ଆଜିଠାରୁ ପଲ୍ସ ପୋଲିଓ ଅଭିଯାନ; ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ୪୪ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ଲକ୍ଷ୍ୟ

ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ପଲ୍ସପୋଲିଓ ଟୀକାଦାନ ଅଭିଯାନ । ଦୁଇଟି ପର୍ଯ୍ୟାୟରେ ଅନୁÂିତ ହେବ ଏହି ଅଭିଯାନ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା କାଲି ( ୨୯.୦୧.୨୦୧୭ ) ଠାରୁ ୩୧.୦୧.୨୦୧୭ ତାରିଖ ପର୍ଯ୍ୟନ୍ତ ଏବଂ ୨ୟ ପର୍ଯ୍ୟାୟ ଅପ୍ରେଲ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଅନୁÂିତ ହେବ । ଏହି ଅଭିଯାନରେ ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୪୪.୫ ଲକ୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥି ନିମନ୍ତେ ୧୮୯୬୮ ଟୀକାଦାନ କେନ୍ଦ୍ର କରାଯାଇଥିବା ବେଳେ ୩୭୬ ଭ୍ରାମ୍ୟମାଣ ଟୀକାପ୍ରଦାନକାରୀ ଦଳ , ୮୪୯ ଟି ସଂଚାର ( ଟ୍ରାଞ୍ଜିଟ୍ ) ଦଳ ଗଠନକରାଯାଇଛି ଏବଂ ୭୫୮୭୨ ଟୀକାଦାନକାରୀଙ୍କୁ ନିୟୋଜିତ କରାଯାଇଛି ।
ଏହି ପଲ୍ସପୋଲିଓ ଟୀକାଦାନ ଅଭିଯାନ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁÂିତ ହୋଇ ଆକଳନ କରାଯାଇଥିବା ଶତପ୍ରତିଶତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ଡାଃ ମେହେର୍ଦ୍ଧାଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁÂିତ ହୋଇ ପଲ୍ସପୋଲିଓ ଟୀକାଦାନ ଅଭିଯାନକୁ ସଫଳ କରିବା ନେଇ ଆବଶ୍ୟକୀୟ ଦକ୍ଷେପ ଗ୍ରହଣ କରାଯାଇଛି । ଦୁର୍ଗମ ତଥା ଅପହଂଚ ଅଂଚଳର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ରାଜ୍ୟକୁ ପୋଲିଓ ମୁକ୍ତ ରଖିବା ଏବଂ ଶିଶୁମାନଙ୍କୁ ପୋଲିଓ କବଳରୁ ରକ୍ଷା କରିବା ନିମନ୍ତେ ନିର୍ଦ୍ଧାରିତ ଦିନରେ ନିଜନିଜର ଶୁଶୁମାନଙ୍କୁ ନିଶ୍ଚିତ ଭାବେ ପୋଲିଓ ଟୀକାଦାନ କେନ୍ଦ୍ରକୁ ନେଇ ପୋଲିଓ ବୁନ୍ଦା ଖୁଆଇବାକୁ ପରାମର୍ଶ ଦିଆଯାଇଛି ।

Share in top social networks!