ପିଲାଙ୍କୁ ଅଧିକ ବିଶ୍ୱସ୍ତରୀୟ ମେଧାବୀ କରାଇବା ଲକ୍ଷ୍ୟ ଆସନ୍ତା ଶିକ୍ଷାବର୍ଷ ଠାରୁ ଶିବାନନ୍ଦ ଶତବାର୍ଷିକ ଆବାସିକ ସ୍କୁଲରେ ସିବିଏସ୍ଇ ପାଠ୍ୟକ୍ରମରେ ପାଠପଢ଼ା ହେବ

shivanandaଉନ୍ନତମାନର ଛାତ୍ର ପ୍ରସ୍ତୁତ କରି ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ଶିକ୍ଷାବର୍ଷଠାରୁ ଶିକ୍ଷାଦାନ ଢାଞ୍ଚାରେ ପରିବର୍ତ୍ତନ କରାଯିବ । ବିଶେଷକରି ଏହି ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ପରିବର୍ତ୍ତେ ଇଂରାଜୀ ମାଧ୍ୟମରେ ପାଠପଢ଼ା ହେବ ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପରିବର୍ତ୍ତେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପାଠ୍ୟକ୍ରମ ପ୍ରଚଳିତ ହେବ ।

ଏ ସଂକ୍ରାନ୍ତରେ ଶନିବାର ଚିଦାନନ୍ଦ ବିହାରସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ହାଇସ୍କୁଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଋଷିକେଶ ଶିବାନନ୍ଦ ଆଶ୍ରମର ଉପାଧ୍ୟକ୍ଷ ତଥା ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ କହିଲେଯେ, ସମ୍ପ୍ରତି ସମଗ୍ର ବିଶ୍ୱରେ ମାଧ୍ୟମିକ ଶିକ୍ଷାଦାନ କ୍ଷେତ୍ରରେ ବଡ଼ଧରଣର ପରିବର୍ତ୍ତନ ଘଟୁଛି । ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବାଳକମାନଙ୍କୁ ଅଧିକ ମେଧାବୀ କରାଯିବାର ସମୟ ଆସିଛି । ରାଜ୍ୟରେ ଶିକ୍ଷାଦାନ ଅପେକ୍ଷା ଏହି
କାରଣରୁ ଇଂରାଜୀ ଭାଷାରେ ଶିକ୍ଷାଦାନ ଓ ସିବିଏସ୍ଇ ପାଠ୍ୟକ୍ରମ ପ୍ରଚଳନ ପାଇଁ ନିଷ୍ପତ୍ତି ନିଆଯାଇଛି । ଦୀର୍ଘଦିନର ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଏ ପ୍ରକାର ପରିବର୍ତ୍ତନ କରାଯାଇଛି । ଜଣେ ମେଧା ଥିବା ଛାତ୍ରଙ୍କୁ ଏବଂ ମଧ୍ୟମ ମେଧାବୀ ପିଲାମାନଙ୍କୁ ଉଚ୍ଚ ମେଧାବୀ କରାଯିବା ସହିତ ସେମାନଙ୍କର ସୁନ୍ଦର ଭବିଷ୍ୟତର ମୂଳଦୁଆ ପକାଇବା ପାଇଁ ଭିତ୍ତି ପ୍ରସ୍ତୁତ ହୋଇଛି । ସେଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଉପଯୁକ୍ତ ପ୍ରଶିକ୍ଷଣ କରାଯାଉଛି ବୋଲି ସେ କହିଥିଲେ । ସ୍ୱାମୀ ନିର୍ଲିପ୍ତା ନନ୍ଦ କହିଲେଯେ, ଏହି ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନ ସହିତ ଜୀବନ ଯାପନର ଶିକ୍ଷା ଦିଆଯାଇଥାଏ । ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ହେଲାପରେ ମଧ୍ୟ ସେପରି ଶିକ୍ଷା ପ୍ରଚଳିତ ରହିବ ।

