ଓଡିଶାର ସ୍ୱାର୍ଥ ରକ୍ଷା ନୁହେଁ ମହାନଦୀ ମାମଲାରେ ମୁଖ୍ୟମନ୍ତ୍ରୀ ପ୍ରବଂଚନା କରୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

dpji
- ରାଜ୍ୟ ସରକାର ଦଳୀୟ ରାଜନୀତିକୁ ମହତ୍ୱ ଦେଇ ଓଡିଶାର ପ୍ରଭୁତ କ୍ଷତି କରୁଛନ୍ତି
- ଓଡିଶା ସରକାର ନିଜେ ଛତିଶଗଡ ଛଡା ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡଖଣ୍ଡକୁ ପକ୍ଷଭୁକ୍ତ କରି ଏବେ
ପ୍ରଶ୍ନ କରୁଛି ଯେ ଏହି ରାଜ୍ୟ ଗୁଡିକୁ କାହିଁକି ସଂଶ୍ଲିଷ୍ଟ କରାଗଲା
- ୧୯୫୬ ଜଳ ବିବାଦ ଆକ୍ଟର ଧାରା -୪ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଟ୍ରିବ୍ୟୁନାଲ ଗଠନ
ହେବା ପୂର୍ବରୁ ବୁଝାମଣା ପାଇଁ ପ୍ରୟାସ କରିବା ବୈଧାନିକ ପ୍ରକ୍ରିୟା
- ନବୀନଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ୨୦୦୬ରୁ ୨୦୦୯ ମସିହା ମଧ୍ୟରେ ବଂଶାଧାରା ଟ୍ରିବ୍ୟୁନାଲ ଗଠନକୁ
ନେଇ ସମାନ ପ୍ରକ୍ରିୟା ଅବଲମ୍ବନ କରାଯାଇଥିଲା
- ମୁଖ୍ୟମନ୍ତ୍ରୀ କୋର୍ଟକୁ ଯିବା କଥା କହିଲେ ହେଲେ ଗଲେ ନାହିଁ
- ମୁଖ୍ୟମନ୍ତ୍ରୀ ୬ ମାସରେ ଦଶ ଥର ଦିଲ୍ଲୀ ଗଲେ ହେଲେ ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଥରେ
ହେଲେ କଥା ହେଲେ ନାହିଁ
- ଓଡିଆଙ୍କ ସ୍ୱାର୍ଥ ରକ୍ଷା ନୁହେଁ , ଭ୍ରମ ତିଆରି କରିବା ନବୀନଙ୍କ ଉଦେ୍ଧଶ୍ୟ
- ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ଏହି ଢଗ ମହାନଦୀ ମାମଲାରେ ନବୀନ ବାବୁଙ୍କ ପାଇଁ
ସମ୍ପୂର୍ଣ୍ଣ ପ୍ରଯୁଜ୍ୟ
ସାଢେ ଚାରି କୋଟ ି ଓଡିଆ ଲୋକଙ୍କର ସ୍ୱାର୍ଥ ନୁହେଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀ ଜଳ ବିବାଦ ମାମଲାରେ ପ୍ରବଂଚନା କରି କେବଳ ଭୋଟ ହାତେଇବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତରରେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାନଦୀ ମାମଲାରେ ଓଡିଶା ସରକାର ଦଳୀୟ ରାଜନୀତିକୁ ମହତ୍ୱ ଦେଇ ଓଡିଶାର ପ୍ରଭୁତ କ୍ଷତି କରୁଛନ୍ତି । ମହାନଦୀ ମାମଲାରେ ରାଜ୍ୟ ସରକାର କୋର୍ଟ କୁ ଯିବା କଥା କହିଲେ କିନ୍ତୁ ଗଲେ ନାହିଁ ା ଟ୍ରିବ୍ୟୁନାଲ ଗଠନ ପାଇଁ ନଭେମ୍ବରରେ ଲିଖିତ ଆବେଦନ କଲେ । ଟ୍ରିବ୍ୟୁନାଲ ଗଠନ ହେବା ପୂର୍ବରୁ ଯେଉଁ
ବିଧି ବ୍ୟବସ୍ଥା ଅଛି ସେ ଅନୁସାରେ ପଦକ୍ଷେପ ନିଆଗଲା । ଓଡିଶା ସରକାର ସେଥିରେ ସହଯୋଗ ନ କରି ରାଜନୀତିର ଭାଷା କହୁଛନ୍ତି ।

