ଶ୍ରୀ ବିଶ୍ୱକେଶ୍ ତ୍ରିପାଠୀଙ୍କ କୋଣାର୍କର ଐତିହ୍ୟ ସମ୍ବଳିତ ପୁସ୍ତକ “କୋଣାର୍କ-ଏ ଷ୍ଟୋରୀ ଅଫ୍ ଏକ୍ସପ୍ଲୋସିଭ ଲଭ” ଉନ୍ମୋଚିତ

fictionବିଶିଷ୍ଟ ଲେଖକ ତଥା ଅବସରପ୍ରାପ୍ତ ଆଇପିଏସ୍ ଶ୍ରୀ ବିଶ୍ୱକେଶ ତି୍ରପାଠୀଙ୍କ ପୁସ୍ତକ “କୋଣାର୍କ-ଏ ଷ୍ଟୋରୀ ଅଫ୍ ଏକ୍ସପ୍ଲୋସିଭ ଲଭ” ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନ ଠାରେ ଆଜି ଉନ୍ମୋଚିତ ହୋଇଯାଇଛି । ବିଶ୍ୱ ପ୍ରସିଦ୍ଧ କୋଣାର୍କର ଐତିହ୍ୟକୁ ନେଇ ବର୍ଣ୍ଣିତ ଏହି ପୁସ୍ତକଟି ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଶିକ୍ଷାବିତ୍ ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କ କରକମଳରେ ଉନ୍ମୋଚିତ ହୋଇଛି । ଉନ୍ମୋଚନ ଉତ୍ସବରେ ଅନ୍ୟତମ ସୁନାମଧନ୍ୟ ଲେଖକ ପ୍ରଫେସର ଅସୀମ ରଞ୍ଜନ ପାହୀ ତଥା ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
ପୁସ୍ତକଟି ଐତିହାସିକ ପଟ୍ଟଭୂମି ଉପରେ ଆଧାରିତ ହୋଇଥିବାବେଳେ ଖ୍ରୀଷ୍ଟାବ୍ଦ ୧୨୩୮ରେ ଗଙ୍ଗବଂଶୀୟ ରାଜା ନରସିଂହଦେବଙ୍କ ଦ୍ୱାରା ନିର୍ମିତ କୋଣାର୍କ ସୂର୍ଯ୍ୟମନ୍ଦିରର ଐତିହ୍ୟ, ସଂସ୍କୃତିକୁ ଏହି ପୁସ୍ତକରେ ଅତି ପରିପୃଷ୍ଟ କରାଯାଇଛିି । ଏହି ପୁସ୍ତକରେ ରାଜା ଏବଂ ଶିଶୁପାଳଗଡ଼ର ସେନାପତିଙ୍କ କନ୍ୟା ମାୟାଙ୍କ ମଧ୍ୟରେ ଗଢି ଉଠିଥିବା ସ୍ନେହ ଓ ପ୍ରେମ ସମ୍ପର୍କକୁ ଅତି ସାବଳୀଳ ଭାବେ ଦର୍ଶାଯାଇଛି, ଯିଏକି ପରେ ପରେ ଜଣେ ଦୁର୍ଗରକ୍ଷକ ମଧ୍ୟ ହୋଇପାରିଥିଲେ ।
ରାଜା ନରସିଂହଦେବ ଥିଲେ ଜଣେ ପ୍ରସିଦ୍ଧ ସୂର୍ଯ୍ୟ ଉପାସକ । ମନ୍ଦିରଟିକୁ ରାଜା କଳିଙ୍ଗ ମହୋଦଧି (ବଙ୍ଗୋପସାଗର) ନିକଟରେ ନିର୍ମାଣ କରିଥିଲେ । ବିଶ୍ୱାସ ରହିଛି ଯେ ମନ୍ଦିରଟି ଚନ୍ଦ୍ରଭାଗା ଅବବାହିକାସ୍ଥିତ ପଦ୍ମଗଣ୍ଡଠାରେ ନିର୍ମାଣ କରାଯାଇଛି । ଏଠାରେ ମିତ୍ରବନ ବୋଲି ଏକ ମନୋରମ ଉଦ୍ୟାନ ରହିଥିଲା । ଏହି ଉଦ୍ୟାନରେ ବିଭିନ୍ନ ପ୍ରକାର ଫଳ, ଔଷଧିୟ ବୃକ୍ଷ, ଲତା ରହିଥିବା କୁହାଯାଏ ।
