ବିଜେପିରେ ସାମିଲ ହେଲେ ବିଶିଷ୍ଟ ସମାଜସେବୀ ସ୍ୱର୍ଣ୍ଣ ପଟ୍ଟନାୟକ ଏବଂ ହାସ୍ୟ ଅଭିନେତା ରଣଜିତ ନନ୍ଦ

bjpjoinପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଏବଂ ଗରିବକଲ୍ୟାଣ ଯୋଜନାର ସଫଳ ରୂପାୟନ ଦ୍ୱାରା ହିଁ ଦେଶର ବିକାଶ ସମ୍ଭବ । ମାତ୍ର ରାଜ୍ୟରେ ଦୀର୍ଘ ଦିନ ଧରି ଶାସନରେ ଥିବା ବିଜେଡିର ସ୍ଥାଣୁତା, ଅପାରଗତା ପାଇଁ ରାଜ୍ୟର ବିକାଶ ମଧ୍ୟ ସ୍ଥାଣୁ ପାଲଟିଛି । ଦୁର୍ନୀତିରେ ଉବୁଟୁବୁ ହେଉଥିବା ଶାସକ ବିଜେଡି ଦ୍ୱାରା ରାଜ୍ୟର ବିକାଶ ସମ୍ଭବ ନୁହେଁ । ରାଜ୍ୟକୁ ବିକାଶର ଧାରାରେ ସାମିଲ ହେବା ପାଇଁ ବିଜେପି ହିଁ ଏକ ମାତ୍ର ବିକଳ୍ପ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ବିଜେପିର ବିକାଶମୂଳକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଆଜି ପାର୍ଟିରେ ନୂତନ ଭାବେ ଯୋଗ ଦେଇଥିବା ବିଶିଷ୍ଟ ସମାଜସେବୀ ଓ ଗତ ସାଧାରଣ ନିର୍ବାଚନରେ ଉତର ଭୂବନେଶ୍ୱରରୁ ଆପ୍ ଦଳରୁ ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ସ୍ୱର୍ଣ୍ଣ ପଟ୍ଟନାୟକ ଏବଂ ବିଶିଷ୍ଟ ଓଡିଆ ହାସ୍ୟ ଅଭିନେତା, ଚଳଚିତ୍ର ତାରକା, ନିର୍ମାତା, ପ୍ରଯୋଜକ ଶ୍ରୀ ରଂଜିତ କୁମାର ନନ୍ଦ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ଏକ ମିଶ୍ରଣ ପର୍ବରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ଶାରଦା ପ୍ରସାଦ ଶତପଥୀ ପୁଷ୍ପଗୁଚ୍ଛ ଏବଂ ଉତରୀୟ ଦେଇ ଉଭୟେ ଶ୍ରୀମତୀ ପଟ୍ଟନାୟକ ଓ ଶ୍ରୀ ନନ୍ଦଙ୍କୁ ପାର୍ଟିରେ ସ୍ୱାଗତ ଜଣାଇଥିଲେ । ଉଭୟଙ୍କ ଯୋଗଦାନ ଫଳରେ ପାର୍ଟି ବହୁତ ଆନନ୍ଦିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବିଜେପିର ରାଜ୍ୟରେ ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ଏବଂ ଆଗାମୀ ଦିନରେ ନିରୀହ ରାଜ୍ୟବାସୀ ଦୁର୍ନିତୀଖୋର ବିଜେଡିକୁ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି ।

Share in top social networks!
Powered By Indic IME