ଦେଶର ସୁରକ୍ଷା ପ୍ରତ୍ୟେକ ଯୁବକର ଧ୍ୟେୟ ହେଉ

ସ୍ଥାନୀୟ ବିବେକାନନ୍ଦ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଆଡ୍ଭାନ୍ସ୍ଡ ଏଜୁକେସନାଲ୍ ରିସର୍ଚ୍ଚ୍ ଆଣ୍ଡ୍ ଟେକ୍ନୋଲୋଜି ଏବଂ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଂଟ୍ର ମିଳିତ
ଆନୁକୁଲ୍ୟରେ ୬୮ତମ ସାଧାରଣତନ୍ତ୍ର ଦିବସ ଅନୁÂାନର ଅଧ୍ୟକ୍ଷ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ବିଜ୍ଞାନ ଭବନର ସଭାପତି ଶିକ୍ଷାବିତ୍ ଡକ୍ଟର ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥି ଭାବରେ ପତାକା ଉତୋଳନ କରିବା ସହିତ ଏହି ଦିନର ମହତ୍ୱ ଏବଂ ଆମର କର୍ତବ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରି କହିଲେ ବର୍ତମାନ ଦେଶର ଗଣତନ୍ତ୍ର ବ୍ୟବସ୍ଥା ବିପର୍ଯ୍ୟସ୍ତ । ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ନୀତିନିÂ, ଚରିତ୍ରବାନ ଓ ସଂସ୍କାର ଯୁକ୍ତ ବ୍ୟକ୍ତିମାନଙ୍କୁ ଆମକୁ ନେତା ଭାବରେ ଚୟନ କରିବାକୁ ହେବ । ମୁଖ୍ୟ ବକ୍ତା ଭାବରେ ସୁରଟ୍ ଓଡିଆ ୱେଲ୍ଫେୟାର୍ ଆସୋସିଏସନ୍ର ସଭାପତି ବିଶିଷ୍ଟ ସମାଜସେବୀ ସୁବାସ ଗନ୍ତାୟତ ଯୋଗଦେଇ କହିଲେ ଆମର ବିଶାଳ ଦେଶ ଭାରତବର୍ଷ ବର୍ତମାନ ଘଡିସନ୍ଧି ମୂହୁର୍ତ ଦେଇ ଗତି କରୁଛି ।

ଚୀନ, ପାକସ୍ଥାନ ଆଦି ଅନେକ ଦେଶର କୁଚକ୍ରାନ୍ତ ଦ୍ୱାରା ଆଜି ଦେଶ ଖଣ୍ଡ ବିଖଣ୍ଡିତ ହେବାକୁ ଯାଉଛି । ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆଜିର ଯୁବ ସମାଜ ସଂଗଠିତ ହୋଇ ଆଗେଇ ଆସିବାକୁ ହେବ । ଦେଶର ସୁରକ୍ଷା ପ୍ରତ୍ୟେକ ଯୁବକର ଧ୍ୟେୟ ହେବା ଦରକାର । ଅନୁÂାନର ଅଧ୍ୟକ୍ଷ ଡକ୍ଟର ନନ୍ଦ କହିଲେ ସାଧାରଣତନ୍ତ୍ର ଦିବସ ହେଉଛି ଦେଶର ଏକ ଅନନ୍ୟ ଗଣପର୍ବ । ଆମ ଦେଶ ତଥା ସମ୍ବିଧାନର ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ଭାରତୀୟ ଆଜି ଦିନରେ ସଂକଳ୍ପ ନେବା ଉଚିତ୍ । ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ପାଇକ ଫାଉଣ୍ଡେସନର ଅଧ୍ୟକ୍ଷ ସତ୍ୟ ନାରା୍ୟଣ ବିଶୋଇ ଯୋଗ ଦେଇଥିବା ବେଳେ ଅନୁÂାନର ପ୍ରଶାସକ ହରେନ୍ଦ୍ର ନାଥ ପାଲ ଶେଷରେ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁÂାନର ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ର ଦେବୀ ପ୍ରସାଦ ଦାସ ଓ ବିସିଏ ଛାତ୍ର ପବିତ୍ର କୁମାର ବେହେରା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଫୁଲ୍ଲ କୁମାର ମହାପାତ୍ର, ସଭ୍ୟଲତା କର, ସଂଘମିତ୍ରା ମିଶ୍ର, ଶୁଶାନ୍ତ କୁମାର ସାହୁ, ପବିତ୍ର କୁମାର ତରାଇ, ଦୁର୍ଗା ପ୍ରସାଦ ନାୟକ, ଲକ୍ଷ୍ମୀ ନାରାୟଣ ରଣସିଂହଙ୍କ ସମେତ ଅନୁÂାନର ସମସ୍ତ ଅଧ୍ୟାପକ, କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Share in top social networks!