କୋଣାର୍କ ମନ୍ଦିରକୁ ନେଇ ଅନେକ ଲୋକକଥା ଶୁଣିବାକୁ ମିଳେ । ଅନେକ ବ୍ୟକ୍ତିଙ୍କ ନାମ ଏହି ମନ୍ଦିର ନିର୍ମାଣ ବେଳେ ଲୋକଲୋଚନକୁ ଆସିଛି । ସଦାଶିବ ସାମନ୍ତରାଏ, ବିଶୁ ମହାରଣା ଏବଂ ତାଙ୍କ ନାବାଳକ ପୁଅ ଧରମା ଭଳି ଚରିତ୍ରମାନଙ୍କର ଏହି ମନ୍ଦିର ନିର୍ମାଣ ବେଳେ ପ୍ରମୁଖ ଭୂମିକା ରହିଥିବା କୁହାଯାଏ ।
ଏହିସବୁ ତଥ୍ୟ, ଲୋକକଥାକୁ ନେଇ ପୁସ୍ତକଟିର ପୃÂଭୂମି ଉକ୍ରଳର ଐତିହାସିକ ସଂସ୍କୃତି ଉପରେ ପର୍ଯ୍ୟବେସିତ । ଉକ୍ରଳର ଏହି ଐତିହ୍ୟ ଓ ସଂସ୍କୃତିକୁ ଆଧାର କରି ଲେଖକ ନିଜର ଏକ ବଳିÂ ବିଶ୍ୱସନୀୟ ପୃÂଭୂମି କିଛି ମାତ୍ରାରେ ପରିପ୍ରକାଶ କରିପାରିବାରେ ସକ୍ଷମ ହୋଇଛନ୍ତି । ଏହି ସମୟଟି ଉପରୋକ୍ତ ଘଟଣାବଳୀ ଦେଇ ଅତିକ୍ରାନ୍ତ କରିଥିବ ବୋଲି ଲେଖକଙ୍କ ଦୃଢ ବିଶ୍ୱାସ ରହିଛି ।
ଶ୍ରୀ ବିଶ୍ୱକେଶ ତି୍ରପାଠୀ ଓଡ଼ିଆ ଭାଷାରେ ୬ ଗୋଟି ପୁସ୍ତକ, ୬ ଗୋଟି କ୍ଷୁଦ୍ର କବିତା ସଙ୍କଳନ ଏବଂ ଇଂରାଜୀ ଭାଷାରେ ଏକ ଧାରାବାହିକ କବିତା ରଚନା କରିଛନ୍ତି । ଏତଦ୍ବ୍ୟତୀତ ଶ୍ରୀ ତ୍ରିପାଠୀ “ଟେରୋରିଜମ୍ ଆଣ୍ଡ ଇନ୍ସରଜେନ୍ସି ଇନ୍ ଇଣ୍ଡିଆ” ନାମକ ଏକ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ଶ୍ରୀ ତି୍ରପାଠୀଙ୍କ ୨ଟି ଓଡ଼ିଆ ପୁସ୍ତକ “ଟେଲ୍ସ ଫ୍ରମ ରାମାୟଣ ଏବଂ ମହାଭାରତ” ଏବଂ “ମାଇଁ ଲାଇଫ ଆଣ୍ଡ ଟାଇମ୍ସ ଇନ୍ ଆଇପିଏସ୍”କୁ ଇଂରାଜୀରେ ମଧ୍ୟ ଅନୁବାଦ କରାଯାଇଛି । ନିକଟରେ ପ୍ରକାଶିତ ହୋଇଥିବା ଐତିହାସିକ ତଥ୍ୟ ସମ୍ବଳିତ ତାଙ୍କର ୨ଟି ପୁସ୍ତକ “ଇନ୍ ଦ କ୍ରାଡେ଼ଲସ ଅଫ୍ ସେଭେନ ସିଷ୍ଟରସ” ଏବଂ “ଖାରବେଳ-ଦ ୱାରିୟର ସିକର” ପାଠକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇପାରିଛି ।

Share in top social networks!