ଆନ୍ଧ୍ର୍ ପ୍ରଦେଶ ସୂର୍ଯେ୍ୟାଦୟ କାର୍ଯ୍ୟକ୍ରମରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

sunriseପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ଓ କେନ୍ଦ୍ର ସରକାରଙ୍କର ଗୁରୁତ୍ୱପୂର୍ଣ ନୀତିଗତ ସଂସ୍କାରର ଏଜେଣ୍ଡା କାରଣରୁ ଭାରତୀୟ ଅର୍ଥନୀତି ବିଶ୍ୱର ସବୁଠାରୁ ଦୃତ ଗତିରେ ବଢୁଥିବା ଅର୍ଥନୀତିରେ ପରିଣତ ହୋଇ ପାରିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ହାଇଦ୍ରାବାଦ ଠାରେ
ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦ୍ୱାରା ଆୟୋଜିତ ସୂର୍ଯେ୍ୟାଦୟ – ଆନ୍ଧ୍ର୍ ପ୍ରଦେଶ, ବିଶ୍ୱ ପାଇଁ ପ୍ରସ୍ତୁତ, ଭବିଷ୍ୟତ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ ସରକାର ଭିତିଭୂମିର ବିକାଶ ମାନ୍ୟୁଫାକଚରିଂ ଓ ବୈଷୟିକ ଜ୍ଞାନକୌଶଳରେ ଅଗ୍ରଗତି, ଦକ୍ଷତା ବିକାଶ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଭଳି ସଂସ୍କାର କାର୍ଯ୍ୟକ୍ରମକୁ ତ୍ୱରିତ ଗତିରେ ଆଗେଇ ନେବା ସହିତ ମେକ ଇନ ଇଣ୍ଡିଆ, ଡିଜିଟାଲ ଇଂଡିଆ, ସ୍କିଲ ଇଣ୍ଡିଆ, ଉଜ୍ୱଳା, ଜନ ଧନ ଯୋଜନା ଆଦି କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ସେହିପରି ତୈଳ ଓ ଗ୍ୟାସ କ୍ଷେତ୍ରରେ ହାଇଡ୍ରୋକାର୍ବନ କ୍ଷେତ୍ରକୁ ସ୍ୱଚ୍ଛ କରିବା ସହିତ ପୁଂଜିନିବେଶକାରୀ ମାନଙ୍କ ପାଇଁ ଉପଯୋଗୀ କରିବା ତଥା ଦେଶର ସାଧାରଣ ଜନତାକୁ ଆଧୁନିକ ଓ ଶୁଦ୍ଧ ଇନ୍ଧନ ଉପଲବ୍ଧ କରିବା ଦିଗରେ ସରକାର ଗୁରୁତ୍ୱ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ସରକାରଙ୍କର କାମର ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୫-୧୬ରେ ଆନ୍ଧ୍ର ପ୍ରଦେଶ ଜିଡିପି ବିକାଶ ଅନୁସାରେ ପ୍ରଥମ ସ୍ଥାନରେ ରହିଥିଲା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆନ୍ଧ୍ର ପ୍ରଦେଶରେ ହାଇଡ୍ରୋ କାର୍ବନ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ରହିଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ଆନ୍ଧ୍ର ପ୍ରଦେଶ ସରକାରଙ୍କ ସହ ମିଶି ଏ ଦିଗରେ କାମ କରୁଛନ୍ତି । ଗତ ଅଢେଇ ବର୍ଷରେ ଏହି ରାଷ୍ଟ୍ରାୟତ ଉଦ୍ୟୋଗ ମାନେ ଆନ୍ଧ୍ର ପ୍ରଦେଶରେ ୯୪ ଶହ କୋଟି ଟଙ୍କାର ପୁଂଜି ବିନିଯୋଗ କରିଛନ୍ତି । ଆଗାମୀ ବର୍ଷ ମାନଙ୍କରେ ରାଜ୍ୟରେ ଏକ ଲକ୍ଷ କୋଟି ଟଙ୍କାର ପୁଂଜି ବିନିଯୋଗର ଯୋଜନା ରହିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରାବାବୁ ନାୟଡୁ, କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଏମ. ଭେଙ୍କେୟା ନାୟଡୁ, ରେଳ ମନ୍ତ୍ରୀ ସୁରେଶ ପ୍ରଭୁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!