ଼ା ଟକ୍କର ସମ୍ମୁଖିନ ହେବାର ଆଶଙ୍କା ଥିଲା ସେହି ସବୁ ସ୍ଥାନରେ ବିରୋଧି ଦଳର ପ୍ରାର୍ଥୀଙ୍କୁ ଭୟଭୀତ କରାଇ କିମ୍ବା ଜାଲିଆତି କରି ନିର୍ବାଚନ ପ୍ରକ୍ରିୟାରୁ ବାହାର କରିଦିଆଯାଇଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ଯେଉଁ ଯାଗାରେ ଅର୍ଥବଳ ଓ ବାହୁବଳ କାମଦେଉନି ସେଠି ନିର୍ବାଚନ ପରି•ଳନା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଓ ପୋଲିସ ବିଜେଡ଼ିର ଗୁଣ୍ଡା ସାଜୁଛନ୍ତି । ଏପରିକି ଯେଉଁମାନେ ଶାସକ ବିଜେଡ଼ି ପ୍ରାର୍ଥୀଙ୍କୁ ସମର୍ଥନ କରୁନାହାନ୍ତି ବା କୌଣସି ପ୍ରକାରେ ପ୍ରଭାବିତ ହେଉନାହାନ୍ତି ସେମାନଙ୍କୁ ଭୟଭୀତ କରାଇବା ସହ କେତକ ସ୍ଥାନରେ ଏନକାଉଣ୍ଟର କରିବାକୁ ମଧ୍ୟ ପୋଲିସ ପଛାଇ ନାହିଁ । ଅନ୍ୟପକ୍ଷରେ ପ୍ରଶାସନିକ ବିଭିନ୍ନ ପ୍ରକାର ଜାଲିଆତି କରି ବିରୋଧି ଦଳ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିଦେବାକୁ ପଛାଉ ନାହାନ୍ତି । କେନ୍ଦ୍ରାପଡ଼ା ଜିଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଘଟଣା ଏହାର ଏକ ସାମାନ୍ୟ ଦୃଷ୍ଟାନ୍ତ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଚଳିତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର ସମୁଦାୟ ୯୨ହଜାର ୨୯ଟି ୱାଡ଼ ମେମ୍ବର ଆସନରୁ ୩୬,୨୨୨ ଜଣ ଅର୍ଥାତ ପ୍ରାୟ ୪୦ ପ୍ରତିଶତ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ୨୦୯ ସରପଞ୍ଚ ଓ ୩୪୭ ପଞ୍ଚାୟତ ସମିତି ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅର୍ଥାତ ସେମାନଙ୍କର କୌଣସୀ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରକ୍ରିୟାରେ ଭାଗନେବାରୁ ଯେନତେନ ପ୍ରକାରେଣ ବଞ୍ଚôତ କରାଗଲା ।

ଗଞ୍ଜାମ ଜିଲାର ପୋଲସରାରେ ଜଣେ ଜିଲାପରିଷଦ ପ୍ରାର୍ଥୀ ବିନା ପ୍ରତିନ୍ଦ୍ୱଦିତାରେ ବାଜିମାତ କରିନେଲେ । ପରିତାପର ବିଷୟ ଯେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲାରେ ସର୍ବାଧିକ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ଅତୀତରେ ନିର୍ବାଚନ ପରି•ଳନାରେ ଘୋର ଅନିୟମିତତା କରିଥିବା ଜଣେ ଆଇଏଏସ୍ ଅଫିସର ସେ ଜିଲାପାଳ ଥିବା ମୟୁରଭଞ୍ଜ ଜିଲାରେ ଦ୍ୱିତୀୟ ସର୍ବାଧିକ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ କରାଇଛନ୍ତି । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ସମସ୍ତେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ । ଏହା ବିଜେଡ଼ିର ଏକପାଖିଆ ନିର୍ବାଚନ ପରି•ଳନା ନୁହେଁତ ଆଉକ’ଣ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଏବେ ପୁଣି ନିର୍ଦ୍ଧଳୀୟ ଭିତିରେ ନିର୍ବାଚନ ଲଢ଼ୁଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ୱାଡର଼୍ମ୍ବେରମାନେ ସେମାନଙ୍କ ଦଳର ନେତା ଓ ବିଧାୟକଙ୍କ ଫଟୋ ସେମାନଙ୍କ ବ୍ୟାନର ପୋଷ୍ଟରରେ ମାରିପାରିବେ ବୋଲି ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଅନୁÂିତ ସର୍ବଦଳୀୟ ବୈଠକରେ କଂଗ୍ରେ୍ରସ ପ୍ରଥମେ ଏହାର ବିରୋଧ କରିଥିଲା । କିନ୍ତୁ ଆଇନର ଗଳା ବାଟର ଫାଇଦା ନେଇ ବିଜେଡ଼ି ପ୍ରାର୍ଥୀ ବିନା ବିଜେଡ଼ିର ନିର୍ବାଚନୀ ସଂଙ୍କେତ ବ୍ୟବହାରରେ ନିଜକୁ ବିଜେଡ଼ି ସମର୍ଥôତ ପ୍ରାର୍ଥୀ ବୋଲି ପରିଚିତ କରାଇପାରୁଛି । ଯଦିଓ ଏହି ଆଇନ ସବୁଦଳ ପାଇଁ ପ୍ରଯୁଜ୍ୟ ହେଉଛି ତଥାପି କଂଗ୍ରେସ ଏଭଳି ରାଜନୀତିକୁ ବିରୋଧ କରୁଛି । ତ୍ରୀସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାର ହୀନ ରାଜନୀତି କରଣ ନ କରିବାକୁ ଶ୍ରୀ ହରିଚନ୍ଦନ ଆହ୍ୱାନଦେବା ସହ ରାଜ୍ୟ ନିର୍ବାଚନ କମିଶନ ଉପରୋକ୍ତ ସମସ୍ତ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ।

Share in top social networks!