“ସରକାରୀ ଦାନ-ଦୟା ନୁହେଁ, ସ୍ୱାବଲମ୍ବୀ-ସ୍ୱାଭିମାନୀ ଓଡିଶା କଂଗ୍ରେସର ସଂକଳ୍ପ” : ପ୍ରସାଦ ହରିଚନ୍ଦନ

congressmanifestoଏକ ସ୍ୱାବଲମ୍ବୀ- ସ୍ୱାଭିମାନୀ ଓଡ଼ିଶା ଯେଉଁଠି ପ୍ରତ୍ୟେକ ବ୍ୟକ୍ତି କାହା ଦାନ ଦୟାରେ ନୁହେଁ ବରଂ ସ୍ୱାଭିମାନର ସହିତ ସ୍ୱଅର୍ଜିତ ଧନରେ ନିଜର ପରିବାର ପୋଷଣ କରିପାରିବ, ସେଭଳି ରାଜ୍ୟ ଗଠନ ପାଇଁ କଂଗ୍ରେସ ସଂକଳ୍ପ ବଦ୍ଧ ବୋଲି ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ଘୋଷଣାନାମା ଉନ୍ମୋଚନ କରିବା ଅବସରରେ କହିଛନ୍ତି । ଷୋଳବର୍ଷ ଧରି ପ୍ରଥମେ ବିଜେଡି-ବିଜେପି ଭାଗୁଆଳି ମେଣ୍ଟର ଓ ପରେ ଏକାକୀ ବିଜେଡି ଦଳର ଶାସନ କାଳରେ ଗାଁ ଗଣ୍ଡାର ଲୋକେ ହନ୍ତସନ୍ତ ହେବା ସହିତ ଓଡିଶାବାସୀ ତଳିତଳାନ୍ତ ହୋଇଛନ୍ତି । ଦୁର୍ନୀତି କୁଶାସନ ଓ ଅପରାଗତା ପାଇଁ ଶାସକ ଦଳ ଓଡିଶା ପାଇଁ କାଳ ପାଲଟିଛି । ପଞ୍ଚାୟତିରାଜ ପ୍ରହେଳିକାରେ ପରିଣତ ହୋଇଛି । ଲୋକଙ୍କ ହାତରେ କ୍ଷମତା ବଦଳରେ ଅଫିସର, ଅମଲାଙ୍କ ପାଖରେ କ୍ଷମତା ଠୁଳ ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଡି.ଆର୍.ଡି.ଏ ଅଫିସ ପର୍ଯ୍ୟନ୍ତ ଟାଉଟରମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ଏ ପରିସ୍ଥିତିରେ କଂଗ୍ରେସ ଏକମାତ୍ର ବିକଳ୍ପ ଭାବରେ ଲୋକମାନଙ୍କର ଆସ୍ଥଭାଜନ ହେବା ସହିତ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ କ୍ଷମତାସଂପନ୍ନ ଏବଂ ଦୁର୍ନୀତିମୁକ୍ତ କରିବାପାଇଁ ଘୋଷଣା ନାମରେ କିଛି ଠୋସ ପଦକ୍ଷେପ ନେବାପାଇଁ ଚେଷ୍ଟା କରିଛି । ଓଡ଼ିଶାବାସୀଙ୍କ ଆଶୀର୍ବାଦ ମିଳିଲେ କଂଗ୍ରେସ ଶାସନରେ ନଥିଲେ ମଧ୍ୟ ଏକ ସୁଦୃଢ଼ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଏକ ସ୍ୱାବଲମ୍ବୀ-ସ୍ୱାଭିମାନୀ ଓଡ଼ିଶାର ଏକ ମଜଭୁତ ମୁଳଦୁଆ ପକାଇପାରିବ ବୋଲି ଶ୍ରୀ ହରିଚନ୍ଦନ ଦୃଢ ଆଶା ପୋଷଣ କରିଛନ୍ତି ।

କଂଗ୍ରେସର ସଂକଳ୍ପ
• ବେକାର ଯୁବକମାନଙ୍କୁ ନେଇ ସ୍ୱୟଂ ସହାୟକ ଗୋÂୀ (ଣ-ଝଐଏ) ଗଠନ ଏବଂ ଉପାର୍ଜନ ପାଇଁ ପ୍ରତ୍ୟେକ ଗୋÂୀକୁ ଏକଲକ୍ଷ ଟଙ୍କାର ସରକାରୀ ସହାୟତାରେ ମୂଳଧନ ପାଣ୍ଠି ଏବଂ ଋଣ ପ୍ରଦାନ ।
• ରାସନକାର୍ଡ ପାଇନଥିବା ହକ୍ଦାର ପରିବାରକୁ ତୁରନ୍ତ ରାସନକାର୍ଡ ପ୍ରଦାନ ।
• ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତାର ପରିମାଣ ମାସିକ ୧୫ ଶହ ଟଙ୍କାକୁ ବୃଦ୍ଧି ।
• ୮୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ପାଇଁ ଦୁଇ ହଜାର ଟଙ୍କାର ମାସିକ ଭତ୍ତା ।
• ଚାଷୀମାନଙ୍କ ପାଇଁ ମାସିକ ୫ ହଜାର ଟଙ୍କାର ପେନ୍ସନ୍ ।
• ଜବ୍କାର୍ଡଧାରୀ ବେକାରମାନଙ୍କୁ ୨୫୦ ଦିନର ନିଶ୍ଚିତ ରୋଜଗାର ଯୋଗାଇ ଦିଆଯିବ ଅନ୍ୟଥା ମାସିକ ୩ ହଜାର ଟଙ୍କା ବେକାରୀ ଭତ୍ତା ପ୍ରଦାନ ।
• ପ୍ରତି ଗାଁରେ ମହିଳା ସ୍ୱୟଂ ସହାୟିକା ଗୋÂୀମାନଙ୍କ ପାଇଁ କାର୍ଯ୍ୟାଳୟ ଗୃହ ନିର୍ମାଣ ।
