ଆଦିବାସୀ ମେଳା-୨୦୧୭ରେ ଆଦିବାସୀ ହାଟ

ADIVASIଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ଜନରାଜ୍ୟ ଦିବସଠାରୁୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆଠାରେ ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୧୭ ଆରମ୍ଭ ହୋଇଛିା ସଂପ୍ରତି ଏହି ମେଳା ଗଣଉତ୍ସବରେ ପରିଣତ ହୋଇଛିା
ସମଗ୍ର ମେଳା ପରିସରକୁ ମୁଖ୍ୟତଃ ନଅ ଗୋଟି ବିଭାଗରେ ବିଭକ୍ତ କରାଯାଇଛିା ଆଦିବାସୀ ହାଟ, ଆଦିବାସୀ ଗ୍ରାମ, ଆଦିବାସୀ ହସ୍ତଶିଳ୍ପ, ସରକାରୀ ଷ୍ଟଲ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ନୃତ୍ୟ, ବୟନ କଳା ମଣ୍ଡପ, ଚିତ୍ରକଳା ମଣ୍ଡପା ଚଳିତ ବର୍ଷ ଆଦିବାସୀ ହାଟରେ ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକି୍ରବଟାର ବ୍ୟବସ୍ଥା ହୋଇଛିା ଏଠାରେ ୩୦ଟି ପିଣ୍ଡି ରହିଛିା ଏଠାରେ ଆଇ.ଟି.ଡି.ଏ ଓ ମାଇକ୍ରୋ ପ୍ରୋଜେକଫ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତିା
ଆଦିବାସୀ ହାଟର ପିଣ୍ଡିରେ ସୋରିଷ, ହଳଦୀ, ଅଦା, କାନ୍ଦୁଲ, ମହୁ, ଝୁଣା, ରାଶି, ପେଶି, ପାଳୁଅ ଆଦି ବନଜାତ ଦ୍ରବ୍ୟ ଉପଲବ୍ଧ ହେଉଛିା ଏହି ହାଟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ ଜିଲ୍ଲାରୁ ଆସି ସେମାନଙ୍କ ପସରା ଖୋଲିଛନ୍ତିା ବଣ୍ଡା ଉନ୍ନୟନ ସଂସ୍ଥା, ମୁଦୁଲିପଡା, ମାଲକାନଗିରି, ବନଜା ବାଣିଜ୍ୟ ସଂଘ, କୁଚିଣ୍ଡା, ସମ୍ବଲପୁର ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା, ସୁନାବେଡା, ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ, ବଣାଇ, ଜୁଆଙ୍ଗ ଉନ୍ନୟନ ସଂସ୍ଥା, କେଉଁଝର ଆଦି ସଂସ୍ଥାର ମହିଳାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିପଣନ କରୁଛନ୍ତିା
ଆଦିବାସୀ ହାଟରେ କେଉଁଝର ବଡିର ବେଶ୍ ଚାହିଦା ରହିଛିା ସେହିପରି ଦାରିଙ୍ଗିବାଡିର ହଳଦୀ ଓ ଅଦା ପ୍ରତି ମଧ୍ୟ ଲୋକମାନଙ୍କର ଅଧ#କ ଆକର୍ଷଣ ରହିଛିା ନିୟମଗିରି ସ୍ୱୟଂ ସହାୟକ ଗୋଷ୍ଠୀ ଖମ୍ବେସୀ, ଷ୍ଟଲରେ ହଳଦୀ, କାନ୍ଦୁଲ, ମାଣ୍ଡିଆ ଚୂନା, ଝୁଡଙ୍ଗ, ସୋରିଷ, ବିରି, କୋଳଥ ଆଦିର ଚାହିଦା ରହିଛିା ଆଦିବାସୀ ହାଟରେ ମିଳୁଥ#ବା ଜିନିଷର ମୌଳିକ ଗୁଣବତ୍ତା ଏବେ ମଧ୍ୟ ଅକ୍ଷୁଣ୍ଣ ଥ#ବାରୁ ତାହା ଲୋକଙ୍କୁ ଅଧ#କ ଆକର୍ଷିତ କରୁଥ#ବାର ଜଣାଯାଇଛିା
ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୧୮୫ଟି ଷ୍ଟଲ ନିର୍ମାଣ କରାଯାଇଛିା ପ୍ରତ୍ୟହ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଆଦିବାସୀ ମେଳା ଖୋଲା ରହିବା ସଂଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ଜନଜାତିଙ୍କ ପାରମ୍ପରିକ ନୃତ୍ୟ, ସଂଗୀତ, ନାଟକ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଏହି ମେଳା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବା

Share in top social networks!