ୟୁଏଇ ସହ ଶକ୍ତି ସହଯୋଗର ବୁଝାମଣା ପତ୍ର ଆଦାନ ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpjiଭାରତ ଓ ୟୁଏଇ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁଏଇର ଯୁବରାଜ ମୋହମ୍ମଦ
ବିନ ଜୟଦ ଅଲ ନହ୍ୟାନଙ୍କ ଉପସ୍ଥିତିରେ ୟୁଏଇ ପ୍ରତିନିଧିଙ୍କ ସହ ହସ୍ତାନ୍ତର କରିଛନ୍ତି । ଏହି ଚୁକ୍ତି ଭାରତରେ ଅଶୋଧିତ ତୈଳର ଷ୍ଟୋରେଜ ତଥା ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଉଭୟ ଦେଶ ମଧ୍ୟରେ ରଣନୈତିକ ପଦକ୍ଷେପ ବୋଲି ଏହି ବୁଝାମଣା ପତ୍ର ହସ୍ତାନ୍ତରଣ ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ବୁଝାମଣା ଦ୍ୱାରା ଦେଶର ଶକ୍ତି ସୁରକ୍ଷା ଦୃଢ ହେବା ସହ ଦେଶରେ ବଢୁଥିବା ଶକ୍ତି ଚାହିଦା ମେଂଟାଇବା ପାଇଁ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂର ଦୃଷ୍ଟି ଆଧାରରେ ପ୍ରସ୍ତୁତ ହୋଇଥିବା ଏହି ନୂଆ ବୁଝାମଣା କାର୍ଯ୍ୟକାରୀ ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ସହ ଭାରତର ଆର୍ଥିକ ପ୍ରଗତିରେ ସହାୟକ ହେବ । ଦେଶର ଭିତିଭୂମିର ବିକାଶ କ୍ଷେତ୍ରରେ ପୁଂଜି ନିବେଶ ପାଇଁ ୟୁଏଇର ଆଗ୍ରହ ଓ ଭାରତ ସହ ଆଲୋଚନାକୁ ଶ୍ରୀ
ପ୍ରଧାନ ସ୍ୱାଗତ କରିଛନ୍ତି । ଭାରତର ସାଧାରଣ ତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଭାରତକୁ ଆମନ୍ତ୍ରିତ ହୋଇଥିବା
ୟୁଏଇର ଯୁବରାଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିମାନ ବନ୍ଦରକୁ ଯାଇ ସ୍ୱାଗତ କରିଥିଲେ ଶ୍ରୀ ପ୍ରଧାନ । ପରେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟକୁ ୟୁଏଇ ଯୁବରାଜ ଶ୍ରଦ୍ଧାସୁମନ ଦେବା ସମୟରେ ତାଙ୍କ ସହିତ ଉପସ୍ଥିତ ଥିଲେ ।

Share in top social networks!