• ପ୍ରତି ପଞ୍ଚାୟତରେ ମାସରେ ଗୋଟିଏ ଦିନ ଜରା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ ଏବଂ ଏଥିରେ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯିବ ।
• ପାଞ୍ଚ ବର୍ଷରୁ କମ୍ ବୟସ ପିଲା ଥିବା ପରିବାରକୁ ପ୍ରତି ମାସରେ ଶିଶୁ ମୁଣ୍ଡପିଛା ମାଗଣା ଦୁଇକେଜି ପୁଷ୍ଟିକର ଶିଶୁଖାଦ୍ୟ ଦିଆଯିବ ଏବଂ ଏହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥାର ଅର୍ନ୍ତଭୁକ୍ତ କରାଯିବ ।
• ବିପିଏଲ୍ ପରିବାରର ଝିଅ ବାହାଘର ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ।
• ଝିଅମାନଙ୍କ ପାଇଁ ଯୁକ୍ତ ଦୁଇସ୍ତର ପର୍ଯ୍ୟନ୍ତ ମାଗଣା ପଢିବା ପାଇଁ ବ୍ୟବସ୍ଥା ।
• ଅବାଧ ମଦ ପ୍ରସାର ନୀତି ପ୍ରତ୍ୟାହାର ।
• ପର୍ଯ୍ୟାୟକ୍ରମେ ଓଡ଼ିଶାର ଗାଁ ଗୁଡ଼ିକୁ ଆଦର୍ଶଗ୍ରାମରେ ପରିଣତ କରିବାପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ।
• ଏକ ହଜାର ଲୋକସଂଖ୍ୟା ଥିବା ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ।
• ପ୍ରତି ଗାଁ ପାଇଁ ସବୁଦିନିଆ ପକ୍କା ରାସ୍ତା, ବିଶୁଦ୍ଧ ପିଇବା ପାଣି ଏବଂ ଆଲୁଅର ବ୍ୟବସ୍ଥା ।

• ଏକ ବୈଷୟିକ ସଂସ୍ଥା ଦ୍ୱାରା ପ୍ରତ୍ୟେକ ଗ୍ରାମର ସର୍ଭେ କରାଯିବା ସହିତ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇ ବାର୍ଷିକ ଏବଂ ପଞ୍ଚବାର୍ଷିକ ଯୋଜନାର ଖସଡା ପ୍ରସ୍ତୁତ କରାଯିବ । ଏହି ଖସଡାକୁ ଜିଲ୍ଲା ଯୋଜନା ଖସଡା (ଉଊଚ) ରେ ଅର୍ନ୍ତଭୁକ୍ତ କରାଯିବ ।
• ଯେକୌଣସି ପ୍ରକଳ୍ପ କିମ୍ବା ଖଣି ଲିଜ୍ ପାଇଁ ସ୍ଥାନୀୟ ଗ୍ରାମସଭାର ଅନୁମୋଦନ ବାଧ୍ୟତାମୂଳକ ।
• କଳ କାରଖାନା ଓ ବ୍ୟବସାୟିକ ପ୍ରତିÂାନରେ ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଲୋକମାନଙ୍କ ପାଇଁ ୨୫ ଭାଗ ସଂରକ୍ଷଣ ବ୍ୟବସ୍ଥା ।
• ଜିଲ୍ଲା ଯୋଜନା କମିଟିକୁ କ୍ରିୟାଶୀଳ କରାଯାଇ ଜିଲ୍ଲା ପରିଷଦର ସଭାପତିଙ୍କୁ ଏହାର ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ ।
• ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ଏବଂ ସମିତି ସଭ୍ୟଙ୍କ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା ଅନ୍ଟାଏଡ୍ ଫଣ୍ଡର ବ୍ୟବସ୍ଥା ।
• ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ମାସିକ ୧୦ ହଜାର, ସରପଞ୍ଚମାନଙ୍କୁ ୫ ହଜାର, ସମିତି ସଭ୍ୟମାନଙ୍କୁ ୨ ହଜାର ଏବଂ ୱାର୍ଡମେମ୍ବରମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ମାସିକ ଭତ୍ତା ।
• ପଞ୍ଚାୟତ ବ୍ୟବସ୍ଥାରେ ଗାଁସାଥୀ ଏବଂ ଗ୍ରାମରୋଜଗାର ସେବକମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରି ଗ୍ରାମ ବିକାଶକୁ ତ୍ୱରାନ୍ୱିତ କରାଯିବ ।
• ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ସ୍ଥାୟୀ ନିଯୁକ୍ତି ଓ ପଦୋନ୍ନତି ।
• ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ପାଚିକା, ସ୍ୱରୋଜଗାରୀ ମେକାନିକ୍, କୃଷକ ସାଥୀଙ୍କ ନ୍ୟାଯ୍ୟ ଦାବୀର ସୁବିଚାର ।
• ପ୍ରତି ଗ୍ରାମରେ କୃଷି ସେବା କେନ୍ଦ୍ର ପ୍ରତିÂା କରାଯାଇ ପ୍ରତି ତିନିମାସରେ ଥରେ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସମବାୟ ବିଭାଗ ଏବଂ କୃଷି ଋଣ ଯୋଗାଉଥିବା ବିଭିନ୍ନ ବ୍ୟାଙ୍କ କର୍ମଚାରୀମାନଙ୍କର ମିଳିତ ବିଚାର ବିମର୍ଷ କରାଯିବ ।
• ଚାଷକାର୍ଯ୍ୟ ପାଇଁ କୃଷକମାନଙ୍କୁ ବିନା ସୁଧରେ ଋଣ ।
• ଜଳ ସେଚନ ଓ କୃଷିକାର୍ଯ୍ୟ ପାଇଁ ମାଗଣା ବିଜୁଳି ବ୍ୟବସ୍ଥା ।
• ପଞ୍ଚାୟତସ୍ତରରେ ଚାଷୀଙ୍କୁ ଚିହ୍ନଟ କରାଯାଇ ପରିଚୟପତ୍ର ପ୍ରଦାନ କରାଯିବା ସହିତ ସମସ୍ତ ଭାଗଚାଷୀମାନଙ୍କୁ ଆଇନ୍ଗତ ସ୍ୱୀକୃତି ପ୍ରଦାନ, ସରକାରୀ କୃଷି ସାମଗ୍ରୀରେ ରିହାତି, ଉପଯୁକ୍ତ ସମବାୟ ବିଧି ମଧ୍ୟରେ ଫସଲବୀମା କ୍ଷତିପୂରଣ ପ୍ରଦାନ ।
• ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ।
• ଜଳସେଚନ ସୁବିଧାରୁ ବାଦ୍ ପଡୁଥିବା ଚାଷଜମିରୁ ଜଳକର ଆଦାୟ ତୁରନ୍ତ ବନ୍ଦ କରାଯିବ ।
• କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର କୃଷିଋଣ ଛାଡ କରାଯିବ ।
• ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୨୫୦୦ ଟଙ୍କାକୁ ବୃଦ୍ଧି କରାଯିବା ସହିତ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ୍ ଦିଆଯିବ ।
• ରାଜ୍ୟର ଅନୁସୂଚିତ ଜନଜାତି ଅଞ୍ଚଳରେ ପଞ୍ଚାୟତରାଜ ସଂପ୍ରସାରଣ ଆଇନ୍ (ପେସା)କୁ କଡାକଡି ଭାବେ ଲାଗୁ କରାଯିବା ସହିତ ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ପରିବାରକୁ ବ୍ୟକ୍ତିଗତ ଭାବେ ଜମି ପଟ୍ଟା ପ୍ରଦାନ କରାଯିବ ।
• ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହଣ, ବିକ୍ରୀ ଓ ପରିଚାଳନା ଉପରେ ପଞ୍ଚାୟତର ପୂର୍ଣ୍ଣ ଅଧିକାର ରହିବ ।
• ସଂଖ୍ୟା ଲଘୁ ସଂପ୍ରଦାୟ ଅନୁସୂଚିତ ଜାତି ଜନଜାତି ତଥା ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ପୃଥକ ପୃଥକ କମିଶନ ଗଠନ କରାଯିବ ।

ଗାଁର ବିକାଶ ବିନା ଓଡିଶାର ବିକାଶ ସମ୍ଭବ ନୁହେଁ । ସେଥିପାଇଁ ଗାଁ ଗାଁରେ ବିକାଶ କରାଯିବା ସହିତ, ସବୁରି ମୁହଁରେ ହସ ଫୁଟାଇବା ପାଇଁ କଂଗ୍ରେସ ପ୍ରତିଶ୍ରୁତିବଦ୍ଧ ବୋଲି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଇସ୍ତାହାର ଉନ୍ମୋଚନ ଅବସରରେ କହିଛନ୍ତି । ଏଥିରେ ମହମ୍ମଦ ମୋକିମ୍, ସସ୍ମିତା ବେହେରା, ସୁଲୋଚନା ଦାସ, ଲଲାଟେନ୍ଦୁ ମହାପାତ୍ର, ମହମ୍ମଦ ଶାହାନୱାଜ୍, ଗିରିଜା ଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!