ଓଲିଉଡ଼୍ ଅଭିନେତା ସବ୍ୟସାଚୀ ହେଲେ ଓଡ଼ିଶା ଦ୍ୱିତୀୟ ଦୃଷ୍ଟିହୀନ ଟି୨୦ ବିଶ୍ୱକପ୍ କ୍ରିକେଟ ର ବ୍ରାଣ୍ଡ ଆମ୍ବାସଡର

sabyasachii ଜାନୁଆରୀ ୨୯ ତାରିଖରେ ନୂଆଦିଲ୍ଲୀଠାରେ ଦ୍ୱିତୀୟ ଟି ୨୦ ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ ପକ୍ଷରୁ ଏହି ଖେଳ ପାଇଁ ଓଲିଉଡର ଲୋକପ୍ରିୟ ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କୁ ଓଡିଶାର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ମନୋନୀତ କରାଯାଇଛି । ଏହି ସମ୍ପର୍କ କେବଳ ବିଶ୍ୱକପ ମଧ୍ୟରେ ସିମୀତ ନ ରଖି ସ୍ଥାନୀୟ ଅଞ୍ଚଳରେ ଥିବା ନୂତନ ପ୍ରତିଭାକୁ ଖୋଜି ଜାତୀୟସ୍ତରରେ ପ୍ରତିÂିତ କରାଇବା ନିମନ୍ତେ କ୍ରିକେଟ ଆସୋସିଏସନ ଫର ବ୍ଲାଇଣ୍ଡ ଇନ୍ ଇଣ୍ଡିଆ (କାବି), କ୍ରିକେଟ ଆସୋସିଏସନ ଫର୍ ଦ ଭିଜୁଆଲି ଇମ୍ପ୍ୟାର୍ଡ଼ ଓଡ଼ିଶା (କାଭି) ଏବଂ ସାବ୍ୟସାଚୀଙ୍କ ମଧ୍ୟରେ ଏକ ଦୀର୍ଘ ତଥା ଉତ୍ତମ ସହଭାଗିତା ରଖିବା ପାଇଁ ଆଶା କରାଯାଉଛି । ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରରେ ଆସନ୍ତା ଫେବୃୟାରୀ ୭ ତାରିଖ ଦିନ ଭାରତ ଏବଂ ନୁ୍ୟଜିଲାଣ୍ଡ ମଧ୍ୟରେ କ୍ୱାଲିଫାୟାର ମ୍ୟାଚ୍ ହେବ ।
ଦୃଷ୍ଟିହୀନଙ୍କ ପାଇଁ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ମତଦେଇ କାବି ର ସଭାପତି ମହାନ୍ତେଷ ଜି କେ କହିଛନ୍ତି ଯେ, ଓଡ଼ିଶାର ଏହି ଲୋକପ୍ରିୟ କଳାକାର ଦୃଷ୍ଟିହୀନ କ୍ରିକେଟ ଆସୋସିଏସନ ସହ ଜଡ଼ିତ ହେବା ଆମ ପାଇଁ ଏକ ସମ୍ମାନର କଥା । ବିଶେଷ ଭାବେ କ୍ରିକେଟ ଆସୋସିଏସନ ଫର୍ ଦ ଭିଜୁଆଲି ଇମ୍ପ୍ୟାର୍ଡ଼ ଓଡ଼ିଶା (କାଭି, ଓଡ଼ିଶା) ପାଇଁ ଏହା ବହୁ ଗୁରୁତ୍ୱ ବହନ କରୁଛି । ସବ୍ୟସାଚୀଙ୍କ ଉପସ୍ଥିତି ଏହି ପ୍ରତିଭାବାନ୍ ଖେଳାଳୀଙ୍କୁ ଅଧିକ ଉତ୍ସାହିତ କରିବ ଏବଂ ଏହି ସହଭାଗିତା ପାଇଁ ସବ୍ୟସାଚୀଙ୍କର ଉଦ୍ୟମ ବେଶ୍ ପ୍ରଶଂସାଯୋଗ୍ୟ ।
କ୍ରିକେଟ ଆସୋସିଏସନ ଫର ବ୍ଲାଇଣ୍ଡ ଇନ୍ ଇଣ୍ଡିଆ (କାବି)ର ସଂପାଦକ ଶ୍ରୀ ସନ୍ୟାସ କୁମାର ବେହେରା କୁହନ୍ତି,“ସବ୍ୟସାଚୀ ହେଉଛନ୍ତି ଓଡିଆ ସିନେ ଜଗତର ଏକ ଆଗଧାଡିର ଅଭିନେତା । ଦୃଷ୍ଟିହୀନ କ୍ରିକେଟ୍ର ଲୋକପ୍ରିୟତା ତଥା ଏହାର ପ୍ରଚାର କରିବା ନିମନ୍ତେ ସବ୍ୟସାଚୀଙ୍କର ଉତ୍ସାହ ବେଶ୍ ପ୍ରଶଂସାଯୋଗ୍ୟ । ସେ ଟି ୨୦ ଦୃଷ୍ଟିହୀନ ବିଶ୍ୱକପ୍ କ୍ରିକେଟ ପାଇଁ ଓଡିଶାର ବ୍ରାଣ୍ଡ ଆମ୍ବାସଡ଼ର ହୋଇଛନ୍ତି ଶୁଣି ମୁଁ ବହୁତ ଖୁସି । ତାଙ୍କ ସହ ଏହି ସମ୍ପର୍କ ଦୀର୍ଘ ସମୟ ରହିବ ବୋଲି ମୋର ଆଶା ।”
