ଏବିଭିପିର ପ୍ରତିଭା ସଂଗମ: ଓଡିଶାର ଅନନ୍ୟ କଳା ଓ ସଂସ୍କୃତି, ସାମାଜିକ ପରିବର୍ତନର ବାର୍ତାବହ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

gajendrasinghଓଡିଶାର ଅନନ୍ୟ ସଂସ୍କୃତି ଓ କଳା ନୈପୁଣ୍ୟ ଓଡିଶାରେ ସାଂସ୍କୃତିକ ଜାଗରଣ ଏବଂ ସକାରାତ୍ମକ ସାମାଜିକ ପରିବର୍ତନର ବାର୍ତାବହ ହୋଇଛି ବୋଲି ଛାତ୍ର ସଂଗଠନ ଏବିଭିପି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ପ୍ରତିଭା ସଂଗମରେ ଯୋଗଦେଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସ୍ଥାନୀୟ ଆରସିଏମ୍ କଲେଜ ପରିସରରେ ତିନିଦିନ ଧରି ଚାଲୁଥିବା ସାଂସ୍କୃତିକ ତଥା କଳା ପ୍ରତିଯୋଗିତାର କାର୍ଯ୍ୟକ୍ରମ ପ୍ରତିଭା ସଂଗମର ଉଦ୍ୟାପନୀ ଉତ୍ସବରେ ଶ୍ରୀ ପ୍ରଧାନ ଯୋଗ
ଦେଇଥିଲେ ।

ପାଲା, ଦାସକାଠିଆ, ଭାଗବତ ଟୁଙ୍ଗି, ମହିମା ବାବାଙ୍କ ଖଞ୍ଜଣି ସହ ସଙ୍ଗୀତ, ଲୋକକଥା, ଲୋକଗୀତ ଓ ଭାଗବତ ଟୁଙ୍ଗି ପ୍ରଭୃତି ଓଡିଶାରେ ସାଂସ୍କୃତିକ ଜାଗରଣ ସହ ସକାରାତ୍ମକ ସାମାଜିକ ପରିବର୍ତନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଶ୍ରୀ ପ୍ରଧାନ କହିଥିଲେ । ଓଡିଶା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଗୀତ, ନାଚ, ମୂର୍ତିକଳା ଇତ୍ୟାଦିର ଲୁକ୍କାୟିତ ପ୍ରତିଭା ଭରି ରହିଥିବା ବେଳେ ଏହାକୁ ଲୋକ ଲୋଚନକୁ ଆଣିବା ପାଇଁ ଏବିଭିପିର ପ୍ରୟାସ ପ୍ରଶଂସାଯୋଗ୍ୟ ବୋଲି ଶ୍ରୀ ପ୍ରଧାନ କହିଥିଲେ । ପ୍ରତିଭା ସଂଗମ ଏବିଭିପିର ସଦସ୍ୟ ଓ ସମର୍ଥକଙ୍କ ମଂଚ ନହୋଇ ସମାଜର ସବୁ ବର୍ଗର ଛାତ୍ର ଛାତ୍ରୀ ମାନଙ୍କୁ ଏହା ଏକ ସୁଯୋଗର ମଂଚ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।

Share in top social networks!