ହେମାନନ୍ଦ ବିଶ୍ୱାଳଙ୍କ ୨ ଭାଇଙ୍କ ସମେତ ୬୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

biswalନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିÂ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇଭାଇଙ୍କ ସମେତ ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକର ୬୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ନେତୃତ୍ୱରେ ନିଜଦଳକୁ ପରିତ୍ୟାଗ ଆଜି ବିଜୁ ଜନତା ଦଳରେ ଆନୁÂାନିକ ଭାବେ ସାମିଲ ହୋଇଛନ୍ତି ।

ନବୀନ ନିବାସ ଠାରେ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
ଦଳରେ ସାମିଲ ହୋଇଥିବା ସମସ୍ତ ନେତୃତ୍ୱ ଓ କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ “ପୂର୍ବତନ ମୁଖ୍ୟମନ୍ତ୍ରୀ
ହେମାନନ୍ଦ ବିଶ୍ୱାଳଙ୍କ ଭାଇ ଶ୍ରୀ କ୍ଷୀରୋଦ ଚନ୍ଦ୍ର ବିଶ୍ୱାଳ ଓ ଶ୍ରୀ ବିହାରୀ ଚନ୍ଦ୍ର ବିଶ୍ୱାଳ ଆଜି ଦଳରେ ସାମିଲ ହୋଇଥିବାରୁ ମୁଁ ବହୁତ ଆନନ୍ଦିତ । ଏହା ଫଳରେ ଦଳ ଆହୁରି ଅଧିକ ଶକ୍ତିଶାଳୀ ହୋଇପାରିବ । ଏହି ଅବସରରେ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି ।” ଯୋଗଦେଇଥିବା ପ୍ରମୁଖ କଂଗ୍ରେସ ନେତୃତ୍ୱଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ନାଏକ, ବିଶିକେଶନ ପ୍ରଧାନ, ଗୁଲପ ଭୈସାଲ୍‍, ଦାମୋଦର ପାଉଲେ, ଲଳିନ୍ଦ୍ର ପ୍ରଧାନ, ଦିଲ୍ଲୀପ ଅଢ଼ା, ମିତ୍ରଭାନୁ ନାଏକ, ଗୁରୁ ଦୟାଲ ବାଗ୍‍, ଅଶୋକ ନାଏକ, ସଂଜୀବ କିଶନ ପ୍ରମୁଖ ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସଂପାଦକ ତ୍ରିନାଥ ଗୁଆଲ୍‍ଙ୍କ ସମେତ ଦଳର ବହୁ ନେତୃମଣ୍ଡଳୀ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

Share in top social networks!