ବସ୍ତୁବାଦୀ ସମାଜରେ ଅଙ୍ଗଦାନ ତ୍ୟାଗର ମହତ୍ ଭାବନାରେ ଜନମାନସକୁ ଉଦ୍ବୁଦ୍ଧ କରିବ : ନାଲ୍କୋ ଅଧ୍ୟକ୍ଷ

nalcoorgandonation ସାଂପ୍ରତିକ ସମାଜ ବସ୍ତୁବାଦ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ଅଙ୍ଗଦାନ ଭଳି ପଦକ୍ଷେପ ଦ୍ୱାରା ମାନବିକତା ଓ ତ୍ୟାଗର ଏକ ନୂତନ ଯୁଗର ସôତ୍ରପାତ କରିବ ବୋଲି ଡଃ ତପନ କୁମାର ଚାନ୍ଦ କହିଛନ୍ତି । ଉକôଳ ବିଶ୍ୱବିଦ୍ୟାଳୟ ପରିସରରେ ଜାନୁୟାରୀ ୩୦ ତାରିଖରେ ଲୋକସେବକ ମଣ୍ଡଳ ଏବଂ ସମାଜର ପୃÂପୋଷକତାରେ କାର୍ଯ୍ୟରତ ବଡୀ ଆଣ୍ଡ୍ ଅର୍ଗାନ୍ ଡୋନେସନ୍ ଇନିସିଏଟିଭ୍ (ବି.ଓ.ଡି.ଆଇ.) ଦ୍ୱାରା ଆୟୋଜିତ ଅଙ୍ଗଦାନ ମହାଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ଚାନ୍ଦ ଏହା କହିଥିଲେ । ସମାଜରେ ଅଙ୍ଗଦାନ ପ୍ରତି ସଚେତନତା ସୃଷ୍ଟି ଦିଗରେ ଜାର୍ଯ୍ୟ କରୁଥିବା ହେତୁ ସେ ଏହି ଅନୁÂାନର ପ୍ରଂଶସା କରିବା ସହ, ତାଗ ଓ ନିଃସ୍ୱାର୍ଥପର ସେବାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ ।
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ସମୟରେ ଏହି ଅଙ୍ଗଦାନ ଅଭିଯାନର ଆୟୋଜନ କରିଥିବାରୁ ଡଃ ଚାନ୍ଦ ଆୟୋଜକମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ସଂଖ୍ୟାରେ ଜନସାଧାରଣଙ୍କୁ ଅଙ୍ଗଦାନ ପାଇଁ ପଞ୍ଜୀକୃତ କରି ବିଶ୍ୱ ରେକର୍ଡ୍ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଅବସରରେ, ୧୦୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଅଭିଯାନ ମାଧ୍ୟମରେ ୭୦୦ ସମ୍ପୂର୍ଣ୍ଣ ଶରୀର ଦାନ, ୧୦୦୦ ଅଙ୍ଗଦାନ, ୭୦୦ ଚକ୍ଷୁ ଦାନ ପାଇଁ ପଞ୍ଜୀକରଣ କରାଯାଇଛି ।
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ ଉକôଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଅଶୋକ କୁମାର ଦାସ, ସମାଜର ସମ୍ପାଦକ ଶ୍ରୀ ବାମାପଦ ତ୍ରିପାଠୀ, ବଡୀ ଆଣ୍ଡ୍ ଅର୍ଗାନ୍ ଡୋନେସନ୍ ଇନିସିଏଟିଭ୍ର ସଭାପତି ଡଃ ପ୍ରଭାସ ଆଚାର୍ଯ୍ୟ ଏବଂ ଉକôଳ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ଶ୍ରୀ ମହେଶ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!