ନାଲ୍‍କୋ ପକ୍ଷରୁ ବସନ୍ତ ପୁଷ୍ପ ପ୍ରଦର୍ଶନୀ

nalcochandନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ଜାନୁୟାରୀ ୨୮ ଓ ୨୯ ତାରିଖରେ ଭୁବନେଶ୍ୱର ସ୍ଥିତ ନାଲ୍‍କୋ ନଗର ପରିସରରେ ବାର୍ଷିକ ବସନ୍ତ ପୁଷ୍ପ ପ୍ରଦର୍ଶନୀ ଅୟୋଜିତ ହୋଇଥିଲା । ଚଳିତ ବର୍ଷ, ୧୨ ଟି ଅନୁÂାନ ଏବଂ ୬୫ ଜଣ ବ୍ୟକ୍ତିଗତ ଭାବେ ବିଭିନ୍ନ ବିଭାଗରେ ଅନୁÂିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଗତ କାଲି ଆୟୋଜିତ ଉଦ୍‍ଯାପନ ଉସôବରେ ନାଲ୍‍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ, ନାଲ୍‍କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, କମ୍ପାନୀର ମହାପ୍ରବନ୍ଧକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଅମୀୟ ପଟ୍ଟନାୟକ ଏବଂ ନାଲ୍କୋ ମହିଳା ସମିତିର ସଦସ୍ୟା ଶ୍ରୀମତୀ ସବିତା ପଟ୍ଟନାୟକ ଉପସ୍ଥିତ ଥିଲେ ।
ଅନୁÂାନଗୁଡିକ ମଧ୍ୟରେ ସିଭି ରମଣ କଲେଜ୍‍ ଅଫ୍‍ ଇଞ୍ଜିନିୟରିଂ ଚାମ୍ପିଅନ୍‍ ଆଖ୍ୟା ଲାଭ କରିଥିବା ବେଳେ ଖୁଣ୍ଟିଆ ନିବାସକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ୟକ୍ତିଗତ ବର୍ଗରେ ଭୁବନେଶ୍ୱରର ବିଜୟଲକ୍ଷ୍ମୀ ମହାରଣା ବିଜେତା ଭାବେ ପୁରସ୍କୃତ ହୋଇଥିଲେ ।
ଏହା ପୂର୍ବରୁ, ନିଦେ୍ର୍ଧଶକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ବି.କେ. ଠାକୁର ଆନୁÂାନିକ ଭାବେ ଏହି ପ୍ରଦର୍ଶନୀର ଉଦ୍‍ଘାଟନ କରିଥିଲେ । ବରିÂ ପ୍ରବନ୍ଧକ ଶ୍ରୀ ଆର୍.କେ. ପ୍ରଧାନ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Share in top social networks!