ମୂଲ୍ୟବୋଧଭିତ୍ତିକ ଆଧୁନିକ ଶିକ୍ଷା ସୃଜନଶୀଳ ବ୍ୟକ୍ତିତ୍ୱର ବିକାଶ ପାଇଁ ଆବଶ୍ୟକ : ନାଲ୍କୋ ଅଧ୍ୟକ୍ଷ

valuebaseନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଗତ କାଲି ଭୁବନେଶ୍ୱର ସ୍ଥିତ ଶିବାନନ୍ଦ ସେଣ୍ଟେନାରୀ ବାଳକ ଉଚ୍ଚ ବିଦ୍ୟାଳୟର ୩୩ତମ ବାର୍ଷିକ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ଡଃ ଚାନ୍ଦ ଛାତ୍ରମାନଙ୍କୁ ଶୃଙ୍ଖଳିତ ନିÂାବାନ୍ ଏବଂ ଜୀବନରେ ଲକ୍ଷ୍ୟ ହାସଲ ପାଇଁ ଦୃଢମନା ହୋଇ କାର୍ଯ୍ୟ କରିବାକୁ ଉଦ୍ବୁଦ୍ଧ କରିଥିଲେ । ଆହୁରି ମଧ୍ୟ, ବ୍ୟକ୍ତିର ଚରିତ୍ରରେ ନୈତିକତା ଭଳି ମୂଲ୍ୟବୋଧର ବିକାଶ ପାଇଁ ଶିକ୍ଷାବ୍ୟବସ୍ଥାରେ ଉତ୍ତମ ସମନ୍ୱୟର ଆବଶ୍ୟକତା ସମ୍ପର୍କରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଶିକ୍ଷକମାନେ ଶିକ୍ଷାକୁ କେବଳ ବିଦ୍ୟାଲାଭର ମାଧ୍ୟମ ଭାବେ ଗ୍ରହଣ ନକରି ଏହା ଦ୍ୱାରା ନୈତିକ ଜ୍ଞାନର ବିକାଶ ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ମତ ବ୍ୟକ୍ତ କରିଥିଲେ । ଜଣେ ଏକ ଉତ୍ତମ ଛାତ୍ର ହେବା ସହ ଉତ୍ତମ ମନୁଷ୍ୟ ହେବା ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ସେ କହିଥିଲେ । ଏହି ଅବସରରେ, ଉପସ୍ଥିତ ବିଶେଷଜ୍ଞ ଓ ଶିକ୍ଷାବିତ୍ମାନେ ନାଲ୍କୋ ପକ୍ଷରୁ ଏହାର ନାଲ୍କୋର ଅଲିଅଳୀ ଝିଅ ଯୋଜନା ଅଧିନରେ ବିପିଏଲ୍ ପରିବାରର ୧୮୧ ଜଣ ମେଧାବୀ ଛାତ୍ରୀଙ୍କୁ ସହାୟତା ପ୍ରଦାନ ବ୍ୟବସ୍ଥାର ପ୍ରଶଂସା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ, କିଟ୍ ଓ କିସ୍ ର ପ୍ରତିÂାତା ଡଃ ଅଚୁ୍ୟତ ସାମନ୍ତ, ସିବିଏସ୍ଇର ଆଞ୍ଚଳିକ ନିଦେ୍ର୍ଧଶକ ଶ୍ରୀ ଲଖନଲାଲ ମୀନା, ଚାଟର୍ଡ୍ ଆକାଉଣ୍ଟାଣ୍ଟ୍ ଶ୍ରୀ ରାଜୀବ ଶେଖର ସାହୁ, ଅବସରପ୍ରାପ୍ତ ଆଇ.ଏ.ଏସ୍. ଶ୍ରୀ ପି.କେ. ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ ଏବଂ ସଭାପତି ସ୍ୱାମୀ ନିର୍ଲିପ୍ତାନନ୍ଦ ସରସ୍ୱତୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Share in top social networks!