ବିଶେଷକରି ନିୟମିତ ଭାବେ ପ୍ରାତଃକାଳରୁ ଶଯ୍ୟାତ୍ୟାଗ, ଗୀତାପାଠ, ପ୍ରାର୍ଥନା, ଯୋଗାଭ୍ୟାସ, ଖେଳକସରତ, ନିରାମିଷ ଭୋଜନ, ଦୁଗ୍ଧପାନ ଆଦି ନିୟମିତ ଭାବେ ଚାଲିବ । ଏହାଦ୍ୱାରା ପିଲାମାନଙ୍କର ମୌଳିକତା ଅତୁଟ ରହିବ ଏବଂ ଆଧ୍ୟାତ୍ମିକ ଭାବନାର ବିକାଶ ଘଟିବ । ଏହି ବିଦ୍ୟାଳୟର ଛାତ୍ରମାନେ ୧୯୮୯ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ୨୮ଟି ବ୍ୟାଚରେ ଓଡ଼ିଶା ସେକେଣ୍ଡାରୀ ବୋର୍ଡ ପରୀକ୍ଷାରେ ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରତିବର୍ଷ ପ୍ରାୟ ୮୦ ପ୍ରତିଶତ ପ୍ରଥମ ଶ୍ରେଣୀ ହୋଇଥିବା ବେଳେ ୨୦୧୫ରେ ୭୯ରୁ ୭୯ ଶତପ୍ରତିଶତ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ । ୨୦୦୮-୦୯ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଜଣେ ଛାତ୍ର୨୬ ତମ ସ୍ଥାନ ପାଇଥିବା ବେଳେ ୨୦୦୯-୧୦ରେ ୨ ଜଣ ଛାତ୍ର ୧୩ତମ ଓ ୧୪ ତମ ସ୍ଥାନ ଅଧିକାର କରିଥିଲେ । ୧୦ ଟି ପିଲାରୁ ଆରମ୍ଭ କରିଥିବା ଏହି ବିଦ୍ୟାଳୟ ଆଜି ୨୦୧୭ରେ ୯୫ ଜଣ ଛାତ୍ର ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିଶେଷ ଭାବରେ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ର ଅଧ୍ୟକ୍ଷ ଭାବେ ପୂଜ୍ୟ
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ପୃÂପୋଷକତାରେ ୫ ଟି ଦୁଇ ମହଲା ବିଶିଷ୍ଟ ଭବନ ଛାତ୍ରାବାସ, ସ୍କୁଲ ଗୃହ, ୧୩
ହଜାର ବର୍ଗଫୁଟର ଯୋଗପ୍ରାର୍ଥନା ଗୃହ ଓ ୫୦୦ ଛାତ୍ରଙ୍କ ପାଇଁ ଅନ୍ନପୂର୍ଣ୍ଣା ଭବନ ନିର୍ମିତ ହୋଇଛି । ସେ କହିଲେ ଯେ, ପରବର୍ତ୍ତୀ
ସମୟରେ ଦେଶ ବିଦେଶରେ ଉଚ୍ଚ ପଦବୀରେ ଏହି ବିଦ୍ୟାଳୟରେ ବାଳକମାନେ ରହିଆସୁଥିବା ବେଳେ ଆଗାମୀ ଦିନରେ
ଏପ୍ରକାର ଛାତ୍ରଙ୍କ ସଂଖ୍ୟା ବଢ଼ିବ । ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେଯେ, ଏହି ବିଦ୍ୟାଳୟରେ ସବୁ ଧର୍ମର ଓ ସବୁ ବର୍ଗର
ଛାତ୍ରମାନେ ପଢ଼ିପାରିବେ । ଏବେ ମଧ୍ୟ ମୁସଲମାନ ଛାତ୍ର ଏଠାରେ ପାଠ ପଢୁଛନ୍ତି । ତେବେ ନିକଟରେ ଏହି ବିଦ୍ୟାଳୟରେ
ଛାତ୍ରୀମାନଙ୍କର ପାଠପଢ଼ାର ବ୍ୟବସ୍ଥା ହେବନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟ
ପରିଚାଳନା ସମିତିର ସଂପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ , ଯୁଗ୍ମ ସଂପାଦକ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ବରିÂ ସଦସ୍ୟ
ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ, ଚୌଧୁରୀ ଗୌରହରି ମିଶ୍ର, ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!