ଭୁବନେଶ୍ୱର ରିଂଗରୋଡର ନୀତିଗତ ନିଷ୍ପତି ପାଇଁ ଗଡକରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ

16298929_1250559788360931_870206625479620168_n
- ରିଂଗ ରୋଡ କାର୍ଯ୍ୟକାରୀ ହେଲେ ଭୁବନେଶ୍ୱର ବାସିନ୍ଦା ହେବେ ଉପକୃତ
- ରାସ୍ତାର ଆଲାଇନମେଂଟରେ ପରିବର୍ତନ ପାଇଁ କଲେ ଅନୁରୋଧ
- ବର୍ତମାନ ଆଲାଏନମେଂଟ ଅନୁସାରେ ଚୌଦ୍ୱାର ଆଖ ପାଖରେ ୧୨.୯ କିମି ରାସ୍ତାରେ ଟ୍ରାଫିକ
ସମସ୍ୟା ନେଇ ଲୋକଙ୍କ ଆଶଙ୍କା ସମ୍ପର୍କରେ କରାଇଲେ ଅବଗତ
- ରାଜପଥ -୪୨ ପରିବର୍ତେ ମଙ୍ଗୁଳି ପରେ ୫ ନଂବର ଜାତୀୟ ରାଜପଥରେ ମିଶାଇବାକୁ ଦେଲେ
ପରାମର୍ଶ
ରାଜଧାନୀ ଭୁବନେଶ୍ୱରର ଚତୁର୍ପାଶ୍ୱରେ ରିଙ୍ଗ ରୋଡ ନିର୍ମାଣ ପାଇଁ ନୀତିଗତ ନିଷ୍ପତି ନେଇଥିବାରୁ କେନ୍ଦ୍ର ସଡକ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡକରୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଟ୍ରାଫିକର ସୁପରିଚାଳନା ପାଇଁ ଲୋକ ମାନଙ୍କ ସହିତ ତାଙ୍କର
ଆଲୋଚନା ଆଧାରରେ ଆଲାଇନମେଂଟର ପରିବର୍ତନ ପାଇଁ ସେ ଶ୍ରୀ ଗଡକରୀଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାଂଚ ନମ୍ବର ଜାତୀୟ ରାଜପଥର ରାଜଧାନୀ ଭୁବନେଶ୍ୱର ଦେଇ ଯାଉଥିବା ଅଂଶରେ ଟ୍ରାଫିକକୁ ପତଳା କରିବ । ଏହା ସହ ରାଜଧାନୀରେ ଯାତାୟାତ କରୁଥିବା ଲୋକ ମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇ ଦେବ ।

ଏହି ପ୍ରସ୍ତାବିତ ରିଂଗ ରୋଡ ସମ୍ବନ୍ଧରେ ବିଭିନ୍ନ ଅଂଶୀଦାର ମାନଙ୍କ ସହ କଥା ହେଲାବେଳେ ସେମାନେ ରାସ୍ତାର ବର୍ତମାନର ଆଲାଏନମେଂଟ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ବର୍ତମାନର ଯୋଜନା କରାଯାଇଥିବା ରିଂଗ ରୋଡ କାରଣରୁ ୪୨ ନମ୍ବର ଜାତୀୟ ରାଜପଥର ୧୨.୯ କିମି ଉପରେ ପ୍ରବଳ ଟ୍ରାଫିକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ଚୌଦ୍ୱାର ସହର ଓ ଏହାର ଆଖପାଖ ଅଂଚଳରେ ଟ୍ରାଫିକ ସମସ୍ୟା ସୃ୍ଷ୍ଟି ହେବାର ଆଶଙ୍କା ରହିଛିା ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନେ ରାଜ୍ୟ ପିଡବଲୁଡି ସହିତ ଏହି ସମସ୍ୟା ବିଷୟରେ ତର୍ଜମା କରି ରିଂଗରୋଡର ପ୍ରସ୍ତାବିତ ଆଲାଇନମେଂଟରେ ପରିବର୍ତନ କରିବାକୁ ପଦକ୍ଷେପ ନେବା ପାଇଁ ଶ୍ରୀ ଗଡକରୀଙ୍କୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଯେ ପ୍ରସ୍ତାବିତ ରିଂଗ ରୋଡ ଜାତୀୟ ରାଜପଥ -୪୨ରେ ମିଶିବା ପରିବର୍ତେ ମଙ୍ଗୁଳି ଜଙ୍କସନ ପରେ ଜାତୀୟ ରାଜପଥ-୫ରେ ମିଶିବା ଉଚିତ ।ଏହା ଦ୍ୱାରା ଉଭୟ ଜାତୀୟ ରାଜପଥ -୪୨ ଓ ୫ରେ ଟ୍ରାଫିକ ସୁପରିଚାଳିତ ହୋଇ ପାରିବ ବୋଲି ସେ କହିଛନ୍ତି ।

Share in top social networks!