ଜେଡିସିଏ ଅନ୍ତରରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpjdca
-ଓଡିଶାର ସଫ୍ଟବେୟାର ହେଉଛି ଏହାର ଅନନ୍ୟ ସଂସ୍କୃତି
- ଜତୀନ ଦାସ ନିଜ ପାଇଁ ଓ ଓଡିଶା ପାଇଁ ଏକ ବ୍ରାଂଡ ତିଆରି କରିଛନ୍ତି
ଜତୀନ ଦାସ ସେଂଟର ଅଫ ଆର୍ଟ (ଜେଡିସିଏ) ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲର ଉଦଯାପନ ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ସାଂସ୍କୃତିକ ବ୍ୟକ୍ତିତ୍ୱ ଜତୀନ ଦାସ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଓଡିଶାର ବ୍ରାଣ୍ଡ ଇମେଜ ତିଆରି କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନେଇଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସାରା ଦେଶ ଓ ବିଦେଶରୁ ଏକାଠି ହୋଇଥିବା ସାଂସ୍କୃତିକ ବ୍ୟକ୍ତିବିଶେଷ ମାନଙ୍କୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଜାତିର ସଫ୍ଟବେୟାର ହେଉଛି ଏହାର ସଂସ୍କୃତି । ଓଡିଆ ଜାତିର ଏକ ମହାନ ସାଂସ୍କୃତିକ ଇତିହାସ ରହିଛି । କଳିଙ୍ଗ ଯୁଦ୍ଧ କେବଳ ସାମରିକ ସଂଘର୍ଷ ନ ଥିଲା । ଏହା ଓଡିଆ ଆତ୍ମ ସ୍ୱାଭିମାନର
ଲଢେଇଥିଲାା

ଜତୀନ ଦାସଙ୍କର କଳାରେ ଓଡିଆ ଛାପ ସବୁ ବେଳେ ରହି ଆସିଛି । ଓଡିଶାର ଆଦିବାସୀ ଗ୍ରାମ, ପ୍ରକୃତି ଜତୀନ ବାବୁଙ୍କର ଅନ୍ତରାତ୍ମାରେ ସବୁବେଳେ ଜାଗ୍ରତ ଥିବା ପ୍ରମାଣିତ କରୁଛି । ଆଜି ବି ଓଡିଶାର କଳା ସଂସ୍କୃତି ଅନନ୍ୟ । ଖିଂଚିଂର ମୂର୍ତିକଳା ହେଉ, ପୁରୀର ପଟ୍ଟ ଚିତ୍ର, କଟକର ତାରକସୀ, କୋଟପାଡର ବୟନ ଶିଳ୍ପ, ଓଡିଶାରେ ଯେଉଁଠି ହାତ ମାରିଲେ ବି କଳା ସଂସ୍କୃତିର ଅନନ୍ୟ ଛାପ ରହି ଆସିଛି । ଓଡିଆ କବି ଭୀମଭୋଇଙ୍କର ଅନ୍ତରାତ୍ମାର ସ୍ୱର ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଜାତି ସଂଘରେ ଗୁଂଜରିତ ହେଉଛିା ଓଡିଶାର ଏହି ଅନନ୍ୟ ପରମ୍ପରାକୁ ଜେଡିସିଏ ଓ ଜତୀନ ବାବୁ ଆଗକୁ ନେବାରେ ଆହୁରି ଅଗ୍ରଣୀ ଭୂମିକା ନେବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!