ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଅଂଗଦାନ ମହାଅଭିଯାନ ପାଇଁ ପ୍ରସ୍ତୁତି ଶିବିର

cuoଓଡ଼ିଶାର ବିଭିନ୍ନ ସହରର ୧୦ଟି କେନ୍ଦ୍ରରେ ଜାନୁଆରୀ ୩୦ ତାରିଖରେ ଶହୀଦ ଦିବସ ଦିନ ଅଂଗଦାନ ମହାଅଭିଯାନ ପାଇଁ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁÂାନ ଏବଂ ଅନୁÂାନର ୧୮ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିମାନେ ଯୋଗଦେଇ ୧ ଘଣ୍ଟା ମଧ୍ୟରେ ଅଂଗଦାନ ସତ୍ୟପାଠରେ ସ୍ୱାକ୍ଷର କରିବେ ।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ଶିକ୍ଷାନୁÂାନଗୁଡ଼ିକରେ ଏଥିପାଇଁ ସଚେତନତାର ସଭା ଆୟୋଜିତ ହୋଇଯାଇଛି । ଇତିମଧ୍ୟରେ ଅନେକ ଶିକ୍ଷାନୁÂାନ ପକ୍ଷରୁ ସ୍ୱତଃ ଆଗ୍ରହ ପ୍ରକାଶ ପାଇଛି । ଅଂଗଦାନ ସତ୍ୟପାଠ କ୍ଷେତ୍ରରେ ଭାରତ ଅନ୍ୟାନ୍ୟ ଦେଶ ତୁଳନାରେ ବହୁ ପଛରେ ଥିବାବେଳେ ଓଡ଼ିଶାର ସ୍ଥିତି ଦୟନୀୟ ।

ଆମ ରାଜ୍ୟ ବାର୍ଷିକ ଦୁର୍ଘଟଣାଜନିତ ମୃତୁ୍ୟ ସଂଖ୍ୟା ୫୦୦୦ରୁ ୭୦୦୦ ଥିବାବେଳେ ସତ୍ୟପାଠ ଅଭାବରୁ ମସ୍ତିଷ୍କ ମୃତୁ୍ୟ ଜନିତ ମୃତକଙ୍କ ଅଙ୍ଗ ପ୍ରତ୍ୟଙ୍ଗ କୌଣସି କାର୍ଯ୍ୟରେ ନଲାଗି ଅଗ୍ନିଦଗ୍ଧ ହେଉଛି । ଏଥିପାଇଁ ଅଂଗଦାନ ସମ୍ପର୍କରେ ବ୍ୟାପକ ସଚେତନତା ହେଲେ ଅଙ୍ଗ ଅପେକ୍ଷାରେ ବହୁ ରୋଗୀ ଅଙ୍ଗଟିଏ ପାଇ ମୃତୁ୍ୟ କବଳରୁ ମୁକ୍ତି ପାଇପାରନ୍ତେ । ଶରୀର ଓ ଅଙ୍ଗଦାନ ଅଭିଯାନ ପକ୍ଷରୁ ଗତ ୪ ବର୍ଷ ହେବ ଶରୀର ଦାନ ସଚେତନତା କାର୍ଯ୍ୟକ୍ରମ କରାଯାଇ ପାଖାପାଖି ୧୦୦୦ ବ୍ୟକ୍ତିଙ୍କର ସତ୍ୟପାଠ ହାସଲ କରାଯାଇଅଛି । ଏହି ଶରୀର ଦାତାମାନଙ୍କ ମଧ୍ୟରୁ ୫୫୦ ଜଣଙ୍କୁ ରାଜ୍ୟସ୍ତରୀୟ ‘ଦଧିଚି’ ସମ୍ମାନରେ ସମ୍ମାନିତ କରାଯାଇଛି । ଇତିମଧ୍ୟରେ ଅଙ୍ଗଦାନ ମହାଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ହାରାହାରି ୨୦୦୦ ସତ୍ୟପାଠ କରାଯାଇଛି । ଏହି ଅଙ୍ଗଦାନ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ‘ଗିନିଜ ବୁକ୍’ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ଗ୍ରହଣ କରି ଏକ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଅନୁÂିତ କରାଯାଇ ସର୍ବାଧିକ ସତ୍ୟପାଠ ସ୍ୱାକ୍ଷର ରେକର୍ଡ କରିବା ପାଇଁ ସବୁଜ ସଂକେତ ପ୍ରଦାନ କରିଛନ୍ତି । ଲୋକ ସେବକମାନେ ଓ ଜାତୀୟ ସେବା ଯୋଜନା ଏଥିରେ ମୁଖ୍ୟ ଆୟୋଜକ ଥିବାବେଳେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ତଥା ଶତାଧିକ ମହାବିଦ୍ୟାଳୟ ଓ ସାମାଜିକ ସଂଗଠନ ଏହି କାର୍ଯ୍ୟକ୍ରମରେ ସହଭାଗୀ ହୋଇଛନ୍ତି । ଶରୀର ଓ ଅଙ୍ଗଦାନ ଅଭିଯାନର ଅଧ୍ୟକ୍ଷ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଅଡ଼ିଟୋରିୟମରେ ଏହି ଶିବିର ଅନୁÂିତ ହୋଇଥିଲା । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରିବନ୍ଧୁ ପଣ୍ଡା, ଡେପୁଟି ଭାଇସ ଚାନସେଲର ସୁପ୍ରିୟା ପଟ୍ଟନାୟକ ଏବଂ ଏମ୍ସ ଭୁବନେଶ୍ୱରର ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଅଙ୍ଗଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୬୭୭ ଜଣ ସ୍ୱେଚ୍ଛାକୃତ ଭାବେ ଅଙ୍ଗଦାନ ପାଇଁ ସତ୍ୟପାଠ କରିଛନ୍ତି ।

Share in top social networks!