ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଜୟ ହୋ’ରେ ଶ୍ରୋତା ମନ୍ତ୍ରମୁU

jaiho୬୮ତମ ସାଧାରଣତନ୍ତ୍ର ଦିବସ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ଠାରେ ଦେଶର ବୀର ଯବାନ୍ମାନଙ୍କ ଉତ୍ସର୍ଗରେ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମ “ଜୟ ହୋ’ ଅନୁଷ୍ଠିତ ହୋଇଥ#ଲା । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସୁଶୀଲ୍ କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ କଳାକାର ଓ ବାଦ୍ୟଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥ#ଲେ ।

ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀ ନିରଞ୍ଜନ ସେଠୀ, ଉପନିର୍ଦ୍ଦେଶକ ବିବେକାନନ୍ଦ ବିଶ୍ୱାଳ, ଉପନିର୍ଦ୍ଦେଶକ ଶ୍ରୀ ବିପିନ ବିହାରୀ ବାରିକି, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସମ୍ପାଦକ ଡ଼ଃ. ଲେନିନ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥ#ଲେ । ଡ଼ଃ. ଜୟଶ୍ରୀ ଧଳ, ଛନ୍ଦା ମିଶ୍ର, ସୋମା କର୍ମକାର, ଇପ୍ସିତା ପଣ୍ଡା, ୟଶ୍ ମହାନ୍ତି, ଶଶାଙ୍କ ଶେଖର, ସନ୍ତୋଷ ପରିଡ଼ା ଏବଂ ସ୍ୱୟଂ ପ୍ରଭାସ ପାଢ଼ୀ ପ୍ରଭୃତି କ=ଶିଳ୍ପୀମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁU କରିଥ#ଲେ ।

ଏ ମେରେ ଓ୍ୱତନ କେ ଲୋକୋଁ, ବନ୍ଦେ ମାତରଂ, ଉଠ କଙ୍କାଳ, ୟେ ମେରା ଇଣ୍ଡିଆ ପ୍ରଭୃତି ସଂଗୀତର ଧୂନ୍ରେ ଦର୍ଶକମାନେ ଆନନ୍ଦ ବିଭୋର ହୋଇଥ#ଲେ । ବାଳ କଳାକାର ରାକେଶ ବିଶ୍ୱାଳଙ୍କ ବେହେଲା ବାଦନ ସମଗ୍ର ପରିବେଶରେ ଦେଶପ୍ରୀତିର ଝଙ୍କାର ସୃଷ୍ଟି କରିଥ#ଲା । ଏହି ଅବସରରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥ#ଲା । କାର୍ଯ୍ୟକ୍ରମ ପରିଚାଳନା କରିଥ#ଲେ ସୂଚନା ଅଧ#କାରୀ ସୁଚେତା ପି୍ରୟଦର୍ଶିନୀ । ସଂଗୀତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥ#ଲେ ସାଗର । ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥ#ଲେ ।

Share in top social networks!