ମିଥ୍ୟା ତଥ୍ୟ ଦେଇ ବିଧାୟକ ହୋଇଥିବା କିଶୋର ତରାଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଦାବୀ କଲା ବିଜେପି

BJPSAMEERଶାସକ ବିଜେଡିର ନେତା, ବିଧାୟକମାନେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ସମସ୍ତ ପ୍ରକାର ଅପଚେଷ୍ଟା ଆପଣାଇ ଥିବାର ସ୍ପଷ୍ଟ ପ୍ରମାଣିତ ହୋଇଛି । ବାରମ୍ବାର ମିଛ କହି ସାଧାରଣ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାରେ ଶାସକ ବିଜେଡି ଧୁରନ୍ଧର ଏବଂ ଏହା କ୍ରମଶଃ ଅଭ୍ୟାସରେ ପରିଣତ କରିଛି । କେନ୍ଦ୍ରାପଡା ବିଧାୟକ ଶ୍ରୀ କିଶୋର ତରାଇଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ପଟ୍ଟାମୁଣ୍ଡାଇ ବିଡିଓ ଯେଉଁ ଭଳି ଭାବରେ ଚଂଚକତା କରି ପ୍ରାର୍ଥୀ ହୋଇଥିବା ବିଧାୟକଙ୍କ ସ୍ତ୍ରୀଙ୍କୁ ନିଦ୍ୱର୍ନ୍ଦ ନିର୍ବାଚିତ କରାଗଲା, ତାହା ଗଣତନ୍ତ୍ରର କଂଠରୋଧ ସଦୃଶ ।

ପ୍ରଥମେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପତ୍ନୀଙ୍କର ୩ଟି ସ୍ଥାନରେ ଭୋଟ ପରିଚୟ ପତ୍ର ଥିବାର ସଂପୃକ୍ତ ବିଧାୟକ ସ୍ୱୀକାର କରିସାରିଛନ୍ତି, ଯାହାକି ଏକ ଗର୍ହିତ ଅପରାଧ । ସେହିପରି ସଂପୃକ୍ତ କେନ୍ଦ୍ରାପଡା ବିଧାୟକ ପୂର୍ବରୁ ବହୁ ଚଂଚକତା କରି ନିର୍ବାଚନ ଲଢିଥିବାର ଅଭିଯୋଗ ଆସିଛି । ୨୦୦୯ ମସିହା ସାଧାରଣ ନିର୍ବାଚନ ସମୟରେ କରିଥିବା ସତ୍ୟପାଠରେ ନିଜ ପିତାଙ୍କ ନାମ ବିମ୍ବାଧର ତରାଇ ଉଲ୍ଲେଖ କରିଥିବାବେଳେ ୨୦୧୪ ମସିହା ସାଧାରଣ ନିର୍ବାଚନରେ ବିମଳ ତରାଇ ଉଲ୍ଲେଖ କରିଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ । ଏ ସମସ୍ତ ଜାଣି ମଧ୍ୟ ଶାସକ ବିଜେଡି ଏବଂ ଏହାର ସଭାପତି ତଥା ଖୋଦ୍ ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସି ରହି ବିଧାୟକଙ୍କୁ ସୁରକ୍ଷା ଦେବା ଆହୁରି ଜଘନ୍ୟ ଅପରାଧ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ।

ଶାସକ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ସତ୍ୟକୁ ସାମ୍ନାକୁ ଆଣି ବିଧାୟକଙ୍କ ପିତାଙ୍କ ଅସଲ ନାମ ପ୍ରକାଶ କରି ରାଜ୍ୟବାସୀଙ୍କ ମନରେ ଉଠିଥିବା ସନେ୍ଦହକୁ ଦୂର କରିବା ସହ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଶ୍ରୀ ଶର୍ମା ଦାବୀ କରିଛନ୍ତି ।

Share in top social networks!