ଏବେ ମୁଖ୍ୟମନ୍ତ୍ରୀ ବୁଝାମଣା ଉଚ୍ଚ ସ୍ତରରେ ହେବା ଦରକାର ବୋଲି କହିଛନ୍ତି । ସେହିପରି ଟ୍ରିବ୍ୟୁନାଲରେ ଏ ପ୍ରକାର କମିଟି ଗଠନ ହେବାର ବ୍ୟବସ୍ଥା ନାହିଁ ବୋଲି ମଧ୍ୟ କହିଛନ୍ତି । ମାତ୍ର ୧୯୫୬ ଜଳ ବିବାଦ ଆକ୍ଟର ଧାରା – ୪ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଟ୍ରିବ୍ୟୁନାଲ ଗଠନ ହେବା ପୂର୍ବରୁ ବୁଝାମଣା ପାଇଁ ପ୍ରୟାସ କରିବା
ବୈଧାନିକ ପ୍ରକ୍ରିୟା । ଶ୍ରୀ ପ୍ରଧାନ କହିଛନ୍ତି ଯେ ବଂଶଧାରା ବିବାଦ ମାମଲାରେ ୨୦୦୬ରୁ ୨୦୦୯ ମସିହା ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରା ଗଲା ବେଳେ ମଧ୍ୟ ମହାନଦୀ ପରି ସମାନ ପ୍ରକ୍ରିୟା ଅବଲମ୍ବନ କରା ଯାଇଥିଲା ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ସରକାର ପ୍ରଶ୍ନ ଉଠାଇଛନ୍ତି ଯେ ଛତିଶଗଡ ବ୍ୟତୀତ ଅନ୍ୟ ରାଜ୍ୟ ଯଥା
ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡଖଣ୍ଡକୁ ଏଥିରେ କାହିଁକି ସଂଶ୍ଲିଷ୍ଟ କରା ଗଲା । ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ହାସ୍ୟାସ୍ପଦ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କାରଣ ଓଡିଶା ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ଯେଉଁ ପିଟିସନ ଦେଇଥିଲା ସେଥିରେ ଛତିଶଗଡ ଛଡା ଉପରୋକ୍ତ ରାଜ୍ୟ ଗୁଡିକ ନିଜେ ପକ୍ଷଭୁକ୍ତ କରିଥିଲା । ଏବେ ନିଜ
କଥାରୁ ପଲଟି ମୁଖ୍ୟମନ୍ତ୍ରୀ କେବଳ ରାଜନୀତିର ଭାଷା କହୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ବିଜେପି ମହାନଦୀ ନେଇ ଓଡିଶାର ସ୍ୱାର୍ଥ ରକ୍ଷା ନେଇ କାମ କରୁଛି । ଓଡିଶା ସରକାରଙ୍କର ଆଗ୍ରହ କାରଣରୁ ନୁହେଁ ବିଜେପିର କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ଆଲୋଚନା ପରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଉମାଭାରତୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ଏହି ବୈଠକର ଭିଡିଓ
ରେକର୍ଡିଂ ଉପଲବ୍ଧ ଅଛି । ଆଲୋଚନାରେ ମୁଖ୍ୟମନ୍ତ୍ରୀ ରାଜି ହେବା ପରେ ଜଣେ କିରାଣୀଙ୍କ କଥା ଶୁଣି ନିଜର ମତ ବଦଳାଇଥିଲେ । ଆବଶ୍ୟକ ପଡିଲେ ଏହାକୁ ସାର୍ବଜନୀନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକରେ ଓଡିଶାର ମୁଖ୍ୟ ଶାସନ ସଚିବ ବୈଠକରେ କିଛି ମାମଲାରେ ସହମତି ପ୍ରକାଶ କରିବା ପରେ ବାହାରକୁ ଆସି ଫୋନରେ କଥା ହେବା ପରେ ପୁଣି ତାଙ୍କର ମତ ବଦଳାଇଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗତ ଛଅ ମାସ ମଧ୍ୟରେ ଦଶ ଥର ଦିଲ୍ଲୀ ଯାଇଥିବେ । ମାତ୍ର ଥର ଟିଏ ହେଲେ ମଧ୍ୟ ମହାନଦୀ ପ୍ରସଙ୍ଗ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଉଠାଇ ନାହାନ୍ତି । କେବଳ ଭୁବନେଶ୍ୱରରେ ବସି ପ୍ରଧାନମନ୍ତ୍ରୀଙ୍କୁ
ଚିଠି ଲେଖି ଦେଉଛନ୍ତି । ନବୀନ ବାବୁ କେତେ ଓଡିଆ ଢଗ ବୁଝନ୍ତି ସେ କହି ପାରିବେ ନାହିଁ କିନ୍ତୁ ଓଡିଆ ଢଗ ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ଏହି ମହାନଦୀ ମାମଲାରେ ନବୀନ ବାବୁଙ୍କ ପାଇଁ ସମ୍ପୂର୍ଣ ପ୍ରଯୁଜ୍ୟ ବୋଲି ସେ କହିଛନ୍ତି ।

ନବୀନ ବାବୁ ଜାଣନ୍ତି ଯେ ତାଙ୍କ ତର୍କରେ ବହୁ ତଥ୍ୟ ନାହିଁ । କେବଳ ଭ୍ରମ ତିଆରି କରିବା ତାଙ୍କର ଉଦେ୍ଧଶ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଲୋକଙ୍କୁ ସବୁ ଦିନ ପାଇଁ ଠକି ହେବ ନାହିଁ ବୋଲି ସେ କହିଛନ୍ତି ।

Share in top social networks!