ଲୋକପ୍ରିୟତା ହାସଲ କରିଥିବା ଏହି ସୁନାମଧନ୍ୟ ସିନେ ତାରକା ଦୃଷ୍ଟିହୀନ କ୍ରିକେଟର ପ୍ରଚାର କରିବା ପାଇଁ ଆଗେଇ ଆସି କ୍ରିକେଟ ଆସୋସିଏସନ ଫର ବ୍ଲାଇଣ୍ଡ ଇନ୍ ଇଣ୍ଡିଆରେ ସାମିଲ ହେବା ଅତ୍ୟନ୍ତ ସ୍ପୃହଣୀୟ । ସବ୍ୟସାଚୀଙ୍କ ଏହି ସହଯୋଗ ତଥା ଉଦାରତା ଅନ୍ୟ କଳାକାର, ଶିଳ୍ପପତି ତଥା ରାଜ୍ୟ ବାହାରର ଅନ୍ୟାନ୍ୟ ପ୍ରମୁଖ ସାମାଜିକ ବ୍ୟକ୍ତିତ୍ୱମାନଙ୍କୁ ଏହି କ୍ରିକେଟ ଆସୋସିଏସନ ଫର ବ୍ଲାଇଣ୍ଡ ଇନ୍ ଇଣ୍ଡିଆରେ ଜଡିତ ହେବା ପାଇଁ ପ୍ରେରଣା ଯୋଗାଇଦେବ । ସବ୍ୟସାଚୀ ଦୃଷ୍ଟିହୀନ କ୍ରିକେଟର ବ୍ରାଣ୍ଡ ଆମ୍ବସଡ଼ର ହୋଇଥିବାରୁ କାବି ପକ୍ଷରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ୨୯ ଜାନୁୟାରୀରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟି୨୦ ବିଶ୍ୱକପରେ ତାଙ୍କ ଉପସ୍ଥିତି ଏବଂ ସହଯୋଗିତା ଖେଳାଳୀମାନଙ୍କୁ ମାନସିକ ସ୍ତରରେ ଦୃଢ କରିବ ବୋଲି କାବି ସଂଘର ଏମ୍ ଜେ ଶ୍ରୀକାନ୍ତ କହିଛନ୍ତି ।

ଏହି ସହଭାଗିତା ବିଷୟରେ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି, “ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ଆସୋସିଏସନର ବ୍ରାଣ୍ଡ ଆମ୍ବାସଡ଼ର ଦାୟିତ୍ୱ ନେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଦୃଷ୍ଟିହୀନଙ୍କ ଏହି ଟି୨୦ ବିଶ୍ୱକପକୁ ଲୋକଲୋଚନକୁ ଆଣିବା ଏବଂ ଏହାର ଲୋକପ୍ରିୟତା ବୃଦ୍ଧି କରାଇବା ମୋର ପ୍ରଥମ ଦାୟିତ୍ୱ । କାବି ଓ କାଭି ଭଳି ଦୁଇଟି ସଂଘ ସହ କାମ କରି କ୍ରିକେଟ ତଥା ଅନ୍ୟାନ୍ୟ ଖେଳପ୍ରତି ସଚେତନତା ଏବଂ ଦୃଷ୍ଟିହୀନ କି୍ରକେଟ୍ ପାଇଁ ପ୍ରତିଭା ସୃଷ୍ଟି କରିବା ଉପରେ ମୁଁ ଗୁରୁତ୍ୱ ଦେବି ।”
ଏହି ଟୁର୍ଣ୍ଣାମେଣ୍ଟ ଜାନୁୟାରୀ ୨୮ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଦିଲ୍ଲୀରେ ହୋଇଥିବା ବେଳେ ଏହାର ଶେଷ ତଥା ଫାଇନାଲ ମ୍ୟାଚ୍ ବେଙ୍ଗାଲୁରୁରେ ଅନୁÂିତ ହେବ । ଅଷ୍ଟେ୍ରଲିଆ, ବାଲାଂଦେଶ, ଇଂଲଣ୍ଡ, ନେପାଳ, ନୁ୍ୟଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣଆଫି୍ରକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ୍ ଏହି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଇଛନ୍ତି । ଟୁର୍ଣ୍ଣାମେଣ୍ଟ ଟି ଲିଗ୍-କମ୍-ନକ୍ଆଉଟ ରେ ଭାରତର ୧୨ ଟି ସହରରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!