କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ ପ୍ରାଇଭେଟ ଲିମିଟେଡ ଅଧିକାଂଶ ଅଂଶଧନ ଅଧିଗ୍ରହଣ ପାଇଁ ଟାଟା ଷ୍ଟିଲ ଲିମିଟେଡ଼ର ରାଜିନାମା

tatasteelଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଚାଉମୁଖ ଗ୍ରାମରେ ଅବସ୍ଥିତ “ସୁବର୍ଣ୍ଣରେଖା ବନ୍ଦର” ର ପ୍ରସ୍ତାବିତ ବିକାଶ ପାଇଁ କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟ ପ୍ରାଇଭେଟ ଲିମିଟେଡ (ସିପିଡିପିଏଲ) ଓ ଏହାର ପ୍ରମୋଟରଙ୍କ ସହ ଟାଟା ଷ୍ଟିଲ ଲିମିଟେଡ଼ (“ଟାଟା ଷ୍ଟିଲ”) ପକ୍ଷରୁ ରାଜିନାମା କରାଯାଇଛି ।

ଏହି ରାଜିନାମା ଅନୁସାରେ, ଟାଟା ଷ୍ଟିଲ ଲିମିଟେଡ଼ ପକ୍ଷରୁ ସିପିଡିଏଲର ଅଧିକାଂଶ ଅଂଶଧନ ଅଧିଗ୍ରହଣ କରାଯିବ ଓ ଏହି ବନ୍ଦର ର ବିକାଶ ସମ୍ପୁର୍ଣ୍ଣ-ମାଲିକାନା ଥିବା ସହାୟକ କମ୍ପାନୀ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ (ଏସ୍ପିପିଏଲ୍) ଜରିଆରେ ହେବ । କିଛି ନିର୍ଦ୍ଧିଷ୍ଟ ସର୍ତ୍ତ, ଟେକ୍ନିକାଲ ଆସେସମେଣ୍ଟ ଓ ଫାଇନାନ୍ସିଆଲ କ୍ଲୋଜର ଆଧାରରେ ଏହି ରାଜିନାମା ସ୍ୱାକ୍ଷର ହୋଇଛି ।

ଏହି ଅବସରରେ ଟାଟା ଷ୍ଟିଲ ଗ୍ରୁପ୍ କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ଅର୍ଥ ଓ କର୍ପୋରେଟ୍) ଶ୍ରୀ କୌଶିକ ଚାଟର୍ଜି କହିଥିଲେ ଯେ, ସୁବର୍ଣ୍ଣରେଖା ବନ୍ଦରର ବିକାଶରେ ଟାଟା ଷ୍ଟିଲର ପୁଞ୍ଜି ନିବେଶ ଭବିଷ୍ୟତ ରଣନୀତି ଦୃଷ୍ଟିରୁ ଲାଭଦାୟକ ସାବ୍ୟସ୍ତ ହେବ । ଆମର ଭାରତୀୟ ଅପରେସନ୍ ଦୃଷ୍ଟିରୁ ଏହି ପ୍ରସ୍ତାବିତ ବନ୍ଦରର ବେଶ୍ ଗୁରୁତ୍ୱ ରହିଛି ଓ ଆମେ ସୁବର୍ଣ୍ଣରେଖାକୁ ଭବିଷ୍ୟତରେ ଏକ ପ୍ରଭାବଶାଳୀ ବନ୍ଦର ଭାବେ ସ୍ଥାପିତ କରିବା ପାଇଁ ବର୍ତ୍ତମାନର ପ୍ରମୋଟରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ଅଛୁ । ଭବିଷ୍ୟତରେ କଳିଙ୍ଗନଗର କାରଖାନାର ବିକାଶ ସହିତ ଧାମରା ଜରିଆରେ ଆମର ମାଲ ପରିବହନ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ସେହିପରି ଟାଟା ଷ୍ଟିଲ ଭାରତ ଓ ଦକ୍ଷିଣ-ପୂର୍ବ ଏସିଆର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ଟି ଭି ନରେନ୍ଦ୍ରନ୍ କହିଥିଲେ ଯେ, ଭବିଷ୍ୟତରେ ଭାରତରରେ ଟାଟା ଷ୍ଟିଲର ବିକାଶ ସହିତ ଏହା ପ୍ରତିଦ୍ୱନ୍ଦିତାମୂଳକ ଲଜିଷ୍ଟିକ୍ ସୁନିଶ୍ଚିତ କରିବାରେ ସହାୟକ ହୋଇପାରିବ । କମ୍ପାନୀ ଦୀର୍ଘସ୍ଥାୟୀ ରଣନୀତି ଦୃଷ୍ଟିରୁ ସୁବର୍ଣ୍ଣରେଖା ବନ୍ଦରର ବେଶ୍ ଗୁରୁତ୍ୱ ରହିଛି ଓ ଆମେ ଏହାର ବିକାଶ ପାଇଁ ବିଭିନ୍ନ ଅଂଶୀଦାରଙ୍କ ସହ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛୁ । ଏହି ପୁଞ୍ଜି ନିବେଶ ସହ ରାଜ୍ୟ ଓ ରାଜ୍ୟବାସୀଙ୍କ ସହ ଆମ ପ୍ରତିଶ୍ରୁତିବଦ୍ଧତା ଦୃଢୀଭୂତ ହେବ ।

Share in top social networks!